ଦଶପଲ୍ଲା,୦୭/୧୦: ରେଳପଥରେ ମିଳିଲା ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ । ଯୁବକ ଜଣଙ୍କ ଦଶପଲ୍ଲା ଥାନା ଅନ୍ତର୍ଗତ କଳସାଖମଣ ଗ୍ରାମ ପଞ୍ଚାୟତ କୁଟିବାରୀ ଗ୍ରାମର ଚୈତନ୍ୟ ନାଏକଙ୍କ ପୁଅ ନୀଳ ନାଏକ (୧୮)ବୋଲି ତାଙ୍କ ଆଧାର କାର୍ଡରୁ ପରିଚୟ ମିଳିଛି । ଯୁବଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ଡିହଗାଁ ଗ୍ରାମପଞ୍ଚାୟତ ମଧୁପୁର ଗ୍ରାମ ନିକଟସ୍ଥ ଖୋର୍ଦ୍ଧା ବଲାଙ୍ଗୀର ରେଳପଥରେ ଏଭଲି ଘଟଣା ଘଟିଛି ।
ସୂଚନା ମୁତାବକ, ରେଳ ଧାରଣାକୁ ଡେଇଁ ପ୍ରାଣ ହରାଇଲେ ନୀଳ ନାଏକ । ସୋମବାର ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ । ଏହା ଦେଖି ତୁରନ୍ତ ଦଶପଲ୍ଲା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବଙ୍କ ମୃତଦେହ ଜବତ କରିଛି । ଯୁବକଙ୍କ ଆତ୍ମହତ୍ଯାର କାରଣ ଅସ୍ପଷ୍ଟ ହୋଇଥିବା ବେଳେ ଫ୍ରି ଫାୟାର ଗେମ୍ କିମ୍ବା କୌଣସି ଲଭ୍ କେସ୍କୁ କେନ୍ଦ୍ର କରି ଏଭଳି ହୋଇଥାଏ ପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ରହି ଘଟଣାର ତଦନ୍ତ ଚଳାଇଛି ।