ପ୍ରମୂଖ ଖବର
  • ବିଜେଡିର ୬ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା, ଭୁବନେଶ୍ୱର ଦାୟିତ୍ୱରେ ଅଶୋକ ପଣ୍ଡା
  • ||
  • ବୌଦ୍ଧ : ବାଇକ୍‌କୁ ଧକ୍କା ଦେଲା ପିକଅପ୍ ଭ୍ୟାନ: ବାପା ମୃତ, ପୁଅ ଗୁରୁତର
  • ||
  • ମାଲକାନଗିରି : ସେୟାର ମାର୍କେଟରେ ଟ୍ରେଡିଂ ନାଁରେ ୮୦ ଲକ୍ଷ ଲୁଟ୍‌, ଅଭିଯୁକ୍ତ ଗିରଫ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାରୁ ଭିଣୋଇକୁ କଟୁରୀରେ ହାଣିଲା ଶାଳକ ଆକ୍ରମଣ, ଥାନାରେ ଅଭିଯୁକ୍ତର ଆତ୍ମ ସମର୍ପଣ
  • ||
  • ଅନୁଗୁଳ : ୨୬ ତାରିଖରୁ ନିଖୋଜ ହୋଇଥିଲେ ଯୁବତୀ, ଗାଁ ପାଖ ବିଲରୁ ମିଳିଲା ମୃତଦେହ
  • ||
  • ନିଟ୍‌-ୟୁଜି ଦେଲେ ୨୦.୮ ଲକ୍ଷ ଶିକ୍ଷାର୍ଥୀ, ୩ ବର୍ଷ ହେଲା ବଢ଼ୁଛି ପଞ୍ଜୀକରଣ
  • ||
  • ସୁବର୍ଣ୍ଣପୁର : ବ୍ରିଜ୍‌ ନିର୍ମାଣ କାମ କରିବା ବେଳେ ଅଘଟଣ, ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ
  • ||

ତସ୍‌ଲିମାଙ୍କ ବୟାନ : 'ଇସ୍‌ଲାମ୍‌ ଥିବା ଯାଏ ଆତଙ୍କବାଦ ରହିବ'

Published By : Prameya | May 6, 2025 10:08 AM

ନୂଆଦିଲ୍ଲୀ, ୦୬/୦୫ : ନିର୍ବାସିତ ବାଂଲାଦେଶୀ ଲେଖିକା ତସ୍‌ଲିମା ନସ୍‌ରିନ୍‌ ପହଲଗାମ୍‌ ଆତଙ୍କୀ ଆକ୍ରମଣକୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ଯେ ପର୍ଯ୍ୟନ୍ତ ଇସ୍‌ଲାମ୍‌ ରହିବ, ସେ ପର୍ଯ୍ୟନ୍ତ ଆତଙ୍କବାଦ ମଧ୍ୟ ରହିବ । ୧୪ ଶହ ବର୍ଷ ବିତିଥିଲେ ସୁଦ୍ଧା ଇସ୍‌ଲାମ ଏ ଯାଏ ବିକଶିତ ହୋଇନାହିଁ । ନୂଆଦିଲ୍ଲୀରେ ଆୟୋଜିତ ସାହିତ୍ୟ ସମାବେଶରେ ଯୋଗଦେଇ ତସ୍‌ଲିମା ଏହି ବୟାନ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସେ ପହଲଗାମ୍‌ ଆକ୍ରମଣ ଓ ଢାକାରେ ୨୦୧୬ରେ ସଂଘଟିତ ଆତଙ୍କୀ ହମ୍‌ଲା ମଧ୍ୟରେ ଥିବା ସାମଞ୍ଜସ୍ୟ ବାବଦରେ ରେଖାଙ୍କିତ କରିଛନ୍ତି । 

ସେ କହିଛନ୍ତି ଯେ, ୨୦୧୬ରେ ଢାକା ଆକ୍ରମଣରେ ଏଥିପାଇଁ ମୁସଲମାନଙ୍କୁ ହତ୍ୟା କରାଯାଇଥିଲା, କାରଣ ସେମାନେ କଲମା ପଢ଼ିପାରି ନ ଥିଲେ । ଯେତେବେଳେ ତର୍କ ଓ ମାନବତା ଉପରେ ଆସ୍ଥା ଭାରୀ ପଡ଼େ ସେତେବେଳେ ଏଭଳି ଘଟିଥାଏ । ଇସ୍‌ଲାମ୍‌ ବିକଶିତ ନ ହେବା ପର୍ଯ୍ୟନ୍ତ ଏହା ଆତଙ୍କବାଦୀଙ୍କୁ ଜନ୍ମ ଦେଇ ଚାଲିଥିବ । ଏପ୍ରିଲ ୨୨ରେ ଦକ୍ଷିଣ କାଶ୍ମୀରର ପହଲଗାମ୍‌ ନିକଟରେ ଆତଙ୍କବାଦୀମାନେ ୨୬ ଲୋକଙ୍କୁ ଗୁଳିକରି ହତ୍ୟା କରିଥିଲେ । ୨୦୧୬ ଜୁଲାଇ ୧ରେ ଆତଙ୍କୀମାନେ ବାଂଲାଦେଶ ରାଜଧାନୀ ଢାକାରେ ହୋଲୀ ଆର୍ଟିଜାନ୍‌ ବେକରୀରେ ଗୁଳିମାଡ଼ କରିଥିଲେ । ଏଥିରେ ୨୯ ଜଣ ପ୍ରାଣ ହରାଇଥିଲେ । 

