ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ସୁଭଦ୍ରା ଆବେଦନ କରିବାକୁ ରାତ୍ରି ଉଜାଗର ରହୁଛନ୍ତି ମହିଳା

ଫିରିଙ୍ଗିଆ,୧୧/୯ : ସାରା ରାଜ୍ୟରେ କିଛି ଦିନ ହେବ ସୁଭଦ୍ରା ଯୋଜନା ଆବେଦନ ପ୍ରକ୍ରିୟା ଚାଲୁ ରହିଥିବାବେଳେ ବିଭିନ୍ନ ଜାଗାରେ ନେଟୱର୍କ ସମସ୍ୟା ଏହି ସୁଭଦ୍ରା ଯୋଜନା ଆବେଦନ ପ୍ରକ୍ରିୟାରେ ବାଧକ ସାଜୁଛି I ଆବେଦନ କରିବାକୁ ଆସୁଥିବା ମହିଳାମାନଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି I ବିଶେଷ କରି ଏହି ସମସ୍ୟା ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକରେ ଦେଖିବାକୁ ମିଳିଥିବାବେଳେ ସୁଭଦ୍ରା ଯୋଜନା ଆବେଦନ କରିବାକୁ ଆସିଥିବା ମହିଳାମାନଙ୍କୁ ବିଭିନ୍ନ ଗ୍ରାହକ ସେବା କେନ୍ଦ୍ର ସମ୍ମୁଖରେ ରାତ୍ର ଉଜାଗର ହେବା ଦୃଶ୍ୟ ଏବେ ବହୁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି I

ସୂଚନା ଅନୁସାରେ ଫିରିଙ୍ଗିଆ ବ୍ଲକରେ ମୋଟ ୨୪ଟି ପଂଚାୟତ ରହିଥିବାବେଳେ ବ୍ଲକରେ ୩୨ଟି ଜନସେବା କେନ୍ଦ୍ର ଓ ୩୨ଟି ମୋ ସେବା କେନ୍ଦ୍ର ରହିଛି  I କିନ୍ତୁ ନେଟୱର୍କ ସମସ୍ୟା ପାଇଁ ଅଧାରୁ ଅଧିକ କେନ୍ଦ୍ର ଅଚଳ ପଡ଼ିଥିବାବେଳେ ଏହି ସୁଭଦ୍ରା ଯୋଜନାରେ ଆବେଦନପତ୍ର ଦାଖଲ କରିବାକୁ ବ୍ଲକ ମୁଖ୍ୟାଳୟରେ ମହିଳମାନଙ୍କ ଭିଡ଼ ଜମୁଛି I ସକାଳୁ ବିଭିନ୍ନ ଗ୍ରାମାଞ୍ଚଳମାନଙ୍କରୁ ଆସୁଥିବା ମହିଳାମାନେ ସହରରେ ଥିବା ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର ମାନଙ୍କରେ ଧାଡ଼ି ବାନ୍ଧି ଘଣ୍ଟା ଘଣ୍ଟା ଛିଡ଼ା ହେବାକୁ ପଡୁଛି । ସନ୍ଧ୍ୟାରେ ଆବେଦନ କରିବାକୁ ଆସୁଥିବା ମହିଳାମାନେ ଗମନାଗମନର କୌଣସି ସୁବିଧା ନ ଥିବାରୁ ରାତିରେ ଖୋଲା ଆକାଶ ତଳେ କିମ୍ବା ମୋ ସେବା କେନ୍ଦ୍ର ବାରଣ୍ଡାରେ ବିପଦ ସଂକୁଳ ଅବସ୍ଥାରେ ଉଜାଗର ହେବାକୁ ପଡୁଛି I 

ଅନ୍ୟପଟେ ଆଧାର କାର୍ଡରେ ମୋବାଇଲ ନମ୍ବର ହେଉ କିମ୍ବା ଆଧାର କାର୍ଡ ସଂଶୋଧନ ହେଉ ଏହି କାମରେ ମଧ୍ୟ୍ୟ ମହିଳାମାନଙ୍କୁ ବହୁ ହଟହଟା ହେବାକୁ ପଡୁଛି I ସେପଟେ ଆଧାର କାର୍ଡରେ ମୋବାଇଲ ନମ୍ବର ସଂଯୋଗ ହୋଇନଥିଲେ ମଧ୍ୟ ସୁଭଦ୍ରା ଯୋଜନା ଆବେଦନ କରାଯିବା ନେଇ ନିୟମ ରହିଥିଲେ ବି ପ୍ରଶାସନର ସଚେତନତା ଅଭାବରୁ ଆଧାର କାର୍ଡରେ ମୋବାଇଲ ନମ୍ବର ସଂଯୋଗ ଓ ଆଧାର ସଂଶୋଧନ ପାଇଁ ମଧ୍ୟ ବ୍ଲକ କାର୍ଯ୍ୟାଳୟ ମଧ୍ୟରେ ଥିବା ଆଧାର କେନ୍ଦ୍ରରେ ମହିଳାମାନଙ୍କ ଭିଡ଼ ଦେଖିବାକୁ ମିଳୁଥିବାବେଳେ ଏଥିପାଇଁ ମଧ୍ୟ୍ୟ ସେହି ସମାନ ଅବସ୍ଥା ଦେଖିବାକୁ ମିଳିଛି I ତେବେ ପ୍ରଶାସନ ଏହି ବ୍ୟବସ୍ଥାକୁ କିଭଳି ଭାବେ ସରଳ ଓ ସୁବିଧା କରାଯାଇପାରିବ ସେ ନେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ଜୋର ଧରିଛି I

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.