ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

AI ଦ୍ୱାରା ସୌର ଝଡ଼ର ଭବିଷ୍ୟବାଣୀ ମଣିଷଙ୍କ ଠାରୁ କେମିତି ଅଧିକ ସଠିକ୍ ? କହିଲେ ବୈଜ୍ଞାନିକ

Published By : Prameya | February 3, 2025 10:28 PM

ନୂଆଦିଲ୍ଲୀ : ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଅନେକ ଅର୍ଥରେ ମଣିଷକୁ ପଛରେ ଛାଡ଼ି ପାରେ। ଏହାର ସଦ୍ୟତମ ଉଦାହରଣ ରିସର୍ଚ୍ଚରେ ଦିଆଯାଇଛି। ଇଟାଲୀର ଜିନୋଆ ୟୁନିଭର୍ସିଟିର ରିସର୍ଚ୍ଚରେ ଦାବି କରାଯାଇଛି କି, ଗତ ବର୍ଷ ଆସି ଥିବା ସୌର ଝଡ଼ର ଭବିଷ୍ୟବାଣୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କରି ପାରି ଥାନ୍ତା। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ମହାକାଶର ଐତିହାସିକ ଘଟଣାକୁ ଟ୍ରେନିଂ ଦିଆ ଯାଏ ତ ଏହା ଅଧିକ ଭଲ ଭବିଷ୍ୟବାଣୀ କରିବା ସହ ତାଙ୍କର ପାଟର୍ନକୁ ମଧ୍ୟ ବୁଝି ପାରିବ। ବୈଜ୍ଞାନିକ ମହାକାଶର ଘଟଣାକୁ ନେଇ ଭବିଷ୍ୟବାଣୀ କାହିଁକି ଭଲ କରିବାକୁ ଚାହାନ୍ତି, ରିସର୍ଚ୍ଚରେ ଏହାର ଜବାବ ମଧ୍ୟ ଦିଆଯାଇଛି। 

ଏଥିପାଇଁ ମଣିଷ ପଛରେ ପଡ଼ିବାକୁ ଯାଉଛି – 

ତାଙ୍କର କହିବା ହେଲା, ସମୟ ପୂର୍ବରୁ ମିଳୁଥିବା ୱାର୍ଣ୍ଣିଂ ମଣିଷଙ୍କ ଯାଞ୍ଚର ଫଳାଫଳରୁ ଅଧିକ ଜରୁରୀ ରହିଛି। ମଣିଷକୁ ଭବିଷ୍ୟବାଣୀ ପାଇଁ ସୌର ଗ୍ରହର ଫଟୋ ଓ ଡାଟାରେ ନିର୍ଭର ରହିବାକୁ ପଡ଼ିଥାଏ। ଏହି କାରଣ କି ଅନେକ ଥର ଭବିଷ୍ୟବାଣୀ ବା କଥା ସଠିକ୍‌ ସାବ୍ୟସ୍ତ ହେଉ ନଥିଲା। ସେଥିପାଇଁ ଘଟଣାର ସଠିକ୍‌ ସମୟ ବିଷୟରେ କୁହାଯାଇ ପାରି ନଥିଲା।

ମହାକାଶ ଘଟଣା ଗୁଡ଼ିକୁ ବୁଝିବାର କ୍ଷମତା ଓ ମଡେଲ ଡେଭଲପମେଣ୍ଟରେ ପ୍ରଗତି ସତ୍ତ୍ୱେ , ଏବେସୁଦ୍ଧା ଭବିଷ୍ୟବାଣୀ କରିବା ଓ କୋରୋନଲ ମାସ ଇଜେକ୍ସନ ଟ୍ରାଭେଲର ପ୍ରଥମ ଅନୁମାନ ଲଗାଇବା ସଂପୂର୍ଣ୍ଣ ରୂପେ ସମ୍ଭବ ହୋଇ ପାରୁ ନଥିଲା। ଏଥିରେ ଆନୁମାନିକ ପାଖାପାଖି ୧୨ ଘଣ୍ଟାର ସମୟ ଲାଗିଥାଏ।

