ପ୍ରମୂଖ ଖବର
  • ଖୁବ୍‌ଶୀଘ୍ର ସରିବ ନିର୍ବାଚନ ପ୍ରକ୍ରିୟା, ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ବିଜେପିକୁ ମିଳିବ ନୂଆ ରାଜ୍ୟ ସଭାପତି
  • ||
  • ରେଢାଖୋଲ ଧଉରାଖମନ ନିକଟରେ ଓଲଟିଲା ପିକ୍‌ଅପ୍ ଭ୍ୟାନ୍: ୨୨ ଆହତ,୮ ଗୁରୁତର
  • ||
  • ​ଢ଼େଙ୍କାନାଳ: ଦନ୍ତା ଆତଙ୍କରେ ଅତିଷ୍ଠ ଗ୍ରାମବାସୀ, ଶିଶୁର ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ରାସ୍ତାରୋକ୍
  • ||
  • ଭିଜିଲାନ୍ସ ଜାଲରେ ବଣାଇ ITDAର ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁ, ଏକକାଳୀନ ୭ଟି ସ୍ଥାନରେ ରେଡ଼
  • ||
  • ଆଜିଠୁ ଟାଇଁ ଟାଇଁ ଖରା,୪ ଡିଗ୍ରୀ ବଢ଼ିବ ତାପମାତ୍ରା: ୨୩ ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ
  • ||

ବନ୍ଧକଙ୍କ ବଦଳରେ ପାଲେଷ୍ଟାଇନ କଏଦୀଙ୍କୁ ଛାଡ଼ିବାକୁ ମନା କଲେ ନେତନ୍ୟାହୁ, ବିଳମ୍ୱ କରିବାକୁ ଦେଲେ ଆଦେଶ

Published By : Prameya | January 30, 2025 10:36 PM

ନୂଆଦିଲ୍ଲୀ : ହମାସ ଓ ଇସ୍ରାଏଲ ମଧ୍ୟରେ ଗାଜାରେ ଜାରି ଯୁଦ୍ଧବିରାମ ଉପରେ ଆଶଙ୍କା ଜାରି ରହିଛି। ଉଭୟ ପକ୍ଷରୁ ଗତ କିଛି ଦିନରୁ ବନ୍ଦୀଙ୍କ ଆଦାନ ପ୍ରଦାନ ହେଉଛି। ଗୁରୁବାର ହମାସ ପକ୍ଷରୁ ୩ଜଣ ଇସ୍ରାଏଲୀୟ ଓ ଅନ୍ୟ କିଛି ବନ୍ଧକଙ୍କୁ ମଧ୍ୟ ମୁକ୍ତ କରାଯାଇଛି। ଏବେ ଏହା ବଦଳରେ ଇସ୍ରାଏଲର ଜିଲ୍ଲା ଗୁଡ଼ିକରେ ବନ୍ଦୀ ଥିବା କିଛି ପାଲେଷ୍ଟାଇନ୍ କଏଦୀଙ୍କୁ ମୁକ୍ତ କରାଯିବାର ଥିଲା। କିନ୍ତୁ ଏବେ ଇସ୍ରାଏଲର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ଆଦେଶ ମୁତାବିକ ଏହି କଏଦୀଙ୍କ ମୁକ୍ତ କରିବାରେ ବିଳମ୍ୱ କରାଯିବ। 

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏହି ମାମଲାରେ କୁହାଯାଇଛି କି, ପିଏମ୍‌ ନେତନ୍ୟାହୁ ଆଦେଶ ଦେଇଛନ୍ତି କି, ଗୁରୁବାର ହମାସ ଦ୍ୱାରା ମୁକ୍ତ କରାଯାଇ ଥିବା ବନ୍ଧକଙ୍କ ବଦଳରେ କଏଦୀଙ୍କୁ ମୁକ୍ତିରେ ବିଳମ୍ୱ କରାଯାଉ। ବୟାନ ମୁତାବିକ , ପ୍ରଧାନମନ୍ତ୍ରୀ ନେତନ୍ୟାହୁ ପ୍ରତିରକ୍ଷା ମନ୍ତ୍ରୀ କାଟଜ୍‌ଙ୍କ ସହ ମିଶି ଆଦେଶ ଦେଇଛନ୍ତି କି, ପାଲେଷ୍ଟାଇନର କଏଦୀଙ୍କ ମୁକ୍ତିକୁ ସେତେବେଳେ ଯାଏ ରୋକି ଦିଆଯି , ଯେପର୍ଯ୍ୟନ୍ତ , ଆଗାମୀ ପର୍ଯ୍ୟାୟରେ ମୁକ୍ତ ହେବାରେ ବନ୍ଧକଙ୍କ ମୁକ୍ତି ସୁନିଶ୍ଚିତ ନହୋଇଛି। ଗୁରୁବାର ଇସ୍ରାଏଲୀୟ ପକ୍ଷରୁ ୧୧୦ କଏଦୀଙ୍କୁ ଇସ୍ରାଏଲୀୟ ଜେଲ୍‌ରୁ ମୁକ୍ତ କରାଯିବାର ଆଶା କରାଯାଉଛି।

