ନୂଆଦିଲ୍ଲୀ : ଗାଜାରେ ଯୁଦ୍ଧ ବିରତି ଚୁକ୍ତିନାମା ଅନୁସାରେ , ଇସ୍ରାଏଲ ଦ୍ୱାରା ସ୍ଥିରୀକୃତ ସମୟ ସୀମାରେ କଏଦୀଙ୍କୁ ମୁକ୍ତ ନକରିବା ପରେ , ଏବେ ହମାସର ଟେମ୍ପରଚର ବଢି ଯାଇଛି। ହମାସର ଜଣେ ଅଧିକାରୀ କହିଛନ୍ତି କି, ଇସ୍ରାଏଲ ୬୦୦ ପାଲେଷ୍ଟାଇନ୍ କଏଦୀଙ୍କୁ ମୁକ୍ତ କରିବାରେ ବିଳମ୍ୱ କରୁଛି, ଏବେ ଏହା ଗାଜା ଯୁଦ୍ଧ ବିରତି ଚୁକ୍ତିର ଗୁରୁତର ଉଲ୍ଲଂଘନ କରୁଛି। ହମାସ ଚେତାବନୀ ଦେଇଛି କି, ଯେପର୍ଯ୍ୟନ୍ତ ପାଲେଷ୍ଟାଇନ୍ କଏଦୀଙ୍କୁ ଫେରେଇ ଦିଆ ଯାଇ ନାହିଁ , ସେପର୍ଯ୍ୟନ୍ତ ଚୁକ୍ତିନାମାର ଦ୍ୱିତୀୟ ପର୍ଯ୍ୟାୟ ଉପରେ କଥାବାର୍ତ୍ତା କରିବେ ନାହିଁ।
କହି ରଖୁଛୁ ଯେ, ଚୁକ୍ତି ଅନୁସାରେ ଏହି ସପ୍ତାହରେ ହମାସ ୬ଜଣ ପାଲେଷ୍ଟାଇନ ବନ୍ଧକଙ୍କୁ ମୁକ୍ତ କରିଥିଲା , ଯାହା ପରେ ଇସ୍ରାଏଲ ୬୦୦ କଏଦୀଙ୍କୁ ମୁକ୍ତ କରିବାକୁ ପ୍ରତିଶ୍ରୁତି ଦେଇ ଥିଲା। ମଙ୍ଗଳବାର ଏକ ଲିଖିତ ବୟାନରେ ହମାସର ଜଣେ ବରିଷ୍ଠ ଅଧିକାରୀ ବାସେମ୍ ନେମ୍ କହିଛନ୍ତି କି, ଗ୍ରୁପ୍ ଚୁକ୍ତିନାମାର ସବୁ ପ୍ରାବଧାନକୁ ସଂପୂର୍ଣ୍ଣ ପାଳନ କରିଛି ଏବଂ ଇସ୍ରାଏଲର ବିଳମ୍ୱରେ ଚୁକ୍ତି ନାମା ଭାଙ୍ଗିବାକୁ ଯାଉଛି। ଏଥିରେ ପୁଣି ଥରେ ଯୁଦ୍ଧକୁ ତେଜି ବାର ପ୍ଲାନିଂ କରାଯାଉଛି।
ଏହି ମଧ୍ୟରେ ଯୁଦ୍ଧବିରାମର ପ୍ରଥମ ପର୍ଯ୍ୟାୟ ଶନିବାର ଶେଷ ହେବ। ଏହି ଚୁକ୍ତିନାମା ଅନୁସାରେ, ୨ୟ ପର୍ଯ୍ୟାୟ ଉପରେ କଥାବାର୍ତ୍ତା ସପ୍ତାହ ପୂର୍ବରୁ ଆରମ୍ଭ ହେବାର ଥିଲା , କିନ୍ତୁ ଏହା ଏବେସୁଦ୍ଧା ଆରମ୍ଭ ହୋଇ ପାରି ନାହିଁ। ଖବର ମୁତାବିକ , ଏହି ସପ୍ତାହ ଆମେରିକୀୟ ଅଧିକାରୀ କଥାବାର୍ତ୍ତା ପାଇଁ ଗାଜାରେ ପହଞ୍ଚି ପାରନ୍ତି , ଯେଉଁଠି ପ୍ରଥମ ପର୍ଯ୍ୟାୟର କଥାବାର୍ତ୍ତାରୁ ଆଗକୁ ବୃଦ୍ଧି କରାଯାଇ ପାରିବ। ହେଲେ ହମାସ କହିଛି କି, ସେ ସେପର୍ଯ୍ୟନ୍ତ କଥାବାର୍ତ୍ତା କରିବା ପାଇଁ ପ୍ରସ୍ତୁତ ନୁହେଁ , ଯେପର୍ଯ୍ୟନ୍ତ କଏଦୀଙ୍କୁ ମୁକ୍ତ କରାଯାଇ ନାହିଁ ।