ପ୍ରମୂଖ ଖବର
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

୧୦୦ବର୍ଷ ହେବ ପ୍ରତି କୁମ୍ଭମେଳାରେ ସାମିଲ ହେଉଛନ୍ତି ସ୍ୱାମୀ ଶିବାନନ୍ଦ

Published By : Prameya | January 18, 2025 8:45 PM

ନୂଆଦିଲ୍ଲୀ : ପଦ୍ମଶ୍ରୀରେ ସମ୍ମାନିତ ଯୋଗ ସାଧକ ସ୍ୱାମୀ ଶିବାନନ୍ଦ ବାବା ଗତ ୧୦୦ ବର୍ଷରୁ ପ୍ରତି କୁମ୍ଭ (ପ୍ରୟାଗରାଜ, ନାସିକ , ଉଜ୍ଜୈନ, ହରିଦ୍ୱାର)ରେ ସାମିଲ ହେଉଛନ୍ତି। ଏହି ସୂଚନା ତାଙ୍କର ଶିଷ୍ୟ ସଞ୍ଜୟ ସର୍ବଜାନା ଦେଇଛନ୍ତି। ସେକ୍ଟର ୧୬ରେ ସଙ୍ଗମ ଲୋୟର ମାର୍ଗ ସ୍ଥିତ ବାବାଙ୍କର ଶିବିର ବାହାରେ ଲାଗିଥିବା ବ୍ୟାନରରେ ଥିବା ତାଙ୍କର ଆଧାର କାର୍ଡରେ ,ତାଙ୍କର ଜନ୍ମତିଥି ୮ ଅଗଷ୍ଟ, ୧୮୯୬ ରହିଛି। ଏହିପରି ଭାବେ ତାଙ୍କର ବୟସ ୧୨୮ ବର୍ଷ ହେବ। ପ୍ରତିଦିନ ପରି ଗୁରୁବାର ସକାଳେ ସେ ନିଜ ଗୃହରେ ଯୋଗଧ୍ୟାନରେ ଲୀନ ଥିଲେ ଏବଂ ତାଙ୍କର ଶିଷ୍ୟ ବାବାଙ୍କ ବାହାରକୁ ଆସିବାକୁ ଅପେକ୍ଷା କରୁଥିଲେ। 

ବାବା ଶିବାନନ୍ଦ ଯୁବପିଢିଙ୍କୁ ଦେଇଥିବା ନିଜର ମେସେଜରେ କହିଛ,ନ୍ତି ଯୁବବର୍ଗଙ୍କୁ ସକାଳେ ଶୀଘ୍ର ଉଠି ଅଧ ଘଣ୍ଟା ଯୋଗ କରିବା ଉଚିତ୍‌। ସନ୍ତୁଳିତ ଜୀବନଶୈଳୀ ଆପଣାଇବା ଉଚିତ୍‌ ଏବଂ ସୁସ୍ଥ ରହିବା ପାଇଁ ପ୍ରତିଦିନ ବୁଲିବା ଉଚିତ୍‌।

ବାବାଙ୍କ ପ୍ରାରମ୍ଭିକ ଜୀବନ ବିଷୟରେ ପଚାରିବାରୁ ବେଙ୍ଗାଲୁରୁରୁ ତାଙ୍କର ଶିଷ୍ୟ ଫାଲଗୁନ ଭଟ୍ଟାଚାର୍ଯ୍ୟ ବହୁତ ଭାବୁକ ହୋଇ ଗଲେ। ସେ କହିଛନ୍ତି କି, ବାବାଙ୍କର ଜନ୍ମ ଏକ ଭିକ୍ଷୁକ ପରିବାରରେ ହୋଇଥିଲା। ୪ବର୍ଷ ବୟସରେ ତାଙ୍କର ମାଆ ବାପା ତାଙ୍କୁ ଗାଁକୁ ଆସିଥିବା ସନ୍ଥ ଓଙ୍କାରାନନ୍ଦ ଗୋସ୍ୱାମୀଙ୍କୁ ପ୍ରଦାନ କରିଛନ୍ତି, ଯାହାକି ତାଙ୍କୁ କିଛି ଖାଦ୍ୟପେୟ ତ ମିଳି ପାରିବ। 