ଏହା ପୂର୍ବରୁ, ଟାଇମ୍ସ ଅଫ୍‌ ଇସ୍ରାଏଲର ରିପୋର୍ଟ ମୁତାବିକ, ଇସ୍ରାଏଲୀୟ ସରକାରଙ୍କଲ କଏଦୀଙ୍କ ମୁକ୍ତିରେ ବିଳମ୍ୱର ଆଦେଶ ଜାରି କରିବା ପଛରେ ଏକ କାରଣ ବନ୍ଧକଙ୍କ ମୁକ୍ତି ବେଳେ ସେଠାରେ ସ୍ଥିତି ବି ରହିଛି। ଗୁରୁବାର ୩ ଇସ୍ରାଏଲୀୟ ବନ୍ଧକଙ୍କ ମୁକ୍ତି ବେଳେ ଗାଜାରେ ସ୍ଥିତି ଅରାଜକତା ହୋଇ ଯାଇଥିଲା , ହ୍ୟାଣ୍ଡଓଭର ଦେଖିବାକୁ ଆସିଥିବା ହଜାର ହଜାର ଗାଜାବାସୀଙ୍କୁ ସେଠାରେ ଥିବା ହମାସର ବନ୍ଧୁକଧାରୀ ଯୋଦ୍ଧା କଣ୍ଟ୍ରୋଲ କରୁ ଥିଲେ।ଏହି ଘଟଣା ପରେ ନେତନ୍ୟାହୁ କହିଥିଲେ କି, ମୁଁ ନିଜର ନାଗରିକଙ୍କୁ ମୁକ୍ତ ହେବା ସମୟରେ ଏମିତି ଦୃଶ୍ୟକୁ ବହୁତ ଗମ୍ଭୀରତାର ସହ ନେଉଛି। ଏହି ଦୃଶ୍ୟ ଦେଖାଉଛି କି, ଆତଙ୍କର ପର୍ଯ୍ୟାୟ ହୋଇ ସାରିଥିବା ହମାସ କେତେ ଆମାନବୀୟ ହୋଇପାରେ। ସେ କହିଛି କି, ମୁଁ ମଧ୍ୟସ୍ଥଙ୍କ ମଧ୍ୟରେ କହିବି କି ଆଗକୁ କିଛି ବି ହ୍ୟାଣ୍ଡଓଭର ବେଳେ ଏମିତି ସ୍ଥିତି ନହେଉ , ମୁଁ ତାଙ୍କୁ ଦାବି କରିବି କି, ବନ୍ଧକଙ୍କ ସୁରକ୍ଷାର ଗାରେଣ୍ଟି ଦିଆ ଯାଉ।

୧୫ ମାସରୁ ଜାରି ଯୁଦ୍ଧ ପରେ ଅନେକ ଦେଶର ମଧ୍ୟସ୍ଥତା ପରେ ଉଭୟ ପକ୍ଷରେ ଯୁଦ୍ଧବିରାମ ଚୁକ୍ତିନାମା କାଏମ ହୋଇଛି। କିନ୍ତୁ ଏବେ ବି ଦୁଇ ପକ୍ଷରେ ଭରସାର ଅଭାବ ରହିଛି। ଇସ୍ରାଏଲର ଦାବି କି ହମାସ ଅନେକ ବନ୍ଧକଙ୍କୁ ମାରି ଦେଇଛି ଏବଂ ଏହା କାରଣରୁ ସେ ମୁକ୍ତ କରାଯାଉ ଥିବା ବନ୍ଧକଙ୍କ ତାଲିକାକୁ ଏକାଠି ଜାରି କରୁନାହିଁ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.