ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଜଙ୍ଗଲ ସୁରକ୍ଷା ମନ୍ତ୍ର ଦେଉଛି ‘ଜଙ୍ଗଲ କୁଟୀର’, ମହିଳାଙ୍କ ହାତରେ ସୁରକ୍ଷିତ ୧୫୦୦ ଏକର ଜଙ୍ଗଲ

ଭୁବନେଶ୍ୱର, ୨୮/୦୮ : ମା'ମାନଙ୍କ ହାତର ସ୍ପର୍ଶରେ ଆଜି ଏଠି ଜଙ୍ଗଲ ସୁରକ୍ଷିତ । ଆଜି କି କାଲି ନୁହେଁ ସତୁରୀ ଦଶକରୁ ଆରମ୍ଭ ହୋଇଥିବା ଏ ସଂଘର୍ଷ ଏବେ ପର ପିଢ଼ି ଯାଏଁ ପହଞ୍ଚିବ । ମା'ମାନଙ୍କ ଜଙ୍ଗଲ ସୁରକ୍ଷା, ସଂରକ୍ଷଣ, ପରିଚାଳନା, ସଫଳତାର ଏହି କାହାଣୀ ପହଞ୍ଚାଇବା ପାଇଁ ଗାଁରେ ତିଆରି ହୋଇଛି ‘ଜଙ୍ଗଲ କୁଟୀର’ । ଜଙ୍ଗଲ ସୁରକ୍ଷା, ପରିଚାଳନା ଓ ସଂରକ୍ଷଣର ଏମିତି ଏକ ବଳିଷ୍ଠ କାହାଣୀକୁ ନିଜ ଭିତରେ ଜାବୁଡ଼ି ଧରିଛି ଡେଙ୍ଗାଝରୀ ଗାଁ । 

ରାଜ୍ୟ ରାଜଧାନୀଠାରୁ ପାଖାପାଖି ୭୦ କିଲୋମିଟର ଦୂର ନୟାଗଡ ଜିଲ୍ଲାର ରଣପୁର ବ୍ଲକରେ ପଡେ ଏହି ଛୋଟିଆ ଗାଁ । କାଠ ମାଫିଆଙ୍କ କବଳରୁ ନିଜ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ‘ବାଡ଼ି'କୁ ଅସ୍ତ୍ର କରି ନିଜର ଦମ୍ଭ ଦେଖାଇଥିବା ଏହି ମହିଳାମାନେ ଏବେ ନିଜର ବୁଦ୍ଧି ବଳରେ ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣ କାହାଣୀକୁ ପରପିଢ଼ି ଯାଏଁ ପହଞ୍ଚାଇବାକୁ ପଣ ନେଇଛନ୍ତି ଯାହାର ପ୍ରତିଫଳନ ଭାବେ ଜନ୍ମ ନେଇଛି ‘ଜଙ୍ଗଲ କୁଟୀର’ । ଏହି ଜଙ୍ଗଲ କୁଟୀର ବାସ୍ତବରେ ଜଙ୍ଗଲ ସମ୍ବନ୍ଧିତ ଏକ ସୂଚନା କେନ୍ଦ୍ର ଯେଉଁଠି ଗାଁ ଲୋକଙ୍କ ଜଙ୍ଗଲ ସୁରକ୍ଷା, ସଂରକ୍ଷଣ ଓ ପରିଚାଳନା ସମ୍ପର୍କିତ ବିଷୟବସ୍ତୁକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରଦର୍ଶିତ କରାଯାଇଛି । ଏଠି ଗାଁର ଇତିହାସ, ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣର ଇତିହାସ, ପରିଚାଳନା ବ୍ୟବସ୍ଥା ସହ ନିଜ ଗାଁ ସମ୍ବନ୍ଧିତ ସମସ୍ତ ନଥିପତ୍ରକୁ ସାଇତି ରଖାଯାଇଛି । ଓଡ଼ିଆ ଝୋଟି ଚିତା ଦେଇ ପ୍ରସ୍ତୁତ କରାଯାଇଥିବା ଏହି ସୂଚନା କେନ୍ଦ୍ରରେ ଜଙ୍ଗଲ ଜାତ ଦ୍ରବ୍ୟକୁ ମଧ୍ୟ ପ୍ରଦର୍ଶିତ କରାଯିବାର ବ୍ୟବସ୍ଥା କରାଯାଇଛି । ଗାଁ ମୁଣ୍ଡରେ ରହିଥିବା ଏହି କୁଟୀର ଜଙ୍ଗଲ ପ୍ରତି ଆମର ଦାୟିତ୍ୱବୋଧତାକୁ ମନେ ପକାଇ ଦିଏ ବୋଲି ଡେଙ୍ଗାଝରୀ ଗାଁର ଗୋଲାପ ପ୍ରଧାନ କହନ୍ତି । ଏହି କୁଟୀରରେ ଗାଁର କୁନିକୁନି ପିଲାମାନେ ସପ୍ତାହକୁ ଥରେ ଏକାଠି ହୁଅନ୍ତି । ଯେଉଁଠି ଶଶି ମାଉସୀ (ଶଶି ପ୍ରଧାନ) ପିଲାମାନଙ୍କୁ ଜଙ୍ଗଲର ଗୁରୁତ୍ୱ ବାବଦରେ କହନ୍ତି । 

