ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ପାଳଗଦାରେ ମାମୁ, ଭଣଜା ଜଳିଯିବା ଘଟଣା: ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Published By : Prameya | January 12, 2025 10:14 AM

ସାହାଜପାଲ/ଭୁବନେଶ୍ୱର,୧୨/୦୧: ବୌଦ୍ଧ ଜିଲ୍ଲା  ସଦର ବ୍ଲକ ମୁଣ୍ଡିପଦର ପଞ୍ଚାୟତ  ବଲାକିରା ଗାଁରେ ଶନିବାର ଘଟିଛି  ହୃଦୟ ବିଦାରକ ଘଟଣା । ପାଳଗଦା  ନିଆଁରେ ଜିଅନ୍ତା ଜଳିଯାଇଛନ୍ତି ଦୁଇ  ନାବାଳକ । ମୃତକ ହେଲେ ବଲାକିରା  ଗାଁର ସୁବଳ ଭୋଇଙ୍କ ପୁଅ କ୍ରିଷ୍ଣା  (୫) ଓ ହରଭଙ୍ଗା ବ୍ଲକ ବସନ୍ତବାହାଲ  ଗାଁର ସଞ୍ଜିତ ଉର୍ମାଙ୍କ ପୁଅ କ୍ରିଷ୍ଣା (୮)  । ଉଭୟେ ସମ୍ପର୍କରେ ମାମୁ-ଭଣଜା ।  ଏଭଳି ଅଘଟଣରେ ସମଗ୍ର ଗାଁ ସ୍ତବ୍ଧ  ହୋଇଯାଇଛି । ବାଉଁଶୁଣି ପୁଲିସ୍‌  ମୃତଦେହ ଜବତ କରି ତଦନ୍ତ ଆରମ୍ଭ  କରିଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଗଭୀର ଦୁଃଖ  ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର  ପାଇଁ ୪ଲକ୍ଷ ଲେଖାଏଁ ସହାୟତା ରାଶି  ଘୋଷଣା କରିଛନ୍ତି । ମୃତକଙ୍କ ଆତ୍ମାର  ସଦ୍‌ଗତି କାମନା କରିବା ସହ ପରିବାରକୁ  ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । 

ପରିବାର ଲୋକଙ୍କ କହିବା  କଥା, ବସନ୍ତବାହାଲର କ୍ରିଷ୍ଣା  ବଲାକିରାସ୍ଥିତ ମାମୁଘରକୁ ବୁଲିବାକୁ  ଆସିଥିଲେ । ଅପରାହ୍ନରେ ମାମୁ-ଭଣଜା ଗାଁ ଦାଣ୍ଡରେ ଖେଳୁଥିଲେ । ଶୀତ ହେଉଥିବାରୁ ଗାଁମୁଣ୍ଡରେ  ଥିବା ପାଳଗଦାରୁ ପାଳ ଆଣି ନିଆଁ ପୋଇଁବାକୁ କଥା ହୋଇ ସନ୍ଧ୍ୟାରେ ସେଠାକୁ ଯାଇଥିଲେ । ହେଲେ ପାଳ  ଆଣିବା ବଦଳରେ ପାଳଗଦାରେ ନିଆଁ  ଲଗାଇ ଦେଇଥିଲେ। କ୍ଷଣିକ ଭିତରେ  ନିଆଁ ମାଡ଼ିଯାଇଥିଲା। ଭୟରେ ଦୁହେଁ ପାଳଗଦାକୁ ଲାଗି ଥିବା ଛୋଟ  କୂଅ ଭିତରେ ପଶିଯାଇଥିଲେ । ପାଖାପାଖି ୬ ଫୁଟ  ବିଶିଷ୍ଟ ଉକ୍ତ କୂଅରେ ପାଣି ନ ଥିଲା । ନିଆଁ ଉଗ୍ରରୂପ  ଧାରଣ କରି ଚାରିଆଡ଼କୁ ବ୍ୟାପିଯାଇଥିଲା । ଧାସ ଏତେ ପ୍ରଖର ଥିଲା ଯେ, ସେମାନେ କୂଅ ଭିତରକୁ ବାହାରି ପାରି ନ ପାରି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।  ସେମାନଙ୍କ ଚିତ୍କାର ମଧ୍ୟ ପଦାକୁ ଶୁଣାଯାଇ ନ ଥିଲା ।  

ଅନ୍ୟପଟେ ପାଳଗଦାରେ ନିଆଁ ଲାଗିଥିବା  ଦେଖି ଗାଁ ଲୋକେ ଲିଭାଇବାକୁ ଚେଷ୍ଟା କରିଥିଲେ ।  ଏହି ସମୟରେ ଖୋଜା ପଡ଼ିଥିଲେ ମାମୁ-ଭଣଜା ।  ହେଲେ ଦୁହିଁଙ୍କର ପତ୍ତା ମିଳି ନ ଥିଲା । ପାଳଗଦା  ନିକଟ କୂଅ ପାଖକୁ ଆସି ଦେଖିବା ବେଳକୁ  ଦୁଇଜଣ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପଡ଼ିଥିଲେ । ଉଭୟଙ୍କୁ  ଆମ୍ବୁଲାନ୍ସରେ ବାଉଁଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ  ନିଆଯାଇଥିବାବେଳେ ସେଠାରେ ଡାକ୍ତର ସେମାନଙ୍କୁ  ମୃତ ଘୋଷଣା କରିଥିଲେ । 

ସୂଚନାଯୋଗ୍ୟ,  ବଲାକିରା ଗାଁର ମାମୁ କ୍ରିଷ୍ଣା ଭୋଇ ଅଙ୍ଗନବାଡ଼ିରେ  ପଢୁଥିବାବେଳେ ଭଣଜା କ୍ରିଷ୍ଣା ବସନ୍ତବାହାଲ ପ୍ରାଥମିକ  ବିଦ୍ୟାଳୟର ଦ୍ୱିତୀୟ ଶ୍ରେଣୀର ଛାତ୍ର ଥିଲେ । ଏହି  ଘଟଣା ପରେ ଗାଁ ସ୍ତବ୍ଧ ହୋଇଯାଇଛି । ପରିବାର  ଲୋକଙ୍କ କାନ୍ଦବୋବାଳିରେ ଗାଁ ଫାଟି ପଡୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.