ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଆଗକୁ ପ୍ରକୃତିର କରାଳ ରୂପ ଦେଖିବ ସାରା ବିଶ୍ୱ; ବଦଳିଯିବ ସଙ୍ଗମ ଗତିପଥ, କଳା ରଙ୍ଗ ହୋଇଯିବ ପବନ

Published By : Swapna Ray | February 2, 2025 3:52 PM

ନୂଆଦିଲ୍ଲୀ, ୨।୨: ଉତ୍ତରପ୍ରଦେଶର ପ୍ରୟାଗରାଜ, ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ତ୍ରିବେଣୀ ସଙ୍ଗମ କୂଳରେ ଚାଲିଆସୁଛି ବିଶ୍ୱର ସର୍ବବୃହତ୍ ଧାର୍ମିକ ମେଳା ମହାକୁମ୍ଭ ମେଳା । ସଙ୍ଗମ ସ୍ଥଳରେ ବୁଡ଼ ପକାଇବା ପ୍ରୟାଗରାଜକୁ କୋଟି କୋଟି ଶ୍ରଦ୍ଧାଳୁ ଧାଇଁ ଆସୁଛନ୍ତି । ଏହି ଧାର୍ମିକ କାର୍ଯ୍ୟକ୍ରମରେ ଅନେକ ସାଧୁସନ୍ଥ, ନାଗା ସାଧୁ ଓ ଅଘୋରୀ ସାମିଲ ହୋଇଛନ୍ତି । ଅନେକ ବାବାଙ୍କ ଦର୍ଶନ କରିବା ସହିତ ଆଶିର୍ବାଦ ମଧ୍ୟ ନେଉଛନ୍ତି । ପ୍ରୟାଗରାଜକୁ ଆସୁଥିବା ଅନେକ ବାବା ଭବିଷ୍ୟବାଣୀ ମଧ୍ୟ କରୁଛନ୍ତି । ତେବେ କୁମ୍ଭମେଳାରେ ଅଘୋରୀ କାଳପୁରୁଷଙ୍କ ଭବିଷ୍ୟବାଣୀକୁ ନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି । ଏହି କୁମ୍ଭମେଳାରେ ପହଞ୍ଚିଛନ୍ତି ୯୫ ବର୍ଷୀୟ ଅଘୋରୀ ବାବା କାଳପୁରୁଷ । ବାବା କାଳପୁରୁଷ କରିଥିବା ଭବିଷ୍ୟବାଣୀ ସମସ୍ତଙ୍କୁ ଚକିତ କରିଛି । ତାଙ୍କ ଭବିଷ୍ୟବାଣୀ ସତ ହେଲେ ପ୍ରକୃତିର କରାଳ ରୂପର ସାମନା କରିବ ମଣିଷ । ମହାପ୍ରଳୟ ଘୋଟିଆସିବ । 