ଶଶି କହନ୍ତି, ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ଆମକୁ ବହୁ ସଂଘର୍ଷର ସାମ୍ନା କରିବାକୁ ପଡିଛି । ନୂଆପିଢ଼ିର ପିଲାମାନେ କାମ ପାଇଁ ଦାଦନ ଖଟିବାକୁ ଯାଉଛନ୍ତି । ସେମାନଙ୍କର ଆଉ ଆମ ଭଳି ଜଙ୍ଗଲ ପ୍ରତି ଅନୁରକ୍ତି ନାହିଁ । ହେଲେ ଜଙ୍ଗଲ ନ ରହିଲେ ଆମେ ବି ରହିବୁନି ଏକଥା ସେମାନେ ଜାଣି ପାରୁନାହାନ୍ତି । ଜଙ୍ଗଲର ଏହି କଥାକୁ ସେମାନଙ୍କୁ ବୁଝାଇବା ପାଇଁ ଆମେ ସପ୍ତାହରେ ଥରେ ସେମାନଙ୍କ ପାଇଁ ବ୍ୟବସ୍ଥା କରୁଛୁ ଯେଉଁଠି ଆମର ନାତି ନାତୁଣିମାନେ ଜଙ୍ଗଲ ସୁରକ୍ଷାର ପାଠ ପଢୁଛନ୍ତି । ଆସନ୍ତା ଦିନରେ ଏଠାରେ ସମ୍ମିଳନୀ, କମର୍ଶାଳା ଆଦି ଆୟୋଜିତ ହେବ ବୋଲି ଗାଁର ମା'ମାନେ କହନ୍ତି । ତାଛଡା ଯୁବପି଼ଢ଼ି ଯେପରି ସ୍ଥାନୀୟ ଜୈବ ବିବିଧତାକୁ ଚିହ୍ନଟ କରିପାରିବେ ସେ ବିଷୟରେ ବୁଝାଯିବାର ବନ୍ଦୋବସ୍ତ କରାଯାଇଛି । ବିଶେଷ ଭାବେ ବାହାରୁ ଆସୁଥିବା ଗବେଷକ, ସରକାରୀ ଅଧିକାରୀ, ଜଙ୍ଗଲ ବିଭାଗ କମର୍ଚାରୀ, ଛାତ୍ରଛାତ୍ରୀ କିପରି ଜଙ୍ଗଲ ସୁରକ୍ଷା ଓ ପରିଚାଳନା କଥା ଜାଣିପାରିବେ ତଥା ଅଧିକ ଗବେଷଣା କରି ପାରିବେ ସେଥିପାଇଁ ବନ୍ଦୋବସ୍ତ କରାଯାଇଛି । 

