ଭୁବନେଶ୍ବର,୧୨।୧ : ବରଗଡ ଜିରା ନଦୀରେ ନିର୍ମାଣ ହେବ ଆନିକଟ। ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୮୦ କୋଟି । ଧନୁଯାତ୍ରା ମଥୁରା ନଗରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ସେହିପରି ବରଗଡ ମୁଖ୍ୟ କେନାଲରେ ନିର୍ମାଣ ହେବ ବ୍ରିଜ । ଏଥିପାଇଁ ଖର୍ଚ୍ଚ ହେବ ୩୦ କୋଟି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା ହେବ।
ବରଗଡ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ। ଧନୁଯାତ୍ରା ଓଡିଶା ସ୍ବାଭିମାନର ପରିଚୟ। ଧନୁଯାତ୍ରାକୁ ଆହୁରି ଆକର୍ଷଣୀୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ମହାରାଜା କଂସଙ୍କ ନିର୍ଦେଶ ପାଳନ କରିଥିଲେ ମୁଖ୍ୟମନ୍ତ୍ରୀ।