ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ବାମୀ

ବୌଦ୍ଧ,୦୯/୦୯ : ଶ୍ୱଶୁର ଘରକୁ ଆସି ସ୍ତ୍ରୀକୁ ହତ୍ୟା କଲା ସଇତାନ ସ୍ୱାମୀ । ମୃତକ ଚାରବାଟି ଗ୍ରାମର ଅଞ୍ଜଳି ତରିଆ ଏବଂ ତାଙ୍କ ସ୍ୱାମୀ ସର୍ବେ ନାୟକ ବୋଲି ଜଣାପଡ଼ିଛି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଚାରବାଟି ଗ୍ରାମରେ ଏଭଳି ଅଘଟଣ ଘଟିଛି । 

ସୂଚନା ମୁତାବକ, ନୂଆଖାଇ ପାଇଁ ଅଞ୍ଜଳି ତରିଆ ତାଙ୍କ ବାପଘରକୁ ଯାଇଥିଲେ । ଏହି ସମୟରେ ତାଙ୍କ ସ୍ୱାମୀଙ୍କ ସହ କୌଣସି ବ୍ୟକ୍ତିଗତ କାରଣରୁ ତାଙ୍କର ବଚସା ହୋଇଥିଲା । ପରେ ଅଞ୍ଜଳିଙ୍କ ସ୍ୱାମୀ ସର୍ବେ ମଧ୍ୟ ନୂଆଖାଇ ପାଇଁ ଶ୍ୱଶୁର ଘରକୁ ଆସିଥିଲେ । ସେଠାରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପୁଣି ଝଗଡ଼ା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ସ୍ତ୍ରୀର ଗଳା କାଟି ହତ୍ୟା କଲା ସଇତାନ ସ୍ୱାମୀ । ଏଭଳି ନୃଶଂସ ହତ୍ୟାକାଣ୍ଡ କରି ଘଟଣାସ୍ଥଳରୁ ଫେରାର୍‌ ହୋଇଥିଲା ସ୍ୱାମୀ । ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଝିଅର ମୃତଦେହ ଦେଖିବାକୁ ପାଇଥିଲେ ଅଞ୍ଜଳିଙ୍କ ପରିବାର ଲୋକେ । ଏହା ଦେଖି ଆତ୍ମହରା ଅବସ୍ଥାରେ ପୋଲିସକୁ ଏହି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି କଣ୍ଟାମାଳ ଥାନା ପୋଲିସ । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଏଥି ସହିତ ହତ୍ୟାକାରୀ ସ୍ୱାମୀକୁ ଖୋଜି ଘଟଣାର ତଦନ୍ତ କରୁଛି ପୋଲିସ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.