ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

କଳାହାଣ୍ଡି ଜୈବ ବିବିଧତାକୁ ମାଫିଆଙ୍କ ପ୍ରହାର: ବେଆଇନ୍‌ ମକା ଚାଷ ପାଇଁ ଆଖିବୁଜା ଗଛ କଟା, ବିପଦରେ ୨୨ ପ୍ରାକୃତିକ ବନଝରଣା, ଜଳପ୍ରପାତ

ଭବାନୀପାଟଣା, ୨୭/୮(ସନ୍ତୋଷ କୁମାର ସିଂହଦେଓ): ସାହୁକାରଙ୍କ ସାମାନ୍ୟ ନିର୍ଦ୍ଦେଶରେ ବୁଲୁଛି କୁରାଢ଼ି । ଟଳି ପଡୁଛି ବର୍ଷ ବର୍ଷ ପୁରୁଣା ଦ୍ରୁମ । ଦିନ କେଇଟାରେ ପଦା ହୋଇଯାଉଛି ଏକର ଏକର ସବୁଜିମା । ସବୁ ଆଇନ୍‌କୁ ମାଡ଼ିମକଚି ଜଙ୍ଗଲକୁ ଜବରଦସ୍ତ ବଦଳାଉଛନ୍ତି ଚାଷ ଜମିରେ । ବନ୍ୟପ୍ରାଣୀଙ୍କୁ ପ୍ରାକୃତିକ ଆବାସକୁ ଉଜାଡ଼ି ଦେଇ ବେଆଇନ ଭାବେ ଫଳାଉଛନ୍ତି ମକା । ଆଦିବାସୀଙ୍କୁ ଢାଲ କରି ବିହାରୀ, ବଙ୍ଗୀୟ ବାହୁବଳୀ କଳାହାଣ୍ଡିର ପ୍ରାକୃତିକ ଜୈବ ବିବିଧତାକୁ ବର୍ଷ ବର୍ଷ ଧରି ଏଭଳି ପ୍ରହାର କରି ଚାଲିଛନ୍ତି । ମକାଚାଷ ପାଇଁ ଅନଧିକାର ପ୍ରବେଶକୁ ନେଇ ତୁମୁଳକାଣ୍ଡ ଘଟୁଛି । ଅଶାନ୍ତ ହେଉଛି ଶାନ୍ତ ଇଲାକା । ହେଲେ ମାଫିଆଙ୍କ ଉପରେ ଅଙ୍କୁଶ ଲଗାଇବା ତ ଦୂରର କଥା³ ସବୁ ଜାଣି ଅନ୍ଧପୁଟୁଳି ବାନ୍ଧି ବସିଛି ବନ ବିଭାଗ । ମାସିକିଆ ହାତଗୁଞ୍ଜା ନେଇ ମାଫିଆଙ୍କୁ ନୀରବ ସମର୍ଥନ କରୁଛନ୍ତି ବିଭାଗୀୟ କର୍ମଚାରୀ । ସାହୁକାର ରାଜ୍‌ କାରଣରୁ ଧର୍ମଗଡ଼ ବନାଞ୍ଚଳ ଅନ୍ତର୍ଗତ ‘ସାହାଜଖୋଲ’ ସଂରକ୍ଷିତ ଜଙ୍ଗଲ ଏବେ ସତ୍ତା ବଞ୍ଚାଇବାକୁ ସଂଘର୍ଷ କରୁଛି ।

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବନାଞ୍ଚଳ ଅନ୍ତର୍ଗତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଉପରେ ଏବେ ଆନ୍ତଃରାଜ୍ୟ ମାଫିଆଙ୍କ ଲୋଲୁପ ଦୃଷ୍ଟିପଡ଼ିଛି । ୧୨ ହଜାର ୯୮୯ ହେକ୍ଟର ପରିବ୍ୟାପ୍ତ ଏହି ବିସ୍ତୀର୍ଣ୍ଣ ଇଲାକାକୁ କେତେଜଣ ମୁଷ୍ଟିମେୟ ବ୍ୟକ୍ତି ଏକପ୍ରକାର କବ୍‌ଜା କରି ରଖିଛନ୍ତି । ମକା ଚାଷ ନାଁରେ ପ୍ରତିବର୍ଷ ହଜାର ହଜାର ମୂଲ୍ୟବାନ ଗଛ କଟାଯାଉଛି । 

