ବୌଦ୍ଧ, ୩୦।୧୧ : ଟ୍ରାକ୍ଟର ତଳେ ଚାପି ହୋଇ ୩ ବର୍ଷର ଶିଶୁପୁତ୍ର ମୃତ । ଆଦର୍ଶ ଥାନା ନାରାୟଣନଗରରେ ଏଭଳି ଅଭାବନୀୟ ଘଟଣା ଘଟିଚି । ମୃତ ଶିଶପୁତ୍ର ଜଣକ ହେଲେ ଆହ୍ବାନ କର୍ଣ୍ଣ।
ରାୟଣନଗରର ଅନିଲ କର୍ଣ୍ଣଙ୍କ ପୁଅ ଆହ୍ବାନ ଘର ସାମ୍ନାରେ ଖେଳୁଥିଲେ। ଏହି ସମୟରେ ହଠାତ ରଖାଯାଇଥିବା ଟ୍ରାକ୍ଟରଟି ଗଡିଯାଇ ଆହ୍ବାନଙ୍କ ଉପରେ ମାଡିଯାଇଥିଲା। ତୁରନ୍ତ ତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଶିଶୁପୁତ୍ରକୁ ଡାକ୍ତର ମୃତ ଘୋଷଣା କରିଥିଲେ। । ଖବର ପାଇ ଘଟଣାସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।