ପ୍ରମୂଖ ଖବର
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ବାକି ଟଙ୍କା ମାଗିବାକୁ ନେଇ ହଣାକଟା, ୨ ଭାଇଙ୍କ ଆକ୍ରମଣରେ ୪ ଆହତ

ନୟାଗଡ,୨୩।୯ : ବାକି ଟଙ୍କା ମାଗିବାକୁ କେନ୍ଦ୍ରକରି ଛୁରୀରେ ଆକ୍ରମଣ । ଦୁଇଭାଇଙ୍କ ଆକ୍ରମଣରେ ୪ ଜଣ ଆହତ ହୋଇ ନୟାଗଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ନୟାଗଡ ଜିଲ୍ଲା ଶରଣକୂଳ ଥାନା ସୋଲପଟା ଗାଁରେ ଏହି  ଘଟଣା ଘଟିଛି  । 

ମାଛିପଡା ଗାଁର ଧନୁ ବେହେରା ଛେନାପୋଡ ବ୍ଯବସାୟ କରନ୍ତି । ଧନୁ ଛେନାପୋଡ ଭୁବନେଶ୍ବର ପଠାଇବା ପରେ ସୋଲପଟାର ସନାତନ ବେହେରା ଭୁବନେଶ୍ବରରେ ରହି ଛେନାପୋଡକୁ ବିଭିନ୍ନ ସ୍ଥାନକୁ ପଠାଇଥାନ୍ତି  । ଏଥିପାଇଁ ସନାତନ ଧନୁଙ୍କ ଠାରୁ ପାରିଶ୍ରମିକ ପାଇଥାନ୍ତି । ଗତ ଦୁଇଦିନ ତଳେ ସନାତନଙ୍କ ମାଙ୍କ ମୃତ୍ଯୁ ହେବାରୁ ସେ ଧନୁଙ୍କୁ ଆଜି ସନ୍ଧ୍ୟାରେ  ଟଙ୍କା ମାଗିଥିଲେ ।  ଏହାକୁ ନେଇ ଧନୁ ଏବଂ ସନାତନଙ୍କ ମଧ୍ଯରେ ପାଟିତୁଣ୍ଡ ଏବଂ ଠେଲାପେଲା ହୋଇଥିଲା । ସେହିସମୟରେ ନିକଟରେ ଥିବା ୪ଭାଇ ଗଗନ  ,ଟୁଙ୍ଗୁରୁ ,ସୁବାସ ଏବଂ ରବିନ୍ଦ୍ର ବେହେରା ଉଭୟଙ୍କୁ ବୁଝାସୁଝା କରି ଛାଡିଥିଲେ । ତେବେ କିଛି ସମୟପରେ ଧନୁ  ତାଙ୍କ ସାନଭାଇ କାହ୍ନା ଏବଂ ତାଙ୍କ ବାପା ହରି ବେହେରା ସୋଲପଟାକୁ ଆସି ପୁଣିଥରେ ପାଟିତୁଣ୍ଡ କରିବା ସହ ଛୁରି ଏବଂ ବ୍ଲେଡରେ ଆକ୍ରମଣ କରିଥିଲେ । ଏଥିରେ ଗଗନ , ଟୁଙ୍ଗୁରୁ , ସୁବାସ ଏବଂ ରବିନ୍ଦ୍ର ଆହତ ହୋଇ ନୟାଗଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପୋଲିସ କାହ୍ନା ଏବଂ ହରିଙ୍କୁ ଧରି ଥାନାକୁ ଆଣିଛି । ଧନୁ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି  ।  ହରି ଆହତ ହୋଇଥିବାରୁ ପୋଲିସ ତାଙ୍କୁ ମେଡିକାଲକୁ ଆଣି ପ୍ରାଥମିକ ଚିକିତ୍ସା କରି ନେଇଛି । ଶରଣକୂଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.