ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଅଜଣା ରୋଗରେ ୫ ଗୋରୁ ମୃତ, ପଶୁ ଚିକିତ୍ସାଳୟ ଘେରାଉ କଲେ ଗ୍ରାମବାସୀ

ହରଭଙ୍ଗା ,୨୦।୮ : ହରଭଙ୍ଗା ବ୍ଲକ ଅନ୍ତର୍ଗତ ହରଭଙ୍ଗା ପଶୁ ଚିକତ୍ସା କେନ୍ଦ୍ର ଅଧୀନରେ ଥିବା ହରଭଙ୍ଗା ପଞ୍ଚାୟତ ଡିଆଁଘାଟ ଗ୍ରାମରେ ୫ ଦିନ ଭିତରେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ୫ଟି ଗୋରୁଙ୍କ ମୃତ୍ୟୁ ଘଟିଛି। ଦୁଇଦିନ ତଳେ ଏହି ଗ୍ରାମରେ ଦୁଇଟି ଗାଈ ମୃତ୍ୟୁ ଘଟିଥିବା ବେଳେ ଆଜି ଆଉ ତିନିଟି ବଳଦ ମୃତ୍ୟୁ ଘଟିଛି। ଏଥିରେ ଗ୍ରାମବାସୀ ଅତିଷ୍ଠ ହୋଇ ପଶୁ ଚିକିତ୍ସାଳୟ କେନ୍ଦ୍ରକୁ ଘେରାଉ କରିଥିଲେ।

 ଏହି ଖବର ପାଇ ପ୍ରାଣୀ ଚିକିତ୍ସା ଅଧିକାରୀ ବୀରେନ୍ଦ୍ର ପୃଷ୍ଟି ଓ ପ୍ରିୟବ୍ରତ ବେହେରା ଘଟଣା ସ୍ଥଳ ରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଥିଲେ ।  ଗ୍ରାମରେ ଥିବା ସବୁ ପଶୁ ମାନଙ୍କ ରକ୍ତ ନମୁନା ସଂଗ୍ରହ କରିଥିଲେ। ଯେହେତୁ ଏହା ଏକ ଜଳାନ୍ତକ ରୋଗ, ଗାଈ ଗୋରୁଙ୍କ ପାଟିରୁ ବାହାରୁଥିବା ଲାଳକୁ କେହି ସ୍ପର୍ଶ ନ କରିବା ପାଇଁ ପରାମର୍ଶ ଦେଇଥିଲେ। ସଂଗ୍ରହ ହୋଇଥିବା ରକ୍ତ ନମୁନାକୁ ଭୁବନେଶ୍ୱର ପରୀକ୍ଷାଗାରକୁ ପଠେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।  କ୍ଷତିପୂରଣ ଯୋଗେଇଦେବା ପାଇଁ ଗ୍ରାମବାସୀଙ୍କ ତରଫରୁ ପଶୁ ଚିକିତ୍ସା ଅଧିକାରୀଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ। ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀଙ୍କୁ ଉକ୍ତ ଘଟଣା ସମ୍ପର୍କରେ ଜଣେଇବା ସହିତ କ୍ଷତିଗ୍ରସ୍ତ ଚାଷୀ ଅଜିତ ପ୍ରଧାନ, ଦୁଃଶାସନ ପାତ୍ର, ଚନ୍ଦ୍ରକାନ୍ତ ପାତ୍ର, ନବଘନ ପାତ୍ର ଓ ସୁବାସ କର୍ମୀ ଙ୍କୁ  କ୍ଷତି ପୂରଣ ଦେବା ପାଇଁ ଚେଷ୍ଟା କରିବୁ ବୋଲି ଡଃ ବୀରେନ୍ଦ୍ର ପୃଷ୍ଟି ଲୋକମାନଙ୍କୁ  କହିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.