ନୂଆଦିଲ୍ଲୀ,୨୫/୦୨:ଇରାନର ୧୬ ଟି କମ୍ପାନୀ କଟକଣା ଲଗାଇଲା ଆମେରିକା । ଇରାନକୁ ଦୁର୍ବଳ କରିବା ପାଇଁ ଆମେରିକା ଏହାର ପେଟ୍ରୋଲିୟମ ଏବଂ ପେଟ୍ରୋକେମିକାଲ୍ ଶିଳ୍ପ ସହିତ ଜଡିତ ୧୬ଟି କମ୍ପାନୀ ଉପରେ କଟକଣା ଲଗାଇଛି । ଏହି ତାଲିକାରେ ୪ଟି ଭାରତୀୟ କମ୍ପାନୀ ମଧ୍ୟ ସାମିଲ ଅଛନ୍ତି।
ଆମେରିକାର ଅର୍ଥ ବିଭାଗ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ,ନିଷେଦ୍ଧ କରାଯାଇଥିବା ଭାରତୀୟ କମ୍ପାନୀଗୁଡ଼ିକ ମଧ୍ୟରେ ଅଷ୍ଟିନ୍ ସିପ୍ ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍, ବିଏସଏମ ମାରିନ୍ ଏଲ୍ଏଲପି, କସମସ୍ ଲାଇନ୍ସ ଇନକର୍ପୋରେଟେଡ୍ ଏବଂ ଫ୍ଲକ୍ସ ମାରିଟାଇମ୍ ଏଲ୍ଏଲପି ଅନ୍ତର୍ଭୁକ୍ତ। ଏପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଉପରେ ଭାରତ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ, ଯେତେବେଳେ ଭାରତର ଇରାନ ଏବଂ ଆମେରିକା ଉଭୟ ସହିତ ଭଲ ସମ୍ପର୍କ ରହିଛି।ଆମେରିକାର ବିଦେଶ ବିଭାଗ କହିଛି ଯେ,ଇରାନର ପେଟ୍ରୋଲିୟମ ଏବଂ ପେଟ୍ରୋକେମିକାଲ୍ ଶିଳ୍ପ ସହିତ ବ୍ୟବସାୟିକ ସମ୍ପର୍କ ପାଇଁ ଏହି କମ୍ପାନୀଗୁଡ଼ିକୁ ନିଷେଧ କରାଯାଉଛି। ଆମେରିକା ଏହି ବେଆଇନ ପରିବହନ ନେଟୱାର୍କକୁ ବନ୍ଦ କରିବ ।ଯାହା ଏସିଆର କ୍ରେତାମାନଙ୍କୁ ଇରାନୀ ତେଲ ବିକ୍ରୟ କରିବା ପାଇଁ କାମ କରେ।ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି ଯେ,ଏହି ନେଟୱାର୍କ ଅବୈଧ ପରିବହନ ମାଧ୍ୟମରେ ଶହ ଶହ ନିୟୁତ ଡଲାର ମୂଲ୍ୟର ଅନେକ ବ୍ୟାରେଲ ଅଶୋଧିତ ତୈଳ ବିକ୍ରୟ କରିବାକୁ ଚେଷ୍ଟା କରୁଥିଲା। ଏହି ପଦକ୍ଷେପ ରାଷ୍ଟ୍ରପତି ଟ୍ରମ୍ପଙ୍କ କାର୍ଯ୍ୟକାଳରେ ଆରମ୍ଭ ହୋଇଥିବା ଇରାନ ଉପରେ ଚାପ ପକାଇବାର ନୀତିର ଏକ ଅଂଶ।ଯାହା ତେଲ ରାଜସ୍ୱ ମାଧ୍ୟମରେ ଇରାନର ଆତଙ୍କବାଦକୁ ଆର୍ଥିକ ଭାବରେ ଦୁର୍ବଳ କରିବାର ପ୍ରୟାସକୁ ଦୃଷ୍ଟିରେ ରଖି ନିଆଯାଇଛି।ଇରାନ ଉପରେ ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ଏହି ନୂତନ ପ୍ରତିବନ୍ଧକଗୁଡ଼ିକ ଭାରତୀୟ କମ୍ପାନୀଗୁଡ଼ିକୁ ମଧ୍ୟ ପ୍ରଭାବିତ କରିଛି।