ସହଜ ଭାଷାରେ ବୁଝିବା ତ କୋରୋନଲ ମାସ ଇଜେକ୍ସନ (ସିଏମଇ) ସୂର୍ଯ୍ୟରୁ ବାହାରୁ ଥିବା ପ୍ଲାଜମାର ବିସ୍ଫୋରକ ରହିଛି। ଏଥିରେ ସୂର୍ଯ୍ୟଙ୍କର ବାହାର ଭାଗରେ ବା କୋରୋନାରୁ ଗ୍ୟାସ ଓ ଚୁମ୍ୱକୀୟ କ୍ଷେତ୍ରର ବବଲ୍‌ରୁ ବାହାରି ଥାଏ । ବୈଜ୍ଞାନିକ ଏହାର ସଠିକ୍‌ ସମୟ ପତ୍ତା ଲଗାଇବା ପାଇଁ ଏଆଇକୁ ସାମିଲ କରିବାକୁ  ଚାହନ୍ତି। 

ଏଆଇ କାହିଁକି ଭଲ , ବୈଜ୍ଞାନିକ କହିଲେ ---

ଗବେଷକଙ୍କ କହିବାନୁସାରେ, ଏଆଇ ମଡେଲ ଭବିଷ୍ୟବାଣୀର ପ୍ରକ୍ରିୟାରେ ମହାକାଶର ଫଟୋର ଡାଟା ଅଧିକ ବ୍ୟବହାର କରିଥାଏ ଏବଂ ପାଣିପାଗର ଦ୍ୱିତୀୟ ପାରାମିଟରକୁ ଅଧିକ ପ୍ରୟୋଗକୁ ଅଣାଯାଏ। ଏହା ସୌର ବାୟୁମଣ୍ଡଳର ବ୍ୟବହାର କରି ଅତି ସୂକ୍ଷ୍ମରୁ ସୂକ୍ଷ୍ମ ସଙ୍କେତର ତଲାସ କରିଥାଏ, ଯେମିତି ଚୁମ୍ୱକୀୟ କ୍ଷେତ୍ରର ଶକ୍ତିରେ ପରିବର୍ତ୍ତନ, ସୋଲାର ୱିଣ୍ଡର ଗତି ଓ ସୌର ଜ୍ୱାଳାର ଉପସ୍ଥିତି । ଏହି କାରଣ ଯେ, ଏହାର ଭବିଷ୍ୟବାଣୀ ଅଧିକ ସଠିକ୍‌ ହୋଇପାରେ। 

ଭବିଷ୍ୟବାଣୀ ମଣିଷଙ୍କ ପାଇଁ କାହିଁକି ଜରୁରୀ ?

ସୂର୍ଯ୍ୟର କୋରୋନା ସୂର୍ଯ୍ୟର ବାୟୁମଣ୍ଡଳର ସବୁଠୁ ବାହ୍ୟ ଅଂଶ ହୋଇ ଥାଏ। ଏହା ଗ୍ୟାସରେ ତିଆରି। କୋରୋନଲ ମାସ ଇଜେକ୍ସନର ସମୟରେ ସୂର୍ଯ୍ୟର କରୋନା ପ୍ଲାଜା ଓ ମାଗ୍ନେଟିକ୍‌ ଫିଲ୍ଡ ସୃଷ୍ଟି ହୋଇଥାଏ। ଏହି କାରଣରୁ ଏମିତି ଗ୍ୟାସ୍‌ ପ୍ରବାହିତ ହୋଇଥାଏ , ଯେଉଁଥିରେ ବିଦ୍ୟୁତ୍‌ ଥାଏ । ଏହା ଏକ ସେକେଣ୍ଡରେ ଶହ ଶହ କି.ମିର ଯାତ୍ରା ସ୍ଥିର କରନ୍ତି। ଏହି କାରଣରୁ ମଣିଷକୁ ମିଳୁ ଥିବା ଅନେକ ସୁବିଧା ବାଧିତ ହୋଇଥାଏ। ଯେମିତି କମ୍ୟୁନିକେସନ ସିଷ୍ଟମ, ଜିପିଏସ୍‌ ନେଭିଗେସନ, ଏୟାର ଟ୍ରାଭେଲ୍‌ ଓ ସାଟେଲାଇଟ୍‌। ସମୟ ପୂର୍ବରୁ ଆଲର୍ଟ ମିଳିବା ପରେ ଏହାର ସମାଧାନ ଖୋଜା ଯାଇ ପାରେ।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.