ବୌଦ୍ଧ, ୦୯/୦୧: ମନମୁଣ୍ଡା ଗାନ୍ଧୀ ଛକରେ ଦୁର୍ଘଟଣା । ଟ୍ରକ୍କୁ ପଛପଟୁ ଧକ୍କା ଦେଲା କୋର୍ଟ ଭ୍ୟାନ୍ । ଏହି ଦୁର୍ଘଟଣାରେ ୨ଜଣ ପୋଲିସ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ ୧୦ ରୁ ଉର୍ଦ୍ଧ୍ବ ମୁଦାଲା । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଗାନ୍ଧୀ ଛକରେ ଏହି ଦୁର୍ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ମୁଦାଲାଙ୍କୁ ନେଇ ଏକ କୋର୍ଟ ଭ୍ୟାନ୍ କଣ୍ଟାମାଳ କୋର୍ଟ ଯାଉଥିଲା । ଏହି ସମୟରେ କୋର୍ଟ ଭ୍ୟାନ୍ଟି ଏକ ଟ୍ରକ୍କୁ ପଛପଟୁ ଧକ୍କା ଦେଇଥିଲା । ଏହଗି ଦୁର୍ଘଟଣାରେ ଦୁଇ ଜଣ ପୋଲିସ ଆହତ ହୋଇଥିବା ବେଳେ ୨୦ ରୁ ଉର୍ଦ୍ଧ୍ବ ମୁଦାଲା ଅଳ୍ପକେ ବର୍ତ୍ତି ଯାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇ କୋର୍ଟ ଭ୍ୟାନ୍ର କାଗଜ ପତ୍ର ଯାଞ୍ଚ କରିଥିଲେ । ଭ୍ୟାନ୍ଟିର କାଗଜ ପତ୍ର ଠିକ୍ ନଥିବାରୁ ଘଟଣା ସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଖବର ପାଇ ଘଟଣାସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ଆହତ ପୋଲିସଙ୍କୁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇ ଘଟଣାର ତଦନ୍ତ ଚଳାଇଛି ।