ପ୍ରମୂଖ ଖବର
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

Saraswati Puja/Basant panchami 2025: କେବେ ପଡିବ ବସନ୍ତ ପଞ୍ଚମୀ; କେମିତି କରିବେ ମା’ସରସ୍ୱତୀଙ୍କ ଆରଧନା, ଜାଣନ୍ତୁ ପୁରା ଖବର ଏହି ରିପୋର୍ଟରେ…

Published By : Bijay Swain | February 2, 2025 12:18 AM

Image courtesy: hindustanlive

ନୂଆଦିଲ୍ଲୀ: ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିକୁ ବସନ୍ତ ପଞ୍ଚମୀ ଉତ୍ସବ ଭାବେ ପାଳନ କରାଯାଇଥାଏ। ଏହି ଦିନ ଶ୍ରଦ୍ଧାଳୁମାନେ ମା ସରସ୍ୱତୀଙ୍କ ପୂଜା କରିଥାନ୍ତି। ହିନ୍ଦୁ ଧର୍ମରେ ମା’ସରସ୍ୱତୀଙ୍କୁ ବାଣୀ, ଜ୍ଞାନ-ବିଜ୍ଞାନ, ବୃଦ୍ଧି-ବିବେକ, ଶିକ୍ଷାର ଦେବୀ ଭାବରେ ପରିଗଣିତ କରାଯାଇଥାଏ। ଏହି ଦିନ ମା’ସରସ୍ୱତୀଙ୍କୁ ଆରଧନା କଲେ ବୁଦ୍ଧି ଓ ବିଦ୍ୟା ପ୍ରାପ୍ତ ହୋଇତାଏ ବୋଲି ବିଶ୍ୱାସ ରହିଛି। ଚଳିତ ବର୍ଷ ପଞ୍ଚମୀକୁ ନେଇ ସମସ୍ତଙ୍କ ମନରେ ଦ୍ୱନ୍ଦ ରହିଛି। ତେବେ ଆସନ୍ତୁ ଜାଣିବା ବସନ୍ତ ପଞ୍ଚମୀର ପୂଜାର ବିଧି, ମୁହୁର୍ତ୍ତ ଓ ପ୍ରସାଦ ଲଗାଇବାର ସଠିକ ଉପାୟ କ’ଣ।

ଧାର୍ମିକ ମନ୍ୟତା ଅନୁସାରେ ଏହି ଦିନ ମା’ସରସ୍ୱତୀଙ୍କ ସହ ଭଗବାନ ଗଣେଷ, ମା’ଲକ୍ଷ୍ମୀ, ଖାତା-କଲମ ଓ ସଂଗୀତ ଯନ୍ତ୍ରକୁ ପୂଜା କରାଯାଇଥାଏ। ମା’ସରସ୍ୱତୀ ସତ୍ତ୍ୱ ଗୁଣ ସମ୍ପନ୍ନ ହେବା ସହ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀବୋଲି ମାନ୍ୟତା ରହିଛି। ମାନ୍ୟତା ମୁତାବକ ଭାରତର ଅନେକ ସ୍ଥାନରେ ସରସ୍ୱତୀ ପୂଜାରେ ଶ୍ରଦ୍ଧାଳୁ ମାନେ ରଙ୍ଗ ଲଗାଲଗି ହୋଇଥାନ୍ତି।

ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ମାଘ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ୨ ଫ୍ରେବୃୟାରୀ ରବିବୀର ସକାଳ ୯ଟା ୫୪ରୁ ଆରମ୍ଭ ହେଉଛି। ଯାହା ଫେବୃଆରୀ ୩ ତାରିଖ ସୋମବାର ଦିନ ୬ଟା ୫୨ ପର୍ଯ୍ୟନ୍ତ ବୈଧ ଅଟେ। ପଞ୍ଚାଙ୍ଗ ଅନୁଯାୟୀ ଫେବୃଆରୀ ୨ ତାରିଖରେ ସରସ୍ୱତୀ ପୂଜା ପାଇଁ ଶୁଭ ସମୟ ହେଉଛି ୫ଟା ୨୬ ମିନିଟ୍। ସରସ୍ୱତୀ ପୂଜା ପାଇଁ ଶୁଭ ସମୟ ରବିବାର ସକାଳ ୭ଟା ୯ରୁ ୧୨ଟା ୩୫ପର୍ଯ୍ୟନ୍ତ ରହିବ। ତେବେ ସରସ୍ୱତୀ ପୂଜା ଦିନକୁ ମଧ୍ୟ ଆବୁଜ ମୁହର୍ତ୍ତ ଭାବରେ ବିବେଚନା କରାଯାଏ। ଏହି ଅବଧି ମଧ୍ୟରେ ଯେ କୈଣସି ଶୁଭ କାର୍ଯ୍ୟ କରାଯାଇପାରିବ। ଆପଣ ରବିବାର ଯେ କୈଣସି ସମୟରେ ପୂଜା କରି ଶୁଭ ଫଳାଫଳ ପ୍ରାପ୍ତି କରିପାରିବେ।

