ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ରାମମନ୍ଦିର ନିର୍ମାଣରେ ରହିବ ସ୍ବତନ୍ତ୍ର କୌଶଳ, ପ୍ରତିବର୍ଷ ରାମନବମୀ ମଧ୍ୟାହ୍ନରେ ରାମଲାଲାଙ୍କ ମଥାରେ ପଡିବ ସୂର୍ଯ୍ୟଙ୍କ କିରଣ...

ନୂଆଦିଲ୍ଲୀ: ଅଯୋଧ୍ୟାରେ ଜୋର୍‌ସୋର୍‌ରେ ଚାଲିଛି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ।  ମନ୍ଦିରର ପ୍ରଥମ ପର୍ଯ୍ୟାୟର କାର୍ଯ୍ୟ ଡିସେମ୍ବର ଶେଷ ସୁଦ୍ଧା ଶେଷ ହେବ। ଆସନ୍ତା ବର୍ଷ ଜାନୁୟାରୀ ୨୨ ରେ ଶ୍ରୀ ରାମଙ୍କ ପ୍ରାଣପ୍ରତିଷ୍ଠା ହେବ । ତେବେ ଏହାରି ଭିତରେ ମନ୍ଦିର ନିର୍ମାଣକୁ ନେଇ ଏକ ବଡ ଖୁଲାସା କରିଛନ୍ତି ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା । ସେ କହିଛନ୍ତି ଯେ, ମନ୍ଦିର ଏପରି ଭାବରେ କରାଯାଉଛି ଯେ ରାମ ନବମୀ ଦିନ ଦ୍ୱିପ୍ରହରରେ ଶ୍ରୀ ରାମଙ୍କ ପ୍ରତିମା ଉପରେ ସୂର୍ଯ୍ୟ କିରଣ ପଡ଼ିବ। ଏହାକୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଙ୍ଗମ ହେବ। 

 ନୃପେନ୍ଦ୍ର ମିଶ୍ରାଙ୍କ କହିବା ଅନୁସାରେ, ଏଭଳି ବ୍ୟବସ୍ଥା କରାଯାଉଛି, ଯହା ଫଳରେ କି, ପ୍ରତିବର୍ଷ ରାମ ନବମୀ ଦିନ ମନ୍ଦିରରେ ମଧ୍ୟାହ୍ନ ୧୨ ଟାରେ ଶ୍ରୀ ରାମଙ୍କ ପ୍ରତିମା ଉପରେ ସୂର୍ଯ୍ୟ କିରଣ ପଡ଼ିବ । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଗର୍ଭଗୃହରେ ଦୁଇଟି ମୂର୍ତ୍ତି ରହିବ, ଗୋଟିଏ ଚଳନଶୀଳ ଏବଂ ଗୋଟିଏ ଅସ୍ଥାବର । ଗୋଟିଏ ହେବ ଶ୍ରୀ ରାମଙ୍କ ବାଲ୍ୟବସ୍ଥାର ମୂର୍ତ୍ତି ଏବଂ ଅନ୍ୟଟି ରାମଲାଲା । 

 ତେବେ ମନ୍ଦିରର ଏହି ସ୍ବତନ୍ତ୍ର ଖୁଲାସା କରି ମିଶ୍ରା କହିଛନ୍ତି ଯେ ମୂର୍ତ୍ତିର ଦିଗକୁ ଏପରି ଭାବରେ ରଖାଯାଇଛି ଯେ ସୂର୍ଯ୍ୟ କିରଣ ସିଧାସଳଖ ରାମଲାଲାଙ୍କ ମଥାରେ ପଡିବ । ସେଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍, ରୁଡର୍କି ଏବଂ ପୁଣେର ଏକ ଜ୍ୟୋତିର୍ବିଜ୍ଞାନ ପ୍ରତିଷ୍ଠାନ ମିଳିତ ଭାବରେ ଏକ କମ୍ପ୍ୟୁଟରୀକରଣ ବ୍ୟବସ୍ଥା ସୃଷ୍ଟି କରିଛନ୍ତି । ଏଥିରେ ଏକ ଛୋଟ ଉପକରଣ ଅଛି ଯାହା ମନ୍ଦିରର ଶିଖରରେ ସ୍ଥାପିତ ହେବ । କିରଣ ଏହି ମାଧ୍ୟମ ଦେଇ ଆସିବ ଏବଂ ତା’ପରେ ପ୍ରତିଫଳିତ ହୋଇ ପ୍ରଭୁ ରାମଲାଲାଙ୍କ କପାଳରେ ପହଞ୍ଚିବ । 

ସେ କହିଛନ୍ତି ଯେ ଏହି ଉପକରଣ ବେଙ୍ଗାଲୁରୁରେ ତିଆରି ହେଉଛି ଏବଂ ଏହାର ଡିଜାଇନ୍ ଏବଂ ରକ୍ଷଣାବେକ୍ଷଣ ରୁଡର୍କି ଏବଂ ପୁଣେର ଅନୁଷ୍ଠାନ ଏବଂ ବୈଜ୍ଞାନିକମାନେ କରୁଛନ୍ତି । ସେ କହିଛନ୍ତି ଯେ 'ରାମ ନବମୀ ଦିନ ଏହା କେବଳ କିଛି ସେକେଣ୍ଡ ପାଇଁ ଘଟିବ । 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.