ବୌଦ୍ଧ, ୨୯/୧୧ : ସୁରକ୍ଷା ବାହିନୀକୁ ବଡ଼ ସଫଳତା। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କନାଗୁଡା ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ। ମାଟି ତଳୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ। ଡିଭିଏଫ୍, ଡ୍ରୋନ୍ ସ୍କ୍ଵାଡର ମିଳିତ ଚଢାଉରେ ଏହି ମାଓ କ୍ୟାମ୍ପ ଠାବ କରାଯାଇଛି। ୨୩୦ଟି ଗିଲୋଟିନ୍ ସମେତ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।
ସୂଚନାନୁଯାୟୀ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରେ ନକ୍ସଲମାନଙ୍କ ଗତିବିଧି ନେଇ ଜଙ୍ଗଲରେ ସୁରକ୍ଷା ବାହିନୀଙ୍କ ପକ୍ଷରୁ DVF ଏବଂ ବୋମା ନିଷ୍କ୍ରିୟକାରି ଦଳର ମିଳିତ ସର୍ଚ୍ଚ ଅପରେସନ ଜାରି ରହିଥିଲା। ଏହି ସମୟରେ ଜଙ୍ଗଲରୁ ଏକ ମାଓ କ୍ୟାମ୍ପ ଠାବ ହୋଇଛି। ମାଓ ଡମ୍ପରୁ ୨୩୦ଟି ଜିଲେଟିନ ଷ୍ଟିକ୍, ବ୍ୟାଟେରୀ, ବିଦ୍ୟୁତ୍ ଉପକରଣ ସମେତ ନକ୍ସଲ ପୋଷାକ, ବହୁ ମାଓ ବ୍ୟବହୃତ ସାମଗ୍ରୀ ମଧ୍ୟ ଜବତ ହୋଇଛି। ବୌଦ୍ଧ ଏସପି ନାଗାରାଜ ଦେବାରକୋଣ୍ଡା ଏନେଇ ସୂଚନା ଦେଇଛନ୍ତି।