ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ବୋମା ବିସ୍ଫୋରଣରେ ଜଣେ ବନ କର୍ମଚାରୀ ଆହତ, ଅଳ୍ପକେ ବତ୍ତିଲେ ବହୁ ପୋଲିସ ଓ ବନ କର୍ମଚାରୀ

Published By : Harapriya Sethi | November 29, 2024 9:22 AM

ବୌଦ୍ଧ,୨୯/୧୧: ମାଓ ପ୍ରବଣ ଅଞ୍ଚଳରୁ ଗଞ୍ଜେଇ କାଟି ଫେରୁଥିବା ବେଳେ ବୋମା ବିସ୍ଫୋରଣ । ଦୁର୍ବୃତ୍ତଙ୍କ ବୋମା ବିସ୍ଫୋରଣରେ ବନ କର୍ମଚାରୀ ବିସିକେଶନ କର୍ଣ୍ଣ ଆହତ । ଅଳ୍ପକେ ବର୍ତ୍ତିଲେ ବୌଦ୍ଧ ଥାନା ଅଧିକାରୀ ସମେତ ଦୁଇ ପ୍ଲାଟୁନ ପୋଲିସ ଓ ବନ କର୍ମଚାରୀ । ବୌଦ୍ଧ ଆଦର୍ଶ ଥାନା ବଘିଆପଡ଼ା ଫାଣ୍ଡି ଗୁରୁଜୀମୁଣ୍ଡା ସାଳଦରଙ୍ଗା ନିକଟରେ ଏହି ବିସ୍ଫୋରଣ ହୋଇଛି । 

ସୂଚନା ମୁତାବକ, ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ରଞ୍ଜିତ କୁମାର ମୁନିଙ୍କ ନେତୃତ୍ୱରେ ବୌଦ୍ଧ ପୋଲିସର ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ଓ ୮ ରୁ ୧୦ ଜଣ ବନ କର୍ମଚାରୀ ମିଳିତ ଭାବେ ବଘିଆପଡ଼ା ଫାଣ୍ଡି ଲକଡପାଜୁ ସଂରକ୍ଷିତ ଜଙ୍ଗଲରେ ଗଞ୍ଜେଇ ଗଛକୁ କାଟି ସଫା କରୁଥିଲେ । ସେଠାରୁ ଫେରିବା ସମୟରେ ଗୁରୁଜୀମୁଣ୍ଡା ସାଳଦରଙ୍ଗା ନିକଟରେ ହଠାତ୍ ବୋମା ବିସ୍ଫୋରଣ ହୋଇଥିଲା । ମନମୁଣ୍ଡା ରେଞ୍ଜର ଜଣେ ବନ କର୍ମଚାରୀ ବିସିକେଶନ କର୍ଣ୍ଣଙ୍କ ନିକଟରେ ବୋମା ଫାଟିଥିବା ବେଳେ ସେ ସେଠାରୁ ଛିଟିକି ହୋଇ ପଡ଼ିଥିଲେ। ଏହା ଦେଖି ସମସ୍ତ ପୋଲିସ କର୍ମଚାରୀ ଏବଂ ବନ କର୍ମଚାରୀ ସେଠାରୁ ଦୌଡ଼ି ପଳାଇଥିବା ବେଳେ ଅନ୍ୟ ଦୁଇଟି ବୋମା ବିସ୍ଫୋରଣରୁ ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଥିଲେ। 

ତେବେ ଆହତ ବନ କର୍ମଚାରୀଙ୍କୁ ଉଦ୍ଧାର କରି ବୌଦ୍ଧ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇଛି । ଏଭଳି ଘଟଣାକୁ ନେଇ ବୌଦ୍ଧ ପୋଲିସ ପ୍ରଶ୍ନ ଘେରରେ ଆସିଥିବା ବେଳେ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ବୌଦ୍ଧ ପୋଲିସ ଚପାଇ ବାକୁ ଉଦ୍ୟମ କରୁଥିବା ଜଣାପଡିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, କିଭଳି ଭାବେ ପୋଲିସ ମାଓ ପ୍ରବଣ ଅଞ୍ଚଳରେ କୌଣସି ସତର୍କତା ଅବଲମ୍ବନ ନ କରି ଖାମଖିଆଲି ମନୋଭାବ ରଖି ଗଞ୍ଜେଇ କଟା ଅଭିଯାନ କରୁଛି ଏବଂ ବହୁ ପୋଲିସ ଓ ବନ କର୍ମଚାରୀଙ୍କ ଜୀବନକୁ ବାଜି ଲଗାଇ ଦେଉଛି? ପୋଲିସର ଗୁଇନ୍ଦା ବିଭାଗ କରୁଛି କଣ? ସେହି ସ୍ଥାନରେ ବଡ ଅଘଟଣ ଘଟିଥିଲେ ସେଥିପାଇଁ କିଏ ଦାୟୀ? ସେପଟେ ଏ ନେଇ ଆଦର୍ଶ ଥାନା ଅଧିକାରୀ ରଞ୍ଜିତ ମୁନି ନିଜର ବିଫଳତା ସାମ୍ନାକୁ ଆସିଯିବ ନେଇ ଘଟଣା ଚାପିବାକୁ ଉଦ୍ୟମ କରିଥିବା ବେଳେ ତାଙ୍କୁ ଯୋଗାଯୋଗ କରିବାରୁ ସେ ଏଭଳି କୌଣସି ଘଟଣା ଘଟି ନଥିବା ନେଇ ସିଧାସଳଖ ମନା କରିଦେଇଛନ୍ତି।

 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.