ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ବେଆଇନ ମଦ ଭାଟିରୁ ବିପୁଳ ପରିମାଣର ମଦ ଜବତ, ଜଣେ ଗିରଫ

ବୌଦ୍ଧ, ୧୦/୦୮ : ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ପୋଲିସ ପକ୍ଷରୁ ମଥୁରା ଗ୍ରାମରେ ଚଢାଉ କରି କୋଡାସାହିରେ ଚାଲିଥିବା ବେଆଇନ ମଦ ଭାଟି ନଷ୍ଟ କଲା ପୋଲିସ। ଏହି ବେଆଇନ ମଦ ଭାଟିରୁ ପ୍ରାୟ ୧୫ ଶହ ଲିଟର ଦେଶୀ ମଦ ଓ ୮୦ ଲିଟର ବିଦେଶୀ ମଦ ଜବତ ହୋଇଛି। ଏହା ସହ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ବେଳେ ଆଉ ୨ ଜଣ ଫେରାର୍ ମାରିଛନ୍ତି।

ସୂଚନାନୁଯାୟୀ, ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ରଞ୍ଜିତ ମୁନି ମଥୁରା ଗ୍ରାମରେ ବେଆଇନ ଭାବେ ମଦ ଭାଟି ଚାଲିଥିବା ନେଇ ଖବର ପାଇଥିଲେ। ଏହାପରେ ଏକ ଟିମ୍ ଗଠନ କରି ଉକ୍ତ ଗ୍ରାମରେ ଚଢାଉ କରିଥିଲେ। ଚଢାଉ ବେଳେ ମଥୁରା ଗ୍ରାମର କୋଡା ସାହିରେ ଏକ ମଦ ଭାଟି ଚାଲିଥିବା ଦେଖିଥିଲେ। ଏହି ମଦ ଭାଟିରୁ ପ୍ରାୟ ୧୫ ଶହ ଲିଟର ଦେଶୀ ମଦ ଓ ୮୦ ଲିଟର ବିଦେଶୀ ମଦ ଜବତ ହୋଇଥିଲା। ଏହି ମଦ ଭାଟି ଚଳାଉଥିବା ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ସନ୍ତୋଷ ମିର୍ଦ୍ଧାକୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ତେବେ ଆଦର୍ଶ ଥାନା ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.