ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଅଙ୍ଗନୱାଡ଼ି କେନ୍ଦ୍ରରେ ରୋଷେଇ ବେଳେ ଗ୍ୟାସ୍ ଲିକ୍ ଯୋଗୁଁ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କୋମଳମତି ଶିଶୁ

ଦଶପଲ୍ଲା ୩୦/୦୭: ଅଙ୍ଗନୱାଡ଼ି କେନ୍ଦ୍ରରେ ରୋଷେଇ ବେଳେ ଗ୍ୟାସ୍‌ ଲିକ୍। ହଠାତ୍‌ ହୁତୁହୁତୁ ହୋଇ ଜଳି ଉଠିଥିଲା ଗ୍ୟାସ୍ ପାଇପ୍। ତେବେ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଗଲେ କୋମଳମତି ଶିଶୁ। ଉପସ୍ଥିତ ବୁଦ୍ଧି ଖଟାଇ ସମସ୍ତ ଶିଶୁଙ୍କୁ ଶ୍ରେଣୀ ଗୃହରୁ ବାହାର କରିବାରେ ସକ୍ଷମ ହେଲେ ଅଙ୍ଗନୱାଡ଼ି କର୍ମୀ ଏବଂ ପାଚିକା। ଏଭଳି ଅଭାବନୀୟ ଘଟଣା ଦଶପଲ୍ଳା ବ୍ଲକ୍‌ର ଟାକରା ଗ୍ରାମନ୍ତର୍ଗତ ତିଳାବାଡି ଅଙ୍ଗନୱାଡ଼ି କେନ୍ଦ୍ର ଘଟିଛି।

ସୂଚନା ମୁତାବିକ, ଆଜି ସକାଳ ପ୍ରାୟ ୯ଟା ସମୟରେ  ତିଳାବାଡି ଅଙ୍ଗନୱାଡ଼ି କେନ୍ଦ୍ରରେ ପାଚିକା ରୋଷେଇ କରିବା ପାଇଁ ଗ୍ୟାସ୍ ଅନ୍ କରିବା ସମୟରେ ଗ୍ୟାସ୍ ଲିକ୍ ଯୋଗୁ ହଠାତ୍ ନିଆଁ ଲାଗିଯାଇଥିଲା  ହଠାତ୍ ନିଆଁ ଲାଗିଯିବାଯୋଗୁଁ  କେହି କିଛି ବୁଝିପାରି ନ ଥିଲେ । ନିଆଁର ପ୍ରକୋପ ଏତେ ଥିଲା ଯେ ରୋଷେଇଘରୁ କ୍ଲାସ୍ ରୁମ୍ ପର୍ଯ୍ୟନ୍ତ ନିଆଁ କ୍ଷଣକ ମଧ୍ୟରେ ବ୍ୟାପିଯାଇଥିଲା । ଆକସ୍ମିକ ଦୁର୍ଘଟଣାକୁ ଏଡାଇବା ପାଇଁ ଅଙ୍ଗନୱାଡ଼ି କର୍ମୀ ସବିତା ନାୟକ ଓ ପାଚିକା ରିତା ବେହେରା  ନିଜ ଜୀବନକୁ ବିପନ୍ନ କରିବା ସହିତ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଶିଶୁ ମାନଙ୍କୁ ଶ୍ରେଣୀ ଗୃହ ବାହାର ଖୋଲା ପଡିଆକୁ ନେଇଆସିଥିଲେ । ନିଆଁର କରାଳତାକୁ ଦେଖି ଛୋଟଛୋଟ କୋମଳମତି ଶିଶୁମାନେ ଭୟଭୀତ ହୋଇଯାଇଥିଲେ। ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଥିବା ଗ୍ରାମବାସୀମାନେ ,ଅଙ୍ଗନୱାଡ଼ି କେନ୍ଦ୍ରରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ତେବେ ଅଙ୍ଗନୱାଡ଼ି କର୍ମୀ, ପାଚିକା ସହାୟିକା ଓ ଗ୍ରାମବାସୀଙ୍କ ଉପସ୍ଥିତ ବୁଦ୍ଧି ଓ ସାହାସିକତା ଯୋଗୁଁ ଆଜି ଅନେକ କୋମଳମତି ଶିଶୁ ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.