ପ୍ରମୂଖ ଖବର
  • ବିଜେଡିର ୬ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା, ଭୁବନେଶ୍ୱର ଦାୟିତ୍ୱରେ ଅଶୋକ ପଣ୍ଡା
  • ||
  • ବୌଦ୍ଧ : ବାଇକ୍‌କୁ ଧକ୍କା ଦେଲା ପିକଅପ୍ ଭ୍ୟାନ: ବାପା ମୃତ, ପୁଅ ଗୁରୁତର
  • ||
  • ମାଲକାନଗିରି : ସେୟାର ମାର୍କେଟରେ ଟ୍ରେଡିଂ ନାଁରେ ୮୦ ଲକ୍ଷ ଲୁଟ୍‌, ଅଭିଯୁକ୍ତ ଗିରଫ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାରୁ ଭିଣୋଇକୁ କଟୁରୀରେ ହାଣିଲା ଶାଳକ ଆକ୍ରମଣ, ଥାନାରେ ଅଭିଯୁକ୍ତର ଆତ୍ମ ସମର୍ପଣ
  • ||
  • ଅନୁଗୁଳ : ୨୬ ତାରିଖରୁ ନିଖୋଜ ହୋଇଥିଲେ ଯୁବତୀ, ଗାଁ ପାଖ ବିଲରୁ ମିଳିଲା ମୃତଦେହ
  • ||
  • ନିଟ୍‌-ୟୁଜି ଦେଲେ ୨୦.୮ ଲକ୍ଷ ଶିକ୍ଷାର୍ଥୀ, ୩ ବର୍ଷ ହେଲା ବଢ଼ୁଛି ପଞ୍ଜୀକରଣ
  • ||
  • ସୁବର୍ଣ୍ଣପୁର : ବ୍ରିଜ୍‌ ନିର୍ମାଣ କାମ କରିବା ବେଳେ ଅଘଟଣ, ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ
  • ||

ସୁପ୍ରିମକୋର୍ଟଙ୍କ ବଡ଼ ପଦକ୍ଷେପ, ସାର୍ବଜନୀନ ହେଲା ବିଚାରପତିଙ୍କ ସମ୍ପତ୍ତି

Published By : prameya | May 6, 2025 9:16 AM

ନୂଆଦିଲ୍ଲୀ,୦୬/୦୫: ନ୍ୟାୟପାଳିକା ପ୍ରତି ସ୍ୱଚ୍ଛତା ଏବଂ ଜନସାଧାରଣଙ୍କ ବିଶ୍ୱାସ ବୃଦ୍ଧି କରିବା ଦିଗରେ ସୁପ୍ରିମକୋର୍ଟର ବଡ଼ ପଦକ୍ଷେପ ।  ସାର୍ବଜନୀନ ହୋଇଛି ବିଚାରପତିମାନଙ୍କ ସମ୍ପତ୍ତି ଏବଂ ଦାୟିତ୍ବ । ସମସ୍ତ ବିବରଣୀ ସୁପ୍ରିମକୋର୍ଟ ୱେବସାଇଟରେ ଅପଲୋଡ୍ କରାଯାଇଛି । ତେବେ  ଏହା ପ୍ରଥମ ଥର ଯେ ସୁପ୍ରିମକୋର୍ଟ ବିଚାରପତିଙ୍କ ସମ୍ପତ୍ତି ଘୋଷଣା ସାର୍ବଜନୀନ କରିଛନ୍ତି । ଭାରତର ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନା ଏବଂ ଅନ୍ୟ ୨୦ଜଣ ବିଚାରପତିଙ୍କ  ଅପଲୋଡ୍ କରାଯାଇଛି ।

ତେବେ ସିଜେଆଇ ସଞ୍ଜୀବ ଖାନ୍ନାଙ୍କ ସମ୍ପତ୍ତି  ମଧ୍ୟରେ ୫୫ ଲକ୍ଷ ଟଙ୍କାର ସ୍ଥାୟୀ ଜମା ଏବଂ ୧ କୋଟି ଟଙ୍କାର ସାର୍ବଜନୀନ ଭବିଷ୍ୟନିଧି ପାଣ୍ଠି ରହିଛି । ସେହିପରି ଏମାନଙ୍କ ମଧ୍ୟରେ ୩ ଜଣ ବିଚାରପତି ମଧ୍ୟ ଅଛନ୍ତି ଯେଉଁମାନେ ନିକଟ ଭବିଷ୍ୟତରେ ସିଜେଆଇ ହେବାକୁ ଯାଉଛନ୍ତି । ପ୍ରକୃତରେ, ବିଚାରପତି ଯଶୱନ୍ତ ବର୍ମାଙ୍କ ସରକାରୀ ବାସଭବନରୁ ଟଙ୍କା ଆଦାୟ ହୋଇଥିବା ଅଭିଯୋଗ ଘଟଣା ପରେ ସିଜେଆଇ ସଞ୍ଜିବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ପୂର୍ଣ୍ଣ ଅଦାଲତ ଏହି ନିଷ୍ପତ୍ତି ନେଇଥିଲେ । ଦ୍ୱିତୀୟତଃ, ଆହ୍ଲାବାଦ ହାଇକୋର୍ଟର ବିଚାରପତି ଯଶୱନ୍ତ ବର୍ମାଙ୍କ ବିରୋଧରେ ଅଭିଯୋଗ ଉପରେ ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ଏକ ତିନି ସଦସ୍ୟ ବିଶିଷ୍ଟ କମିଟି ସିଜେଆଇ ସଞ୍ଜିବ ଖାନ୍ନାଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରିଥିଲେ । ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଶୀଳ ନାଗୁ, ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଜିଏସ୍ ସନ୍ଧୱାଲିଆ ଏବଂ କର୍ଣ୍ଣାଟକ ହାଇକୋର୍ଟର ଜଷ୍ଟିସ୍ ଅନୁ ଶିବରାମନଙ୍କୁ ନେଇ ଗଠିତ ତିନି ଜଣିଆ କମିଟି ମେ ୩ ତାରିଖରେ ଏହାର ରିପୋର୍ଟକୁ ଚୂଡ଼ାନ୍ତ କରିଥିଲେ ।



 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.