ପ୍ରମୂଖ ଖବର
  • ୧୯୮୪ ଶିଖ୍‌ ଦଙ୍ଗା ମାମଲା, ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ
  • ||
  • ଚିକିଟି ମଦ ମୃତ୍ୟୁ ମାମଲା, ୬ ମାସ ପରେ ଅବକାରୀ କମିଶନରଙ୍କ ତଦନ୍ତ ଆରମ୍ଭ
  • ||
  • ବିଧାନସଭାର CAG ରିପୋର୍ଟ, ମଦନୀତିରେ ଦିଲ୍ଲୀ ସରକାରଙ୍କୁ ୨ ହଜାର କୋଟିର କ୍ଷତି
  • ||
  • ନିମାପଡ଼ାରୁ ନକଲି ପରୀକ୍ଷାର୍ଥୀ ଗିରଫ, ଆଡମିଟ୍ କାର୍ଡରେ ଫଟୋ ମ୍ୟାଚ୍ ନହେବାରୁ ଧରାପଡ଼ିଲେ
  • ||
  • ଚାପଡରେ ହାଣି ପ୍ରେମିକା ସହ ୬ଜଣଙ୍କୁ ବିଭତ୍ସ ହତ୍ୟା, ଥାନାରେ ଆତ୍ମସମର୍ପଣ କଲେ ଯୁବକ
  • ||
  • ଉଦଳା; ସୀମା ଟପିଗଲା ଅମାନୁଷିକତା। ବିଦ୍ୟାଳୟରେ ପରିସ୍ରା ଓ ବାନ୍ତି କରିଦେଲେ ବୋଲି ଦିବ୍ୟାଙ୍ଗ ଛାତ୍ରୀଙ୍କୁ ନିର୍ଘାତ ମାଡ଼
  • ||
  • ପୋଲିସକୁ ଚକମା ଦେଇ ଚମ୍ପଟ୍ ମାରିବା ବେଳେ ଗୋରୁ ବୋଝେଇ ଟ୍ରକ୍ ଦୁର୍ଘଟଣା, ଡ୍ରାଇଭର୍ ଫେରାର୍
  • ||
  • ଆଇସିସି ଚାମ୍ପିଅନ୍ସ ଟ୍ରଫି: ଆଜି ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଟକ୍କର, ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍
  • ||
  • ରାଜ୍ୟରେ ୪ଦିନ ଯାଏ ଶୁଖିଲା ପାଗ, ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||
  • ଓଡ଼ିଶାରେ ମୃଦୁ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୧ ରେକର୍ଡ, ବଙ୍ଗୋପସାଗର କେନ୍ଦ୍ରସ୍ଥଳ
  • ||

Bangladesh: ମୁଣ୍ଡ ନୁଆଁଇଲା ବାଂଲାଦେଶ, କହିଲା ଭାରତ ସହ ଭଲ ସମ୍ୱନ୍ଧ ବନାଇବାକୁ ଚାହେଁ ଦେଶ....

Published By : Bijay Swain | February 25, 2025 11:44 PM

Image courtesy: indiatoday

ନୂଆଦିଲ୍ଲୀ: ମୁଣ୍ଡ ନୁଆଁଇଲା ପଡୋଶି ବାଂଲାଦେଶ। ଭାରତ ସହ ଭଲ ସମ୍ୱନ୍ଧ ବନାଇବାକୁ ଚାହୁଁଛି ବୋଲି ଖୋଦ ବାଂଲାଦେଶର ବୈଦେଶିକ ପରାମର୍ଶଦାତା ମହମ୍ମଦ ତୋହିଦ ଅନୁରୋଧ କରିଛନ୍ତି। ସୋମବାର ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ କଥାହେବାବେଳେ କିଛି ଏପରି ଅନୁରୋଧ କରିଛନ୍ତି ବାଂଲାଦେଶର ଏହି ନେତା।

ବାଂଲାଦେଶର ସରକାରୀ ଖବର ସରବରାହ ସଂସ୍ଥା ବିଏସଏସ ଏଥି ନେଇ ଖବର ପ୍ରସାରଣ କରଛି। ହୁସେନ, ଏସ ଜୟଶଙ୍କରଙ୍କ ସହ କଥାହେବା ବେଳେ “ବାଂଲାଦେଶ ଭାରତ ସହ ଉତ୍ତମ ସମ୍ପର୍କ ବନାଇ ରଖିବାକୁ ଚାହୁଁଛି। ଏହା ସହ ଭାରତ ମଧ୍ୟ ବଂଲାଦେଶ ସହ ଉତ୍ତମ ସଂପର୍କ ବନାଇ ରଖିବା ପାଇଁ ଚେଷ୍ଟାକରୁ। ଏହା ଉଭୟ ଦେଶର ଅନ୍ତରୀଣ ମାମଲା। ଉଭୟ ଦେଶ ଏହା ଉପରେ ବିଚାର କରିବାର ଆବଶ୍ୟକତା ରହିଛି। ବାଂଲାଦେଶ ଭାରତକୁ ନେଇ ନିଜର ସଂପର୍କ ବିଷୟରେ ସ୍ପଷ୍ଟ କରିସାରିଛି। ବାଂଲାଦେଶର ଏହି କଥା ଉପରେ ଭାରତ ନିଶ୍ଚିନ୍ତ ଧ୍ୟାନ ଦେବ ବୋଲି ମୋର ଆଶା ରହିଛି” ବୋଲି ସେ କହିଛନ୍ତି। 

ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତକୁ ନେଇ ବାଂଲାଦେଶର ଆଭିମୁଖ୍ୟତା ଆରମ୍ଭରୁ ସ୍ପଷ୍ଟ ରହିଛି। ତେବେ ଭାରତରେ ଶରଣ ନେଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖହସିନାଙ୍କ ବିବାଦିୟ ବୟାନ ଉଭୟ ଦେଶ ପାଇଁ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିଛି। ତେଣୁ ଉଭୟ ଦେଶ ନିଜ ନିଜ ସମ୍ୱଦ୍ଧ ଉପରେ ଧ୍ୟାନ ଦେଇ ସମ୍ୱଦ୍ଧକୁ ମଜବୁତ କରିବା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ବାଂଲାଦେଶ ସରକାର ଭାରତ ସହ ସକରାତ୍ମକ ଓ ସହଯୋଗାତ୍ମକ ସଂବନ୍ଧ ବନାଇ ରଖିବାପାଇଁ ପ୍ରତିଶୃତିବନ୍ଧ କହିଛନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.