ନୂଆଦିଲ୍ଲୀ : ରେଲୱେ ଯାତ୍ରୀଙ୍କ ପାଇଁ ଜରୁରୀ ଖବର। ଯଦି ଆପଣ ଶାକାହାରୀ ତ ଏବେ ଆପଣଙ୍କୁ ଟ୍ରେନରେ ଯାତ୍ରା କରିବା ବେଳେ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ନୂଆ ଦିଲ୍ଲୀରୁ କଟରା ସ୍ଥିତ ଶ୍ରୀ ମାତା ବୈଷ୍ଣୋ ଦେବୀ ଯାଉଥିବା ବନ୍ଦେ ଭାରତ ଟ୍ରେନ୍କୁ ନେଇ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ଏହି ରେଳଗାଡ଼ିରେ ଆପଣଙ୍କୁ କେବଳ ଶାକାହାରୀ ଭୋଜନ ହିଁ ମିଳିବ। ଅନେକ ଲୋକଙ୍କୁ ଏହି କଥାର ଚିନ୍ତା କି ରେଲୱେ କ୍ୟାଣ୍ଟିନରେ ତ ଭେଜ୍ ଓ ନନ୍-ଭେଜ୍ ଉଭୟ ପ୍ରକାରର ଭୋଜନ ପ୍ରସ୍ତୁତ ହୋଇଥାଏ। ଏଥିରେ ତାଙ୍କୁ ଡ଼ର ଲାଗୁଥିଲା କି ଶୁଦ୍ଧ ଶାକାହାରୀ ଖାଦ୍ୟ ମିଳିବ ନା ନାହିଁ। ହେଲେ, ଏବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକ ନାହିଁ। ନୂଆ ଦିଲ୍ଲୀ-କଟରା ବନ୍ଦେ ଭାରତ ଏକ୍ସପ୍ରେସ୍ ଶତ ପ୍ରତିଶତ ଶାକାହାରୀ ଭୋଜନର ବେଞ୍ଚମାର୍କ ପ୍ରସ୍ତୁତ କରିଛି।
ଜମ୍ମୁ-କାଶ୍ମୀରର କଟରା ସ୍ଥିତ ଶ୍ରୀ ମାତା ବୈଷ୍ଣୋ ଦେବୀଙ୍କ ଯାତ୍ରାକୁ ପବିତ୍ର ଗନ୍ତବ୍ୟ ମନେକରାଯାଏ। ଏହି କ୍ରମରେ ନୂଆ ଦିଲ୍ଲୀକୁ କଟରା ସହ ଯୋଡ଼ୁଥିବା ସେମି-ହାଇ-ସ୍ପିଡ୍ ଟ୍ରେନ୍ରେ ଯାତ୍ରୀଙ୍କୁ ଶାକାହାରୀ ଭୋଜନ ପରସିବାର ନିଷ୍ପତ୍ତି ହୋଇଛି। ରେଲୱେର ପ୍ରୟାସ କି, ଯାତ୍ରା ବେଳେ ସଂପୂର୍ଣ୍ଣ ରୂପେ ଶାକାହାରୀ ବାତାବରଣ ବଜାୟ ରଖାଯାଉ। ଏଥିପାଇଁ ଯାତ୍ରୀଙ୍କୁ ରେଳଗାଡ଼ିରେ ମାଂସାହାରୀ ଭୋଜନ ବା ଜଳଖିଆ ନେଇ ଯିବାର ଅନୁମତି ନାହିଁ। ଏଥିପାଇଁ ଯେଉଁ ଲୋକ ମାଂସାହାର ଖାଇବା ପସନ୍ଦ କରନ୍ତି , ତାଙ୍କୁ ପୂର୍ବରୁ ସଜାଗ ହୋଇ ଯିବାର ଆବଶ୍ୟକ ରହିଛି। ଏହାର ପାଳନ ହେବାରେ ଅନ୍ୟ ଯାତ୍ରୀଙ୍କୁ ସମସ୍ୟା ହେବ ନାହିଁ।
ଏହି ଖବର ଏମିତି ସମୟରେ ସାମନାକୁ ଆସିଛି, ଯେବେ ପ୍ରୟାଗରାଜରେ ମହାକୁମ୍ଭ ଚାଲୁଛି। ବାବା ଜୟଗୁରୁଦେବଙ୍କର ସଙ୍ଗତ ପ୍ରେମିମାନେ ଗତ ଦିନରେ ଶାକାହାରୀ ଫେରି ବାହାରିଛି। ରାଜ୍ୟ ସରକାରଙ୍କ ବୟାନ ମୁତାବିକ , ପ୍ରୟାଗରାଜ ମେଳା ପରିସର ସାମାଜିକ ବାର୍ତ୍ତାର ପ୍ରଚାର ଓ ପ୍ରସାରର ମଧ୍ୟ ବଡ଼ ମାଧ୍ୟମ ସାବ୍ୟସ୍ତ ହେଉଛି। ବାବା ଜୟଗୁରୁଦେବଙ୍କ ସଙ୍ଗତ ପ୍ରେମିମାନେ ମହାକୁମ୍ଭ ନଗର କ୍ଷେତ୍ରରେ ଶାକାହାର ଫେରି ବାହାରିଛି। ଏହି ଫେରିରେ ସଙ୍ଗତ ପ୍ରେମୀମାନେ ‘ବାବା ଜୀ କା କହନା , ଶାକାହାରୀ ରହନା ‘ ନାରା ଲଗାଇ ଥିଲେ। ଏହି ସମୟରେ ସଙ୍ଗତ ପ୍ରେମୀମାନେ ଶ୍ରଦ୍ଧାଳୁଙ୍କୁ ଶାକାହାରୀ ପ୍ରତି ସଚେତନ କରିବା ସହ ତାଙ୍କୁ ଶାକାହାରୀ ହେବାର ସମର୍ଥନ ମାଗିଛନ୍ତି। ମେଳାକୁ ଆସିଥିବା ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ହାତ ଉଠାଇ ଶାକାହାରୀ ବାର୍ତ୍ତାର ସମର୍ଥନ କରିଛନ୍ତି।