ପ୍ରମୂଖ ଖବର
  • ୪୫ ଦିନରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁ: ୟୁପି ସିଏମ୍
  • ||
  • ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ, ସାଂସ୍କୃତିକ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ଝାରସୁଗୁଡ଼ା ଇକୋ ପାର୍କରେ ଅଗ୍ନିକାଣ୍ଡ, ଜଳିଗଲା ୨୨ ହଜାରରୁ ଉର୍ଦ୍ଧ୍ୱ ଗଛ
  • ||
  • କଟକ : ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ
  • ||
  • ବଲାଙ୍ଗୀର : ବରକୁ ହତ୍ୟା ଷଡ଼ଯନ୍ତ୍ର ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ପୁରୀ : ବାଲିକପିଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ରାତି ୩ଟାରେ ଉଠିବ ମହାଦୀପ
  • ||
  • ବାଲେଶ୍ୱର : ରାସ୍ତା କଡ଼ରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଶିବରାତ୍ରୀ ପାଇଁ ବାବା ଧବଳେଶ୍ୱରଙ୍କ ପୀଠରେ ଭକ୍ତଙ୍କ ସମାଗମ, ରାତି ୧ଟାରେ ଉଠିବ ମହାଦୀପ
  • ||
  • ଶ୍ରୀଲିଙ୍ଗରାଜ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼, ଠେଲାପେଲା ଭିତରେ ୨ ମହିଳା ଗୁରୁତର
  • ||
  • ଭଦ୍ରକ : ଦୁର୍ଘଟଣାଗ୍ରସ୍ତ ହୋଇ ଓଭର୍ ବ୍ରିଜ୍‌ରୁ ତଳକୁ ଖସିଲା ଦୁଇ ଟ୍ରକ୍‌, ୩ ଗୁରୁତର
  • ||
  • ଜାଗର ପାଇଁ ଚଳଚଞ୍ଚଳ ଲୋକନାଥଙ୍କ ପୀଠ, ଭୋର ୩ଟାରେ ଉଠିବ ମହାଦୀପ
  • ||

ସୁଡାନରେ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ, ୪୬ ଜଣଙ୍କ ମୃତ୍ୟୁ, ଅନେକ ଆହତ…

Published By : Prameya | February 26, 2025 4:38 PM

ନୂଆଦିଲ୍ଲୀ: ସୁଡାନର ଓମଡୁରମାନ ସହରରେ ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଅତି କମରେ ୪୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେନା ଏବଂ ସ୍ୱାସ୍ଥ୍ୟ ଅଧିକାରୀ ମାନେ ଆଜି (ବୁଧବାର) ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି । ଏପି ରିପୋର୍ଟ ଅନୁଯାୟୀ, ସେନା ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଦୁର୍ଘଟଣାରେ ଅନେକ ସାମରିକ କର୍ମଚାରୀ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ପଛର ମୁଖ୍ୟ କାରଣ ବିଷୟରେ କୌଣସି ସୂଚନା ସ୍ପଷ୍ଟ ହୋଇନାହିଁ। ସୁଡାନି ସେନା ରିପୋର୍ଟ ଅନୁଯାୟୀ, ଗତକାଲି (ମଙ୍ଗଳବାର) ସେନାର ଆଣ୍ଟୋନୋଭ୍ ବିମାନ ୱାଡି ସୟଦନା ଏୟାରବେସ୍ ରୁ ଉଡ଼ାଣ ଭରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ପୂର୍ବରୁ ସୁଡାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଥିଲା ଯେ ଦୁର୍ଘଟଣାରେ ମୃତକଙ୍କ ମୃତଦେହକୁ ଓମଡୁରମ୍ୟାନର ନାଉ ହସ୍ପିଟାଲକୁ ପଠାଯାଇଛି। ଏହା ସହିତ, ପାଞ୍ଚ ଜଣ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି । ଏମାନେ ଚିକିତ୍ସାଧୀନ ଅଛନ୍ତି।

ସୂଚନାଥାଉକି, ସୁଡାନ ୨୦୨୩ ମସିହାରୁ ଗୃହଯୁଦ୍ଧର ଶିକାର ହୋଇଛି। ଏଠାରେ ସେନା ଏବଂ କୁଖ୍ୟାତ ଅର୍ଦ୍ଧସାମରିକ ଦଳ ରାପିଡ୍ ସପୋର୍ଟ ଫୋର୍ସ (RSF) ମଧ୍ୟରେ ଉତ୍ତେଜନା ଯୁଦ୍ଧରେ ପରିଣତ ହୋଇଥିଲା। ଏହି ସଂଘର୍ଷ ସହରାଞ୍ଚଳ, ବିଶେଷକରି ଦାରଫୁର ଅଞ୍ଚଳକୁ ଧ୍ୱଂସ କରୁଛି ଏବଂ ଜାତିଗତ ହିଂସା ଏବଂ ଗଣ ବଳାତ୍କାର ଭଳି ଭୟଙ୍କର ଘଟଣାଗୁଡିକୁ ଜନ୍ମ ଦେଉଛି। ଜାତିସଂଘ ଏବଂ ଅନ୍ତର୍ଜାତୀୟ ଅଧିକାର ସଂଗଠନ ଗୁଡ଼ିକ ଏହି ଘଟଣା ଗୁଡ଼ିକୁ ମାନବତା ବିରୋଧୀ ଅପରାଧ ଏବଂ ଯୁଦ୍ଧ ଅପରାଧ ବୋଲି କହିଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.