ଅଦ୍ଭୁତ ତାଙ୍କ ବେଶ । ମୁହଁରେ ନାଲି ରଙ୍ଗ, ଦେହରେ ପାଉଁଶ ଆଉ ହାତରେ ଧରିଛନ୍ତି ମଣିଷ ଖପୁରୀ । ସେ ହେଉଛନ୍ତି ଅଘୋରୀ ବାବା କାଳପୁରୁଷ । ଯାହାଙ୍କ ଭବିଷ୍ୟବାଣୀରେ ସମସ୍ତେ ଥରିଉଠୁଛନ୍ତି । କୁହାଯାଏ ଯେ, ସେ ହିମାଳୟ ଶିଖରରେ ବର୍ଷ ବର୍ଷ ଧରି ତପସ୍ୟା କରିଥିଲେ । ବର୍ତ୍ତମାନ ମହାକୁମ୍ଭରେ ପହଞ୍ଚିଥିବା ଏହି ବାବାଙ୍କ ଭବିଷ୍ୟବାଣୀ ଶୁଣି ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ତେବେ ଏହି ବାବା କାଳ ପୁରୁଷ କିଏ ଓ ସେ କେଉଁ ଭବିଷ୍ୟବାଣୀ କରିଛନ୍ତି ଆସନ୍ତୁ ଜାଣିବା । ଏହି ବାବା ପ୍ରତି ୧୨ ବର୍ଷରେ ଆୟୋଜିତ ସାତଟି ମହାକୁମ୍ଭରେ ଅଂଶଗ୍ରହଣ କରିଛନ୍ତି । ବାବା କାଳପୁରୁଷ କହିଛନ୍ତି ଯେ, ସେ ସାତଟି ମହାକୁମ୍ଭରେ ଭାଗ ନେଇସାରିଛନ୍ତି । ଚଳିତ ମହାକୁମ୍ଭରେ ସେ ବିଭିନ୍ନ ସଙ୍କେତ ଅନୁଭବ କରୁଛନ୍ତି । ଅଘୋରୀ ବାବା କାଳ ପୁରୁଷ କହିଛନ୍ତି ଯେ, ମୃତଦେହ ଦାହ ସମୟରେ କାଉମାନଙ୍କ କର୍କଶ ଶବ୍ଦ ଶୁଭୁଛି । ଶ୍ମଶାନଗୁଡ଼ିକରେ ଶବମାନେ ଅଶାନ୍ତ ହୋଇପଡ଼ୁଥିବା ଅନୁଭବ ହେଉଛି । ବାବାଙ୍କ ଭବିଷ୍ୟବାଣୀ ଅନୁଯାୟୀ, ପୃଥିବୀରେ ଆଗକୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଆଗାମୀ ଦିନରେ ପବନ ରଙ୍ଗ କଳା ହୋଇଯିବ । ଏସବୁର ଆରମ୍ଭ ହୋଇସାରିଛି । ଆଗକୁ ଏହା ଆହୁରି ଭୟଙ୍କର ରୂପ ନେବ ବୋଲି କହିଛନ୍ତି କାଳପୁରୁଷ ବାବା । 

ଧଳା ସ୍ୱଚ୍ଛ ଆକାଶ କଳା କିଟ୍ କିଟ୍ ପଡ଼ିଯିବ । ନିଜର ଗତି ବଦଳାଇବ ସଙ୍ଗମ ନଦୀସ୍ଥଳ । ସମୟ ପରିବର୍ତ୍ତନ ହେବା ସହ ଆଗାମୀ ପିଢ଼ି ପ୍ରୟାଗରାଜ ବଦଳରେ ଏକ ନୂତନ ସ୍ଥାନରେ ବୁଡ଼ ପକାଇବେ । ଏହି କାରଣରୁ, କୁହାଯାଉଛି ଯେ ପରବର୍ତ୍ତୀ କୁମ୍ଭ ମେଲା ଏପରି ଭାବରେ ସଂଗଠିତ ହେବ ଯାହାର କେହି ଅନୁମାନ ମଧ୍ୟ କରିନଥିବେ । ଆଗକୁ ବନ୍ୟା ଆଣିବ ଗଙ୍ଗା ମାତାଙ୍କ ଅଶ୍ରୁ । ମୈଦାନ ଗଙ୍ଗା ମା’ଙ୍କ ଅଶ୍ରୁରେ ପୂରିଯିବ । ଆଗାମୀ ୪ ବର୍ଷରେ ସାରା ବିଶ୍ୱ ଏଭଳି ଭୟଙ୍କର ବିପଦର ସାମନା କରିବ ବୋଲି ବାବ ଦାବି କରିଛନ୍ତି । କ’ଣ ବାସ୍ତବରେ ବାବାଙ୍କ ଭବିଷ୍ୟବାଣୀ ସତ ହେବ ? କ’ଣ ସତରେ ଆଗକୁ ଏଭଳି ଭୟଙ୍କର ପରିସ୍ଥିତିର ସାମନା କରିବ ମଣିଷ ?

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.