ପ୍ରମୂଖ ଖବର
  • ବୋରିଗୁମ୍ମା : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୧୧ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ
  • ||
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

ଦୁଇ ବର୍ଷ ପୂର୍ବେ ନିଖୋଜ ପୁଅକୁ ଫେରି ପାଇଲେ , ଭାବ ବିହ୍ୱୋଳ ହୋଇଗଲେ ପିତାମାତା

Published By : Prameya | January 31, 2025 9:53 PM

ଅଲୱର : ରାଜସ୍ଥାନର ଅଲୱରରୁ ଆଶ୍ଚର୍ଯ୍ୟ କରି ଦେବା ଭଳି ମାମଲା ସାମନାକୁ ଆସିଛି। ଦୁଇ ବର୍ଷ ପୂର୍ବେ ବିହାରର ବେଗୁସରାୟରୁ ନିଖୋଜ ହୋଇଥିବା ୧୩ ବର୍ଷର ଆଦେଶ ନିଜର ମାତା-ପିତାଙ୍କୁ ପାଇଛନ୍ତି। ଯେବେ ଅଲୱରରେ ମାଆ କାମିନୀ ଦେବୀ ନିଜ ପୁଅକୁ ଦେଖିଲେ ତ , ସେ ଖୁବ୍‌ କାନ୍ଦିବାକୁ ଲାଗିଲେ। ତାଙ୍କ ଲୁହରେ ଥିଲା ଅନେକ ଦିନର ସାଇତା ସ୍ନେହ।  ଆଦେଶ ମଧ୍ୟ ମାଆକୁ କୁଣ୍ଡାଇ ଧରି କାନ୍ଦି ଥିଲେ। ଏହି ଭାବ ବିହ୍ୱୋଳର କ୍ଷଣ ଦେଖି ସେଠାରେ ଥିବା ସମସ୍ତଙ୍କର ଆଖି ଲୁହରେ ଭିଜି ଯାଇ ଥିଲା। 

ମାର୍ଚ୍ଚ ୨୦୨୩ରେ ଆଦେଶଙ୍କୁ ଖେରଥଲ ରେଲୱେ ଷ୍ଟେସନରେ କାନ୍ଦୁ ଥିବାର ଦେଖିବାକୁ ମିଳିଥିଲା। ଆରପିଏଫ୍‌ ତାଙ୍କୁ ଧରି ଶିଶୁ କଲ୍ୟାଣ ସିମିତିର ଦାୟିତ୍ୱରେ ଦେଇଥିଲା। ଶିଶୁ କଲ୍ୟାଣ ସମିତି ତାଙ୍କୁ ରାଧା ଶିଶୁ ଗୃହ ପଠାଇ ଥିଲା ଏବଂ ତାଙ୍କର ପରିବାରର ତଲାସ ଆରମ୍ଭ କରି ଦେଇ ଥିଲା। ଆଦେଶ କେବଳ ଏତିକି କହିଥିଲା କି, ସେ ଦିଲ୍ଲୀର ଲାଲ କିଲା ଅଞ୍ଚଳରେ ରୁହେ। ଏହାପରେ ଟିମ୍‌ ତାକୁ ଅନେକ ଥର ଦିଲ୍ଲୀ ନେଇ ଯାଇଥିଲା , କିନ୍ତୁ କୌଣସି ସୁରାକ୍‌ ମିଳି ନଥିଲା। 

ଶିଶୁ କଲ୍ୟାଣ ସମିତି ଆଦେଶଙ୍କ ଆଧାର କାର୍ଡରୁ ତଥ୍ୟ ଜାଣିବାକୁ ଚେଷ୍ଟା କଲା। ଅନେକ ଅସଫଳ ପ୍ରୟାସ ପରେ ଶେଷରେ ଆଧାର କାର୍ଡ ଟ୍ରେସ୍‌ ହୋଇଗଲା, ଯେଉଁଥିରେ ଜଣାପଡ଼ି ଥିଲା କି, ସେ ବିହାରର ବେଗୁସରାୟରେ ରୁହନ୍ତି। ସେଠାରେ ସଂପର୍କ କରିବା ପରେ ଏକ ଦୋକାନୀ ତାଙ୍କ ପରିବାରର ନମ୍ୱର ଦେଲେ।

ଫୋନ୍‌ରେ କଥା ହେବା କ୍ଷଣି ଆଦେଶଙ୍କ ପିତା ଅରବିନ୍ଦ ଶରଣ ଓ ମାତା କାମିନୀ ତାଙ୍କୁ ନେବା ପାଇଁ ତୁରନ୍ତ ଅଲୱରରେ ପହଞ୍ଚିଲେ। ପୁଅକୁ ଦେଖିବା କ୍ଷଣି ମାଆ ତାଙ୍କୁ କୋଳେଇ ନେଲେ ଏବଂ କାନ୍ଦିବାକୁ ଲାଗିଲେ। ପିତା ଅରବିନ୍ଦ କହିଥିଲେ ଆଦେଶ ପାର୍କକୁ ଖେଳିବାକୁ ଯାଇଥିଲା, ଯେଉଁଠି ତାକୁ କିଏ ନେଇ ଯାଇଥିଲା ଏବଂ ଖେରଥଲ ଷ୍ଟେସନରେ ଛାଡ଼ି ଦେଇଥିଲା। 

ପରିବାର ଦିଲ୍ଲୀରେ ଦିନ ଶ୍ରମିକ କାମ କରନ୍ତି ଏବଂ ଦୁଇ ବର୍ଷ ହେବ ନିଜ ପୁଅକୁ ତଲାସ କରୁ ଥିଲେ। ଆଦେଶଙ୍କୁ ପାଇବା ପରେ ପୂରା ପରିବାର ଆଶ୍ୱସ୍ତିର ନିଶ୍ୱାସ ନେଇଥିଲା ଏବଂ ଶିଶୁ କଲ୍ୟାଣ ସମିତିକୁ କୃତଜ୍ଞତା ଜଣାଇ ଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.