ସେ କହିଛନ୍ତି କି ,୬ବର୍ଷର ବୟସରେ ବାବାଙ୍କୁ ଘରକୁ ଯାଇ ନିଜ ମାଆ ବାପାଙ୍କୁ ଦର୍ଶନ କରାଇବାକୁ ସନ୍ଥ ଜଣଙ୍କ କହିଲେ। କିନ୍ତୁ ଘରେ ପହଞ୍ଚିବା ପରେ ଏକ ଅଦ୍ଭୁତ ଘଟଣା ଘଟିଲା। ଘରେ ପହଞ୍ଚିବା କ୍ଷଣି ଭଉଣୀଙ୍କର ଦେହାନ୍ତ ହୋଇଗଲା ଏବଂ ଗୋଟିଏ ସପ୍ତାହ ଭିତରେ ଗୋଟିଏ ଦିନରେ ମାଆ ବାପା ଦୁହେଁ ଆରପୁରକୁ ଚାଲିଗଲେ। ଭଟ୍ଟାଚାର୍ଯ୍ୟ କହିଛନ୍ତି,ବାବା ଗୋଟିଏ ଚିତାରେ ମାଆ-ବାପାଙ୍କର ଦାହ ସଂସ୍କାର କଲେ। ଏହାପର ଠାରୁ ସନ୍ଥ ତାଙ୍କର ପାଳନ ପୋଷଣ କଲେ।

ଭଟ୍ଟାଚାର୍ଯ୍ୟ କହିଛନ୍ତି , ବାବା ୪ବର୍ଷ ବୟସ ଯାଏ ଦୁଗ୍ଧ, ଫଳ, ରୁଟି ଦେଖି ନାହାନ୍ତି। ଏଥିଯୋଗୁଁ ତାଙ୍କର ଜୀବନଶୈଳୀ ଏମିତି ହୋଇ ଯାଇଛି କି ସେ ଅଧା ପେଟ ଭୋଜନ କରନ୍ତି। ବାବା ରାତି ୯ଟା ସମୟ ସୁଦ୍ଧା ଶୋଇଯା’ନ୍ତି ଏବଂ ସକାଳ ୩ଟାରେ ଉଠନ୍ତି ଏବଂ ଶୌଚ ଆଦିରୁ ନିବୃତ୍ତ ହୋଇ ଯୋଗ ଧ୍ୟାନ କରନ୍ତି। ସେ ଦିନରେ ପୂରା ମଧ୍ୟ ଶୁଅନ୍ତି ନାହିଁ। 

ଦିଲ୍ଲୀରୁ ଆସିଥିବା ହିରାମନ ବିଶ୍ୱାସ କହିଛନ୍ତି କି, ସେ  ଚଣ୍ଡିଗଡ଼ରେ ବାବାଙ୍କ ସଂପର୍କରେ ୨୦୧୦ରେ ଆସି ଥିଲେ। ସେ ତାଙ୍କର ଫିଟନେସ୍‌ରେ ବହୁତ ପ୍ରଭାବିତ ହୋଇଛନ୍ତି। ସେ କହିଛନ୍ତି କି ବାବା କାହା ଠାରୁ ଦାନ ନିଅନ୍ତି ନାହିଁ, ସିଝା ଖାଦ୍ୟ ଖାଆନ୍ତି, ଯେଉଁଥିରେ ତେଲ ଓ ଲୁଣ ନଥାଏ। ବାବା ବାରଣାସୀର କବୀର ନଗର , ଦୁର୍ଗାକୁଣ୍ଡରେ ରୁହନ୍ତି ଏବଂ ମେଳାରେ ପ୍ରବାସ ପୂରା କରି ପୁଣି ବନାରସ ଚାଲିଯିବେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.