ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ହରିୟାଣାରେ ଆପ୍‌ର ୫ ଗ୍ୟାରେଣ୍ଟି: ମାଗଣା ବିଜୁଳୀ, ମହିଳାଙ୍କୁ ମିଳିବ ମାସିକ ୧୦୦୦ ଟଙ୍କା

Image Courtesy: abplive

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆପ୍‌ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପତ୍ନୀ ସୁନୀତା କେଜ୍ରିଓ୍ବାଲ ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ୫ଟି ଗ୍ୟାରେଣ୍ଟି ଦେଇଛନ୍ତି । ଆମ ଆଦମୀ ପାର୍ଟି ହରିୟାଣାର ଜନତାଙ୍କୁ ମାଗଣା ବିଜୁଳୀ, ଚିକିତ୍ସା, ଶିକ୍ଷା, ସବୁ ମା-ଭଉଣୀମାନଙ୍କୁ ୧୦୦୦ ଟଙ୍କା ପ୍ରତି ମାସ, ପ୍ରତି ଯୁବକ ଯୁବତୀଙ୍କୁ ଚାକିରି ଦେବ ବୋଲି ପ୍ରତିଶ୍ରୁତି ଦେଇଛି ।  

ଚଳିତ ବର୍ଷ ହରିୟାଣାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଦିଲ୍ଲୀ ଓ ପଞ୍ଜାବ ଭଳି ଆପ୍‌ ଏବେ ହରିୟାଣାରେ ସମାନ ମଡେଲ ଆଣିବାକୁ ଚେଷ୍ଟା କରୁଛି । ଶନିବାର ଦିନ ପଞ୍ଚକୁଲାର ଇନ୍ଦ୍ରଧନୁଷ ଅଡିଟୋରିୟମରେ ଆପ୍‌ ୫ଟି ଗ୍ୟାରେଣ୍ଟି ଦେଇଛି । ଆଜି ଏହି କାର୍ଯ୍ୟକ୍ରମରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ, ସୁନୀତା କେଜ୍ରିଓ୍ବାଲ ଏବଂ ରାଜ୍ୟସଭା ସାଂସଦ ସଂଜୟ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

୧. ୨୪ ଘଣ୍ଟା ମାଗଣା ବିଜୁଳୀ 

ଦଳ ଦିଲ୍ଲୀ ଏବଂ ପଞ୍ଜାବ ଭଳି ହରିୟାଣାରେ ସମାନ ଫର୍ମୁଲା ଆପଣାଇବ ବୋଲି କହିଛି । ଲୋକମାନଙ୍କ ପୁରୁଣା ବିଲ୍‌ ଛାଡ଼ କରିବା ସହ ବିଜୁଳୀ କାଟ ବନ୍ଦ କରାଯିବ ବୋଲି ଆପ ପ୍ରତିଶ୍ରୁତି ଦେଇଛି । ଦିଲ୍ଲୀ ଓ ପଞ୍ଜାବ ଭଳି ୨୪ ଘଣ୍ଟା ବିଜୁଳୀ ଦେବାକୁ ଗ୍ୟାରେଣ୍ଟି ଦେଇଛି ଆମ ଆଦମୀ ପାର୍ଟି ।

୨. ସମସ୍ତଙ୍କୁ ଉତ୍ତମ ଓ ମାଗଣା ଚିକିତ୍ସା

ସହର ଏବଂ ଗାଁର ପ୍ରତ୍ୟେକ ଗଳିରେ କ୍ଲିନିକ୍‌ ଖୋଲାଯିବ । ସବୁ ସରକାରୀ ହସ୍ପିଟାଲର ରୂପରେଖ ପରିବର୍ତ୍ତନ ହେବା ସହ ଆହୁରି ଅଧିକ ସରକାରୀ ହସ୍ପିଟାଲ ଖୋଲାଯିବ । ବଡ଼ କିମ୍ବା ଛୋଟ ରୋଗ ଥିବା ପ୍ରତି ଲୋକଙ୍କର ମାଗଣା ଚିକିତ୍ସା ହେବ । ସବୁ ଟେଷ୍ଟ, ଔଷଧ, ଅସ୍ତ୍ରୋପଚାର ଏବଂ ଚିକିତ୍ସା ଫ୍ରି ଦିଆଯିବ ବୋଲି ଆପ୍‌ ପକ୍ଷରୁ ଗ୍ୟାରେଣ୍ଟି ଦିଆଯାଇଛି । 

୩. ମାଗଣା ହେବ ଶିକ୍ଷା 

ଦିଲ୍ଲୀ ଓ ପଞ୍ଜାବ ଭଳି ହରିୟାଣାରେ ଶିକ୍ଷା ମାଫିଆଙ୍କ ଉପରେ ଆକ୍ସନ ହେବ ବୋଲି ଆପ୍‌ ଗ୍ୟାରେଣ୍ଟି ଦେଇଛି । ସରକାରୀ ସ୍କୁଲର ରୂପ ରେଖ ବଦଳିବ । ଘରୋଇ ବିଦ୍ୟାଳୟର ଗୁଣ୍ଡାଗିରି ବନ୍ଦ କରି ଅହେତୁକ ଫି’ ବୃଦ୍ଧି ବିରୋଧରେ କାର୍ଯ୍ୟାନୁଷ୍ଠାନର ଗ୍ୟାରେଣ୍ଟି ଦେଇଛି କେଜ୍ରିଓ୍ବାଲଙ୍କ ଦଳ ।

୪. ମହିଳାଙ୍କୁ ମାସିକ ୧୦୦୦ ଟଙ୍କା

ରାଜ୍ୟର ସବୁ ମା’ ଭଉଣୀଙ୍କୁ ମାସିକ ଏକ ହଜାର ଟଙ୍କା ଦିଆଯିବ ବୋଲି କହିଛି ଆମ ଆଦମୀ ପାର୍ଟି ।

୫. ଯୁବପୀଢ଼ିଙ୍କୁ ଚାକିରି

ପ୍ରତି ବେରୋଜଗାର ଯୁବକ ଯୁବତୀଙ୍କୁ ରୋଜଗାର ଦେବା ପାଇଁ ଚେଷ୍ଟା କରାଯିବ । ଏନେଇ ଯଥାସମ୍ଭବ ଭିତ୍ତିଭୂମିର ବିକାଶ କରିବାକୁ ଗ୍ୟାରେଣ୍ଟି ଦେଇଛି ଆପ୍ । ପଞ୍ଜାବରେ ମାତ୍ର ୨ ବର୍ଷରେ ୪୫ ହଜାର ସରକାରୀ ଚାକିରି ଏବଂ ୩ ଲକ୍ଷରୁ ଅଧିକ ଯୁବକ ଯୁବତୀଙ୍କୁ ଘରୋଇ କ୍ଷେତ୍ରରେ ଚାକିରି ମିଳିଛି । ଦିଲ୍ଲୀରେ ଅଢ଼େଇ ଲକ୍ଷ ସରକାରୀ ଚାକିରି ଏବଂ ୧୨ ଲକ୍ଷରୁ ଅଧିକ ଘରୋଇ ସଂସ୍ଥାରେ ଚାକିରି ପାଇଛନ୍ତି ବୋଲି ଆପ୍ ପକ୍ଷରୁ କୁହାଯାଇଛି ।

  • Haryana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.