ଏହି ଦିନ ସରସ୍ୱତୀ ପୂଜା ସହ ବାଗେଶ୍ୱରୀ ଜୟନ୍ତୀର ପରମ୍ପରା ମଧ୍ୟ ରହିଛି।  ଏହି ବିଶେଷ ଦିନରେ ଛାତ୍ରମାନେ ଦେବୀ ସରସ୍ୱତୀଙ୍କୁ ପଞ୍ଚୋପଚାର କିମ୍ବା ଷୋଡସପଚାରରେ ପୂଜା କରିବା ଉଚିତ୍।  ସକାଳେ ସ୍ନାନ କରିବା ପରେ ହଳଦିଆ, ବସନ୍ତ କିମ୍ବା ଧଳା ପୋଷାକ ପିନ୍ଧି ହଳଦିଆ କପଡା ତଳେ ପାରି ବସନ୍ତୁ। ସମ୍ନାରେ ମାତା ସରସ୍ୱତୀଙ୍କ ଚିତ୍ର କିମ୍ବା ପ୍ରତିମା ରଖନ୍ତୁ। ଅକ୍ଷତ ନେଇ ଏକ ଅଷ୍ଟଦଳ ପଦ୍ମ ତିଆରି କରନ୍ତୁ। ଏହାର ଅଗ୍ର ଭାଗରେ ଅଗ୍ରପୂଜ୍ୟ ଗଣେଶ ଏବଂ ପଛ ଭାଗରେ ନବଗ୍ରହ ମାନଙ୍କୁ ପୂଜା କରନ୍ତୁ।  ଏହା ପରେ ପୂଜାରେ ରତି ଏବଂ କାମଦେବଙ୍କୁ ଆହ୍ୱାନ କରାଯିବା ଉଚିତ। ସେମାନଙ୍କ ପାଇଁ ପୂଜା ସ୍ଥଳରେ ଅବୀର-ମୁରୁଜ ଆଦି ପକାଇବା ଉଚିତ୍।  ଏହା ପରେ ରତିକାମଦେବଙ୍କୁ ଉପଯୁକ୍ତ ଉପାସନା କରାଯିବା ଉଚିତ୍।  ଏହି ପୂଜା କରିବା ଦ୍ୱାରା ପାରିବାରିକ ଜୀବନରେ ଥିବା ବିଭିନ୍ନ ଅସୁବିଧାରୁ ମୁକ୍ତି ମିଳିଥାଏ। ବିବାହିତ ଜୀବନ ମଧ୍ୟ ଭଲରେ କଟିଥାଏ ବୋଲି ବିଶ୍ୱାସ ରହିଛି। ମାତା ସରସ୍ୱତୀଙ୍କୁ ଧଳା ଏବଂ ହଳଦିଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ ଏବଂ ଭକ୍ତି ସହିତ ସରସ୍ୱତୀ ମନ୍ତ୍ର ଜପ କରନ୍ତୁ। ଏହାପରେ ମା’ଙ୍କୁ ନୈବେଦ୍ୟ ଅର୍ପଣ କରି ଆରତୀ କରି ଦୋଷତ୍ରୁଟି ପାଇଁ କ୍ଷମା ପ୍ରାର୍ଥନା କରାଯାଇଥାଏ।

ଦେବୀ ସରସ୍ୱତୀଙ୍କୁ ହଳଦିଆ ଫଳ ଅର୍ପଣ କରନ୍ତୁ | ବିଭିନ୍ନ ଋତୁକାଳୀନ ଫଳ ବ୍ୟତୀତ ବୁନ୍ଦିଆକୁ ମଧ୍ୟ ପ୍ରସାଦ ଭାବରେ ଅର୍ପଣ କରାଯିବା ଉଚିତ୍। ଏହି ଦିନ ମାଲପୁଆ ଏବଂ ଖିରି ମଧ୍ୟ ମା’ଙ୍କୁ ଅର୍ପଣ କରାଯାଇଥାଏ। ବସନ୍ତ ପଞ୍ଚମି ଦିନ ଛାତ୍ରମାନେ ଭକ୍ତି ସହିତ ମାତା ସରସ୍ୱତୀ ଓଁ ଏଁ ସରସ୍ୱତୀ ନମଃ ମନ୍ତ୍ର ଜପ କରିବା ଉଚିତ୍।  ଏହା ସେମାନଙ୍କୁ ଜ୍ଞାନ, ବୁଦ୍ଧିର ବିକାଶ କରିବାରେ ସାହାଯ୍ୟ କରିବ।

ବିଦ୍ର:- ଆମେ ଦାବି କରୁନାହୁଁ ଯେ ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନା ସମ୍ପୂର୍ଣ୍ଣ ସତ୍ୟ ଏବଂ ସଠିକ୍ ଅଟେ।  ବିସ୍ତୃତ ଏବଂ ଅଧିକ ସୂଚନା ପାଇଁ, ଦୟାକରି ସମ୍ପୃକ୍ତ କ୍ଷେତ୍ରରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.