ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ରାସ୍ତା ନାହିଁ, ବାଜି ଲାଗୁଛି ଜୀବନ : ଭରା ନଇଁ ପାରି ହୋଇ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ

ଦଶମନ୍ତପୁର, ୮/୮ :  ଗାଁକୁ ଯାତାୟତ ପାଇଁ ଭଲ ପକ୍କା ରାସ୍ତା  ଖଣ୍ଡେ ନାହିଁ। ଏଥିସହ ଗାଁ ନିକଟସ୍ଥ ନଦୀରେ ସ୍ଥାୟୀ ପୋଲ ଖଣ୍ଡେ ନାହିଁ। ଯାହାଦ୍ଵାରା ଛାତ୍ରଛାତ୍ରୀମାନେ ଜୀବନକୁ ବାଜି ଲଗାଇ ଭରା ନଇଁ ପାରି ହୋଇ ସ୍କୁଲ ଯାଉଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ନନ୍ଦି ଗ୍ରାମ ପଞ୍ଚାୟତ ଅଧିନସ୍ଥ ମଧୁ ବିଶାଳୀ ଗାଁରେ। ପାଠ ଦ୍ବି ଅକ୍ଷର ଶିଖିବା ଲାଗି  ଜୀବନକୁ ବାଜି ଲଗାଇ ଛାତ୍ରଛାତ୍ରୀ ଯିବାକୁ ବାଧ୍ୟ ହେଉଛନ୍ତି । ପ୍ରଖର ସ୍ରୋତରେ କେତେବେଳେ କିଏ ଭାସିଗଲେ କିଏ ଦାୟୀ ରହିବ ବୋଲି  ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। 

ଏହି ଗାଁରେ ପ୍ରାଥମିକ ସ୍କୁଲ ରହିଛି। ପ୍ରଥମରୁ ୫ ମ ଶ୍ରେଣୀ ପିଲା ଗାଁ ରେ ପଢୁଥିବା ବେଳେ, ଷଷ୍ଠ ରୁ ଦଶମ ଶ୍ରେଣୀର ପିଲା ନନ୍ଦି ଗାଁ ସ୍କୁଲରେ ପଢୁଛନ୍ତି।  ନନ୍ଦୀ ଗାଁକୁ ଯିବାକୁ ହେଲେ ନଦୀ ପାର ହେବାକୁ ପଡିଥାଏ।  ନଦୀ ଉପରେ ପୋଲ ନ ଥିବାରୁ ସ୍କୁଲ ପିଲା ସହ ଗାଁ ଲୋକ  ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମବାସୀଙ୍କ  କହିବା ଅନୁସାରେ , ଗାଁ ଠାରୁ ପଞ୍ଚାୟତ କାର୍ଯ୍ୟାଳୟ ମାତ୍ର ୩ କିମି ଦୂରରେ ରହିଛି । ହେଲେ ବାଟ ଓଗାଳି ରହିଛି ଚବେରି ନଦୀ।  ଯୁଆଡେ ଗଲେ ମଧ୍ୟ  ନଦୀ ପାରି ହୋଇ ଯିବାକୁ ପଡୁଛି। ଅନ୍ୟ ଏକ ଜଙ୍ଗଲ ରାସ୍ତା ଦେଇ ନନ୍ଦି ଗାଁ ପଞ୍ଚାୟତକୁ ଗଲେ ଗାଁ ଠାରୁ  ୬ କିମି ଦୂର ପଡ଼ିବ। ତେଣୁ ଜଙ୍ଗଲ ରାସ୍ତା ଦେଇ ୬ କିମି ଦୂର ଯିବାକୁ  ଭୟ କରି ଏହି ୩ କିମି ରାସ୍ତାରେ  ପ୍ରତିଦିନ ଜୀବନକୁ ବାଜି ଲଗାଇ ଛାତ୍ରଛାତ୍ରୀଙ୍କ ସହ ଗ୍ରାମବାସୀ ଯିବା ଆସିବା କରୁଥିବା ଗାଁର  ଘାସି  ଗୌଡ, ଘନ ଗୌଡ, ପରମ ନାୟକ, କୁମନାଥ ଗୌଡ, ରାମ ଗୌଡ ପ୍ରମୁଖ  କହିଛନ୍ତି ।

ଏହି ରାସ୍ତା ଉପରେ ମଧୁ ବିଶାଳୀ ଗାଁ  ସମେତ,  ତେନ୍ତୁଳିଗୁଡ଼ା, ଝପରାପଦର, କୁଣ୍ଡାଗୁଡା, ସଲପଗୁଡା ପ୍ରଭୁତି ୫ ଖଣ୍ଡ ଗ୍ରାମବାସୀ ନିର୍ଭର କରନ୍ତି। ହାଟ ବଜାର ଠାରୁ ଆରମ୍ଭ କରି ରାସନ ଚାଉଳ, ବାର୍ଦ୍ଧକ୍ୟ ଭତ୍ତା ପାଇଁ ମଧ୍ୟ ଏହି ରାସ୍ତାରେ  ଲୋକମାନେ ଯାତାୟାତ କରନ୍ତି। ରାସ୍ତା ସୁବିଧା ନ ଥିବାରୁ ଅଞ୍ଚଳ ବାସୀ ସ୍ବାସ୍ଥ୍ୟ ଶିକ୍ଷା ଓ ଗମନାଗମନ କ୍ଷେତ୍ରରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜରୁରୀ ସମୟରେ ଗାଁ କୁ ଆମ୍ବୁଲାନ୍ସ ଗାଡ଼ି ଆସିପାରୁ ନାହିଁ। ରୋଗୀଙ୍କୁ   ଭାର ବୋହି  ନଦୀ ପାରି କଲା ପରେ  ଆମ୍ବୁଲାନ୍ସ ଯୋଗେ କୋରାପୁଟ ବଡ଼ ଡ଼ାକ୍ତରଖାନାକୁ   ନିଆଯାଇଥାଏ। 

 ଅଞ୍ଚଳବାସୀଙ୍କ ଏଭଳି ସମସ୍ୟାର ସମାଧାନ ପାଇଁ  ବହୁ ବାର ଦାବୀି ପରେ  ଗତ ୨୦୧୯ ମସିହାରେ  ଚବେରି  ନଦୀ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ କରିବା ଲାଗି ସରକାର ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ  ସଡ଼କ ଯୋଜନାରେ ସାମିଲ୍ କରାଯାଇଥିଲା। ୨ କୋଟି ୭୭ ଲକ୍ଷ ୮୦ ହଜାର ଟଙ୍କା ମଞ୍ଜୁର  କରାଯାଇଥିଲା।  ବର୍ତ୍ତମାନ ଏହି ପୋଲ କାର୍ଯ୍ୟ ଆରମ୍ଭ ହୋଇ  ୬   ବର୍ଷ ବିତି ଗଲାଣି ।‌ ହେଲେ ଫାଉଣ୍ଡେସନରେ ଏହା ସୀମିତ ରହିଥିବା ଗ୍ରାମବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି। ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ  ଏହି ନଦୀ ଉପରେ ସ୍ଥାୟୀ ପୋଲ ନିର୍ମାଣ କରିବା ଲାଗି ଅଞ୍ଚଳବାସୀ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.