ତସ୍‌ଲିମା ଆହୁରି କହିଛନ୍ତି, ଯଦି ସଂସ୍କୃତି, ଧର୍ମ କିମ୍ବା ପରମ୍ପରା ନାମରେ ମହିଳାଙ୍କ ସୁରକ୍ଷାକୁ ଅଣଦେଖା କରାଯାଏ ତେବେ ସେହି ସଂସ୍କୃତି ଉପରେ ପ୍ରଶ୍ନ ଉଠିବା ଆବଶ୍ୟକ । ଯେଉଁ ସମାଜ ନିଜ ଅଧା ଜନସଂଖ୍ୟାର ସୁରକ୍ଷା କରିପାରିବ ନାହିଁ, ତାହା ବିଫଳ । ସେ ନିଜ ଭାଷଣରେ କହିଛନ୍ତି, ୟୁରୋପରେ ଚର୍ଚ୍ଚ ସଂଗ୍ରହାଳୟରେ ପରିଣତ ହେଉଛି । କିନ୍ତୁ ମୁସଲମାନ ପ୍ରତ୍ୟେକ ସ୍ଥାନରେ ମସ୍‌ଜିଦ ବନାଇବାରେ ବ୍ୟସ୍ତ । ହଜାର ହଜାର ମସ୍‌ଜିଦ ଥିବା ସତ୍ତେ୍ୱ ସେମାନେ ଆହୁରି ମସ୍‌ଜିଦ ବନାଇବାକୁ ଚାହୁଁଛନ୍ତି । ସେମାନେ ଜିହାଦୀ ସୃଷ୍ଟି କରୁଛନ୍ତି । ମଦ୍ରାସା ରହିବା ଉଚିତ ନୁହେଁ । ପିଲାମାନେ ଗୋଟିଏ ନୁହେଁ, ସବୁ ପୁସ୍ତକ ପଢ଼ିବା ଆବଶ୍ୟକ । 

ସେ କହିଛନ୍ତି, ମୁଁ ଆମେରିକାର ସ୍ଥାୟୀ ବାସିନ୍ଦା । ସେଠାରେ ୧୦ ବର୍ଷ ରହିଛି । କିନ୍ତୁ ମୋତେ ସେଠାରେ ଜଣେ ବାହାର ବ୍ୟକ୍ତି ଭାବେ ଅନୁଭବ ହୋଇଥାଏ । କୋଲକାତା ଆସିଲେ ମୋତେ ନିଜ ଘର ଭଳି ଅନୁଭବ ହୋଇଥାଏ । ପଶ୍ଚିମବଙ୍ଗରୁ ବାହାରିବା ପରେ ଦିଲ୍ଲୀ ଦ୍ୱିତୀୟ ଘର ଭଳି ଲାଗିଥାଏ । ମୋ ଦେଶ ମୋତେ ଯାହା ଦେଇପାରିନାହିଁ, ତାହା ମୁଁ ଏଠାରେ ପାଇଛି । ଉଲ୍ଲେଖଯୋଗ୍ୟ, ଧର୍ମବିରୋଧୀ ବୟାନ ମାମଲାରେ ତସ୍‌ଲିମା ୧୯୯୪ରୁ ସ୍ୱିଡେନ, ଆମେରିକା ଓ ଭାରତରେ ନିର୍ବାସିତ ଜୀବନ ବଞ୍ଚିଆସୁଛନ୍ତି ।

ଏହି ଖବରଟିକୁ ପଢନ୍ତୁ-ପହଲଗାମ ପ୍ରତିଶୋଧ ପ୍ରସ୍ତୁତି ; ପାକିସ୍ତାନକୁ ଘାରିଲା ଯୁଦ୍ଧ ଭୟ, LoCରେ ଆକ୍ରମଣ କରିପାରେ ଭାରତ, କହିଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.