ଢାକା: ବାଂଲାଦେଶରେ ଗତବର୍ଷ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧରେ ହୋଇଥିବା ଉଗ୍ର ଛାତ୍ର ଆନ୍ଦୋଳନକୁ ପରିଚାଳନା କରୁଥିବା ଛାତ୍ର ନେତା ନାହିଦ ଇସ୍ଲାମ, ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାରରୁ ଦେଇଛନ୍ତି ଇସ୍ତଫା। ଇସ୍ଲାମ ୟୁନୁସ କ୍ୟାବିନେଟରେ ସୂଚନା ପରାମର୍ଶଦାତା ପଦରେ ମୁତୟନ ଥିଲେ। ଢାକା ଟ୍ରିବ୍ୟୁନର ରିପୋର୍ଟ ମୁତାବିକ , ସେ ବାଂଲାଦେଶର ଅନ୍ତରୀଣ ସରକାରର ମୁଖିଆଙ୍କୁ ମଙ୍ଗଳବାର ନିଜର ଇସ୍ତଫା ପ୍ରଦାନ କରିଛନ୍ତି। ଏମିତି ଆଲୋଚନା କି ନାହିଦ ଇସ୍ଲାମ ଏବେ ଏକ ନୂଆ ରାଜନୀତିକ ପାର୍ଟିର ଗଠନ କରିବେ।
ନାହିଦ ୟୁନୁସ ସରକାରଙ୍କ କାର୍ଯ୍ୟରେ ନିରାଶ ଥିବା କୁହାଯାଉଛି। ଗତ ବର୍ଷ, ଇସଲାମ୍ ଶେଖ ହସିନାଙ୍କର ନୀତି ଗୁଡ଼ିକ ବିରୋଧରେ ଛାତ୍ର ଆନ୍ଦୋଳନକୁ ଲିଡ୍ କରୁଥିବା ନେତାଙ୍କ ମଧ୍ୟରେ ଜଣେ ଥିଲେ। ଗତ କିଛି ଦିନରୁ ନାହିଦ୍ଙ୍କ ପଦ ଛାଡ଼ିବାର ଚର୍ଚ୍ଚା ଚାଲୁ ଥିଲା। ଇସ୍ତଫା ଦେବା ପରେ ମିଡ଼ିଆକୁ ସମ୍ୱୋଧିତ କରି ନାହିଦ କହିଛନ୍ତି କି, ସେ କ୍ୟାବିନେଟ୍ ଓ ଅନ୍ୟ ସବୁ ସମିତିରୁ ଇସ୍ତଫା ଦେଇ ସାରିଛନ୍ତି।
ଆଶା କରାଯାଉଛି ଯେ, ନାହିଦ ଇସଲାମ ଆଗାମୀ ଶୁକ୍ରବାରରେ ଲଞ୍ଚ ହେବାକୁ ଯାଉ ଥିବା ନୂଆ ରାଜନୀତିକ ପାର୍ଟିର ସଂଯୋଜକର ଦାୟିତ୍ୱ ତୁଲାଇବେ। ଭେଦଭାବ ବିରୋଧୀ ଛାତ୍ର ଆନ୍ଦୋଳନ ଓ ରାଷ୍ଟ୍ରୀୟ ନାଗରିକ ସମିତିର ପ୍ରୟାସରେ ଏହି ନୂଆ ରାଜନୀତିକ ପାର୍ଟି ଆରମ୍ଭ ହେବାକୁ ଯାଉଛି। ପାର୍ଟି ଗଠନର ଆଲୋଚନା ଅନେକ ଦିନରୁ ଚାଲୁ ରହିଥିଲା। ରବିବାର ମହମ୍ମଦ ୟୁନୁସ୍ଙ୍କୁ ସାକ୍ଷାତ୍ କରି ଥିଲେ ଇସଲାମ। ସେବେ ଠାରୁ ଆକଳନ ଚାଲୁ ଥିଲା କି, ସେ ଇସ୍ତଫା ଦେବାର ନିଷ୍ପତ୍ତି କରିଛନ୍ତି। ଯେବେ ସେ ୟୁନିସଙ୍କ ଆବାସରେ ବୈଠକ ପାଇଁ ପହଞ୍ଚି ଥିଲେ ତ ତାଙ୍କ କାରରେ ସରକାରୀ ପତାକା ଲାଗି ଥିଲା , କିନ୍ତୁ ବୈଠକ ପରେ ଯେବେ ସେ ବାହାରି ଥିଲେ ତ ପତାକା ଗାଏବ ଥିଲା।
କ୍ୟାବିନେଟ୍ରୁ ନାହିଦ ଇସଲାମଙ୍କ ଇସ୍ତଫା ଓ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂଆ ପାର୍ଟିର ଗଠନରେ ଏହି କଥାର ସମ୍ଭାବନା ଦୃଢ ହୋଇଛି ଯେ, ପଡୋଶୀ ଦେଶ ବାଂଲାଦେଶରେ ଖୁବ୍ ଶୀଘ୍ର ନିର୍ବାଚନ ହୋଇପାରେ ଏବଂ ଗଣତନ୍ତ୍ରର ପୁନଃସ୍ଥାପିତ ହୋଇପାରେ। ନୂଆ ପଦକ୍ଷେପରେ ଶେଖ ହସିନାଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ଛାତ୍ର ନେତାମାନେ ୟୁନୁସ୍ ସରକାର ଉପରେ ଏହାର ଚାପ ପଡ଼ିବା ଆରମ୍ଭ କରି ଦେଇଛନ୍ତି। ହେଲେ ମହମ୍ମଦ ୟୁନୁସ କହି ସାରିଛନ୍ତି ଯେ, ୨୦୨୫ର ଶେଷ ସୁଦ୍ଧା ନିର୍ବାଚନ ହୋଇ ପାରେ।
ୟୁନୁସ ଜଣେ ଅନିର୍ବାଚିତ ଓ ଅଲୋକପ୍ରିୟ ନେତା। ସେ ଜନସମର୍ଥନ ହାସଲ କରି ନାହାନ୍ତି। ଅନ୍ତରୀଣ ସରକାରର ମୁଖିଆ ହେବା ପର ଠାରୁ ତାଙ୍କର କାର୍ଯ୍ୟକାଳରେ ହିନ୍ଦୁ ସହିତ ସଂଖ୍ୟାଲଘୁଙ୍କ ଉପରେ ହମଲା ମଧ୍ୟ ବଢିଛି। ସେ ଇସ୍ଲାମବାଦୀଙ୍କୁ ଖୋଲାଖୋଲି ସମର୍ଥନ ଦେଉଛନ୍ତି। ଏହି କାରଣରୁ ତାଙ୍କ ଚାରି ପାଖରେ ସମାଲୋଚନା ମଧ୍ୟ ହେଉଛି।