ଗାଁର ବୁଲି ପ୍ରଧାନ କହନ୍ତି, ରଣପୁର ବ୍ଲକକୁ ନୟାଗଡ ଜଗନ୍ନାଥ ରୋଡ୍‌ରେ ଗଲେ ପାହାଡ ତଳେ ପଡେ ଡେଙ୍ଗାଝରୀ ଗାଁ । ଗାଁରେ ପାଖାପାଖି ୩୧ ପରିବାର । ସେମାନଙ୍କ ଭିତରୁ ୨୧ଟି କନ୍ଧ ଓ ୧୦ଟି ଦଳିତ ବର୍ଗର । ଜଙ୍ଗଲରୁ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ କରି ବଜାରରେ ବିକ୍ରି କଲେ ଆମର ଚୁଲି ଜଳେ । ଶାଳ ଓ ଶିଆଳି ପତ୍ର ହିଁ ଆୟର ମୁଖ୍ୟ ଆଧାର । ୧୯୭୦ ମସିହା ବେଳର କଥା । ଜଙ୍ଗଲ ଉପରେ ଲୋଲୁପ ଦୃଷ୍ଟି ପଡିଲା ଆଖପାଖ ୧୦ ଖଣ୍ଡ ଗାଁ ଲୋକଙ୍କର । ଲୁଣିସାହି ଆଉ ମରଦେକାଟ ଗାଁ ଲୋକ ଧସେଇ ପଶିଲେ ଆମ ଜଙ୍ଗଲ ଭିତରକୁ । ଅଳ୍ପ କେଇ ଗାଁର ଜଙ୍ଗଲ ଲଣ୍ଡା ହୋଇଗଲା । ପରିସ୍ଥିତି ଏପରି ହେଲା ଯେ ଗାଁ ଲୋକଙ୍କୁ ଘର ଖଣ୍ଡେ କରିବାକୁ କାଠ ମିଳିଲାନି କି ଚୁଲି ଜାଳିବାକୁ ଜାଳେଣି କାଠ ମିଳିଲାନି । ପଦ୍ମା ନାହାକ କହନ୍ତି ଜଙ୍ଗଲ ବଞ୍ଚାଇବାକୁ ଗାଁର ସମସ୍ତେ ଏକାଠି ହେଲେ । ମଦ୍ଦକୋର୍ଟ, ଲୁଣିସାହି ଓ ଡେଙ୍ଗାଝରୀ ଗାଁର ପୁରୁଷମାନେ ପାଳି କରି ଜଗିଲେ । ହେଲେ ହାଟ-ବାଟର ପ୍ରିୟାପ୍ରିତି ଯୋଗୁଁ ଜଙ୍ଗଲ ସୁରକ୍ଷା ହୋଇ ପାରିଲାନି । ପରେ ଜଙ୍ଗଲକୁ ନେଇ ତିନି ଗାଁ ଲୋକ ପରସ୍ପର ବିରୋଧୀ ହୋଇଗଲେ । କଥା ଯାଇ ଉଚ୍ଚ ନ୍ୟାୟାଳୟର ପହଞ୍ଚିଲା । ଡେଙ୍ଗାଝରୀ ଗାଁଲୋକ କଂସା-ପିତ୍ତଳ, ଥାଳିଗିନା ବିକି ସମସ୍ତଙ୍କ ବିରୋଧରେ ଲଢ଼ିଲେ । ଆଉ ଶେଷରେ ଡେଙ୍ଗାଝରୀ ଗାଁ ଲୋକଙ୍କ ହାତକୁ ଆସିଲା ଆମ ଜଙ୍ଗଲ । 

ଗାଁର ନିଶା ପ୍ରଧାନ କହନ୍ତି ୧୯୯୮ କଥା । ଗାଁର ସବୁ ମହିଳା ଜଙ୍ଗଲ ବଞ୍ଚାଇବାର ପଣ ନେଲୁ । ‘କେନ୍ଦ୍ରୀୟ ମହିଳା ସଙ୍ଗଠନ' ଗଠନ ହେଲା ଯାହାର ନେତୃତ୍ୱ ନେଲେ ଆମ ଗାଁର ଶଶି ପ୍ରଧାନ । ଶଶି ନିଷ୍ପତ୍ତି ନେଲେ, ଠେଙ୍ଗପାଳରେ ଗାଁ ଜଙ୍ଗଲ ଜଗା ହେବ । ଗାଁର ସବୁ ମହିଳା ଜଙ୍ଗଲ ଜଗିବେ । ପୁରୁଷ ଜଙ୍ଗଲର ସୀମା ମାଡ଼ିବେନି । ଆବଶ୍ୟକ ପଡ଼ିଲେ ପୁରୁଷ ଜଙ୍ଗଲ ଯିବେ । ଜଙ୍ଗଲରୁ ଚୋରି ଧରାପଡ଼ିଲେ ଚୋରି ସାମଗ୍ରୀ ଛଡ଼ାଇ ନିଆଯିବ । ପ୍ରତି ସନ୍ଧ୍ୟା ବୈଠକରେ ଗାଁରେ ମହିଳାମାନେ ଦୋଷୀ ବିରୋଧରେ ଯାହା ନିଷ୍ପତ୍ତି ନେବେ ସେହି ଅନୁଯାୟୀ ଦଣ୍ଡବିଧାନ ହେବ । ଶଶିଙ୍କୁ ସହଯୋଗ କରିବାକୁ ଆଗେଇ ଆସିଲେ ଗାଁର ନିଶାମଣି, ଅଲ୍ଲୀ, ସାବିତ୍ରୀ, ପଦ୍ମା । ଗାଁ ମହିଳାଙ୍କ ଏହି ସଙ୍କଳ୍ପ ପରେ ବଡ଼ ଆନ୍ଦୋଳନର ରୂପ ନେଲା । ଭୟରେ ଆଖପାଖ ଗାଁ ଲୋକ ଆଉ ଜଙ୍ଗଲ ଆସିଲେନି । ୪ ମାସର ସଂଘର୍ଷ ପରେ କାଠ ମାଫିଆଙ୍କ ପ୍ରାଦୁର୍ଭାବ କମିଲା । ଗାଁ ମହିଳାମାନଙ୍କ ପାଇଁ ଆଜି ଗାଁର ୧୫୦୦ ଏକର ଘଞ୍ଚ ଜଙ୍ଗଲରେ ପରିଣତ ହୋଇ ପାରିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.