ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ମହାନଦୀକୁ ଡେଇଁଲେ ନବମ ଶ୍ରେଣୀ ଛାତ୍ରୀ, ସ୍କୁଲ ପାଖରୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ବୌଦ୍ଧ,୩୦/୦୮: ମର୍ଯାକୁଦ ବ୍ରିଜରୁ ମହାନଦୀକୁ ଡେଇଁଲେ ନବମ ଶ୍ରେଣୀ ଛାତ୍ରୀ । ବ୍ରିଜ ଉପରେ ସ୍କୁଲ ବ୍ୟାଗ, ସାଇକେଲ ଓ ଚପଲ ରଖି ମହାନଦୀକୁ ଡେଇଁଲେ । ପରେ ଶିଶୁ ମନ୍ଦିର ସ୍କୁଲ ନିକଟରୁ ଛାତ୍ରୀଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟଲୋକେ । ଆତ୍ମହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ ରହିଥିବା ବେଳେ ବୌଦ୍ଧ ଜିଲ୍ଲାର ଆଦର୍ଶ ଥାନା ଅନ୍ତର୍ଗତ ମର୍ଯାକୁଦ ବ୍ରିଜ ଉପରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ବୌଦ୍ଧ ସହର ବ୍ରାହ୍ମଣ ସାହିର ବିଜୟ ବଗର୍ତ୍ତିଙ୍କ ନାବାଳିକା ଝିଅ ବୌଦ୍ଧ ଶିଶୁ ମନ୍ଦିର ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢନ୍ତି । ଶୁକ୍ରବାର ସକାଳୁ ସେ ସ୍କୁଲ ଯିବାକୁ ସାଇକେଲ ନେଇ ଘରୁ ବାହାରିଥିଲେ । ସ୍କୁଲକୁ ଯିବା ସମୟରେ ସେ ମର୍ଯାକୁଦ ବ୍ରିଜ ଉପର ଦେଇ ଯାଇଥିଲେ । ଏହି ସମୟରେ ମର୍ଯାକୁଦ ସେତୁ ଉପରେ ବ୍ୟାଗ୍, ସାଇକେଲ ଏବଂ ଚପଲ ରଖି ମହାନଦୀକୁ ଡେଇଁ ପଡ଼ିଥିଲେ । ଏହି ଘଟଣାକୁ ନଦୀରେ ଶୌଚ କରୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ନାବାଳିକାକୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ପରେ ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ପେଲିସକୁ ଘଟଣା ବିଷୟରେ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବୋଟ୍‌ ଯୋଗେ ନାବାଳିକାକୁ ଉଦ୍ଧାର କରିଛି । ସେଠାରୁ ତାଙ୍କୁ ଉଦ୍ଧାର କରି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ସେପଟେ କେଉଁ କାରଣରୁ ଛାତ୍ରୀ ଜଣକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ତେବେ ଖବର ପାଇ ଘଟଣା ସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି । ଏଥି ସହିତ ନାବାଳିକାଙ୍କ ବାପା ମାଙ୍କୁ ମଧ୍ୟ ପଚରାଉଚରା ଜାରି ରଖିଛି ପୋଲିସ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.