ନୂଆଦିଲ୍ଲୀ,୩୦।୧: ସୁନିତା ୱିଲିୟମ୍ସଙ୍କୁ ମହାକାଶରୁ ଫେରାଇ ଆଣିବାର ସମସ୍ତ ପ୍ରୟାସ ବିଫଳ ହେଉଛି। ତାଙ୍କ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏହା ଭିତରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପେସ ଏକ୍ସର ସିଇଓ ଏଲୋନ ମସ୍କଙ୍କୁ ମହାକାଶରୁ ତୁରନ୍ତ ଫେରାଇ ଆଣିବାକୁ ଅପିଲ କରିଛନ୍ତି। ଟ୍ରମ୍ପଙ୍କ ଅପିଲ ଉପରେ ମଧ୍ୟ ଉତ୍ତର ରଖିଛନ୍ତି ଏଲୋନ୍ ମସ୍କ।
ଟ୍ରମ୍ପ ତାଙ୍କ ସୋସିଆଲ ଆକାଉଣ୍ଟରୁ ଏକ ପୋଷ୍ଟ ସେୟାର କରି ମସ୍କଙ୍କୁ ସାହାଯ୍ୟ ପାଇଁ ଅପିଲ କରିଛନ୍ତି। ସେ ଲେଖିଛନ୍ତି, ମୁଁ ଏଲୋନ ମସ୍କଙ୍କୁ ମହାକାଶରେ ଫସି ରହିଥିବା ଆମର ଦୁଇ ସାହସୀ ମହାକାଶଚାରୀଙ୍କୁ ଯଥାଶୀଘ୍ର ଫେରାଇ ଆଣିବାକୁ ଅନୁରୋଧ କରିଛି, ଯେଉଁମାନଙ୍କୁ ବାଇଡେନ ପ୍ରଶାସନ ମହାକାଶରେ ମରିବାକୁ ଛାଡି ଦେଇଛି। ସେ କିଛି ମାସ ଧରି ମହାକାଶ ଷ୍ଟେସନରେ ଅପେକ୍ଷା କରିଛନ୍ତି। ଆଶା କରୁଛି, ସମସ୍ତେ ସୁରକ୍ଷିତ ଅଛନ୍ତି। ଶୁଭକାମନା, ଏଲୋନ୍!
ଏଲୋନ ମସ୍କ ମଧ୍ୟ ଏହାର ଜବାବ ଦେଦେଇଛନ୍ତି ଏବଂ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ସ୍ପେସ୍ଏକ୍ସ ତାଙ୍କୁ ଶୀଘ୍ର ଫେରାଇ ଆଣିବାକୁ ଚେଷ୍ଟା କରିବ। ମସ୍କ ସୋସିଆଲ ମିଡିଆରେ ଲେଖିଛନ୍ତି, "ଆମେରିକା ରାଷ୍ଟ୍ରପତି ସ୍ପେସଏକ୍ସକୁ ମହାକାଶ ଷ୍ଟେସନରେ ଫସି ରହିଥିବା ଦୁଇ ମହାକାଶଚାରୀଙ୍କୁ ଯଥାଶୀଘ୍ର ଘରକୁ ଫେରାଇ ଆଣିବାକୁ କହିଛନ୍ତି। ଆମେ ଖୁବ୍ ଶୀଘ୍ର ସେମାନଙ୍କୁ ଫେରାଇ ଆଣିବା ପାଇଁ ମିଶନ ଆରମ୍ଭ କରିବୁ।’
ଉଲ୍ଲେଖନୀୟ ଯେ,ଗତ ୭ ମାସ ମଧ୍ୟରେ ସୁନିତା ୱିଲିୟମ୍ସଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଛି। ଏକ ପତ୍ରିକାକୁ ସେ ସାକ୍ଷାତକାରରେ କହିଥିଲେ ପୃଥିବୀକୁ ଫେରିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏପରିକି ଏବେ ସେ ଚାଲିବା ମଧ୍ୟ ଭୁଲିଗଲେଣି। ଏତେ ଦିନ ଧରି ମହାକାଶରେ ରହିବା ଯୋଗୁଁ, ସୁନିତାଙ୍କ ସ୍ୱାସ୍ଥ୍ୟ ଦିନକୁ ଦିନ ଖରାପ ହେବାରେ ଲାଗିଛି କାରଣ ମହାକାଶର ପରିବେଶ ପୃଥିବୀଠାରୁ ସମ୍ପୂର୍ଣ୍ଣ ଭିନ୍ନ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମହାକାଶରେ ମାଧ୍ୟାକର୍ଷଣ ଶକ୍ତି ନଥିବା ଯୋଗୁଁ ଶରୀରର ତରଳ ପଦାର୍ଥ ଉପରକୁ ଚାଲିଆସେ। ଏହା ଯୋଗୁଁ ମୁହଁ ଏବଂ ଶରୀରରେ ଫୁଲା ବଢିଯାଏ। ରକ୍ତଚାପ ସ୍ତର ମଧ୍ୟ ଖରାପ ହେବାକୁ ଲାଗେ। ଏପରି ପରିସ୍ଥିତିରେ, ସମଗ୍ର ବିଶ୍ୱର ନଜର ଏବେ ସ୍ପେସଏକ୍ସ ଉପରେ ନିର୍ଭର କରିଛି। ସୁନିତା ଶୀଘ୍ର ପୃଥିବୀକୁ ଫେରି ଆସନ୍ତୁ ତାହାର ଆଶାରେ ସମସ୍ତେ ଅଛନ୍ତି।