ପଡ଼ୋଶୀ ନବରଙ୍ଗପୁର ଜିଲ୍ଲାର ଉମରକୋଟ, ରାଇଘର, ଚାନ୍ଦାହାଣ୍ଡି, ରାୟଗଡ଼ା ଜିଲ୍ଲାର କଲ୍ୟାଣସିିଂହପୁର, ଟିକିରି, କାଶୀପୁର ଅଞ୍ଚଳର ଆଦିବାସୀ କଳାହାଣ୍ଡିରେ ଅନୁପ୍ରବେଶ କରି ବେଆଇନ୍‌ ମକାଚାଷ କରିବାକୁ ବଙ୍ଗାଳୀ ଓ ବିହାରୀ ମାଫିଆମାନେ ଉସୁକାଉଛନ୍ତି । ଅର୍ଥ ଲୋଭ ଦେଖାଉଛନ୍ତି । ମକା ଚାଷରେ ସାର, ବିହନ, କୀଟନାଶକ ବାବଦରେ ବିପୁଳ ଟଙ୍କା ବିନିଯୋଗ କରୁଛନ୍ତି । ଆଉ ଫସଲ ଅମଳ ହେଲେ ଏକଚାଟିଆ ବ୍ୟବସାୟ କରୁଛନ୍ତି । ଆଦିବାସୀଙ୍କୁ ଦେଇଥିବା ବିହନ ଖତ, ସାର ବାବଦ ଟଙ୍କାରେ ମୋଟା ଅଙ୍କର ସୁଧ ଯୋଡୁଛନ୍ତି । ଜିଲ୍ଲା ସୀମା ଡେଇଁ ଜୀବନକୁ ବିପଦରେ ପକାଇ ବେଆଇନ୍‌ ମକା ଚାଷ କରୁଥିବା ଆଦିବାସୀ ଶ୍ରମର ଉଚିତ୍‌ ମୂଲ୍ୟ ବି ପାଉନାହିଁ । ଅନଧିକାର ପ୍ରବେଶକୁ ନେଇ ଅନେକ ସମୟରେ ମୂଳ ବାସିନ୍ଦାଙ୍କ ସହ ପଡ଼ୋଶୀ ଜିଲ୍ଲାର ଆଦିବାସୀଙ୍କ ମୁହଁମୁହିଁ ସ୍ଥିତି ସୃଷ୍ଟି ହେଉଛି । ଅଥଚ କୁଇଣ୍ଟାଲ କୁଇଣ୍ଟାଲ ମକା ବିକି ମାଲାମାଲ୍‌ ହେଉଛନ୍ତି ମାଫିଆ ।

ଧର୍ମଗଡ଼ ରେଞ୍ଜ୍‌ ଅଧୀନରେ ଆମପାଣି ଓ ବେହେରା ଫରେଷ୍ଟ ସେକ୍ସନ୍‌ ରହିଛି । ବନ ସୁରକ୍ଷାରେ କର୍ମଚାରୀ ନିୟୋଜିତ ହୋଇଛନ୍ତି । ବନ କର୍ମଚାରୀ ରାତିଦିନ ପଇଁତରା ମାରୁଥିବା କହୁଛନ୍ତି । ହେଲେ ଜଙ୍ଗଲ ଜମିରେ ଏଭଳି ବେଆଇନ୍‌ ମକା ଚାଷରେ ଅଙ୍କୁଶ ଲଗାଇବାରେ ବିଫଳ ହୋଇଛି ବିଭାଗ । ଫଳସ୍ୱରୂପ ‘ସାହାଜଖୋଲ’ ସଂରକ୍ଷିତ ଜଙ୍ଗଲରେ କଲରାପତରିଆ, ବଜ୍ରକାପ୍ତା ଭଳି ବହୁ ବନ୍ୟପ୍ରାଣୀ ବିଲୁପ୍ତି ଅବସ୍ଥାକୁ ଚାଲି ଆସିଲେଣି । ମୃତ୍ତିକା ଅବକ୍ଷୟ ଭୂସ୍ଖଳନ ଆଶଙ୍କା ବଢ଼ାଉଛି । ଧାମନ୍‌ଦ୍ୱାର, ଅଠରନଳା ସମେତ ୨୨ରୁ ଊଦ୍ଧ୍ୱର୍ ପ୍ରାକୃତିକ ବନଝରଣା ପ୍ରତି ବିପଦ ଘନେଇବାରେ ଲାଗିଛି । ପ୍ରାଚୀନ ଶିଳାଲେଖ ଠାବ ହୋଇଥିବା ଗୁଡ଼ହାଣ୍ଡି ଡୋକରିଚଞ୍ଚରା ନିକଟବର୍ତ୍ତୀ ଭଏଁରାଘୁମର, ଡୋକରିଦର ସୁଉଚ୍ଚ ଜଳପ୍ରପାତ, ହାଣ୍ଡି ଆକୃତିର ପାହାଡ଼ ‘ଗୁଡ଼ହାଣ୍ଡି’, ଐତିହ୍ୟସମ୍ପନ୍ନ ରାଜାରାଣୀ ଗୁମ୍ଫା, ଆମପାଣି ଘାଟି ନିକଟବର୍ତ୍ତୀ କରକ ଜଳପ୍ରପାତର ପ୍ରାକୃତିକ ଶୋଭା ନଷ୍ଟ ହେବାରେ ଲାଗିଛି । ବନ୍ୟପ୍ରାଣୀ ଅଙ୍ଗପ୍ରତ୍ୟଙ୍ଗ, ମୂଲ୍ୟବାନ କାଠ ଚୋରି ମଧ୍ୟ ବଢ଼ିବାରେ ଲାଗିଥିବା ଅଭିଯୋଗ ହେଉଛି ।

ସାହାଜଖୋଲ ସଂରକ୍ଷିତ ଜଙ୍ଗଲରେ ଅବାଧ ମକାଚାଷ ସମ୍ପର୍କରେ ରେଞ୍ଜର ଭବାନୀ ଶଙ୍କର କୁଅଁର ପ୍ରତିକ୍ରିୟାରେ କୁହନ୍ତି, ଜଙ୍ଗଲରେ ମକାଚାଷ ରୋକିବା ପାଇଁ ପାଟ୍ରୋଲିଂ ସହ ଅନେକ ପଦକ୍ଷେପ ନିଆଯାଉଛି । ବିଗତ ବର୍ଷଠାରୁ ବେଆଇନ୍‌ ମକା ଚାଷ ବହୁମାତ୍ରାରେ କମିଛି ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.