ପ୍ରମୂଖ ଖବର
  • ହିନ୍ଦୋଳ : କ୍ରିକେଟ୍‌ ଖେଳକୁ ନେଇ ବେଡ଼ାପଡ଼ା ଗାଁରେ ଗୋଷ୍ଠୀ ସଂଘର୍ଷ, ଜଣେ ଗୁରୁତର
  • ||
  • ଡମଣା ଛକ ନିକଟରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ସ୍କୁଟି ଚାଳକ
  • ||
  • ସୋମବାର ଆୟୁଷ୍ମାନ୍‌ ଭାରତ ପାଇଁ ହେବ ବୁଝାମଣା ପତ୍ର ସ୍ୱାକ୍ଷର, ଦିଲ୍ଲୀରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ
  • ||
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ସ୍ୱପ୍ନରେ କୃଷ୍ଣଙ୍କୁ ଦେଖି କଂସଙ୍କ ଆର୍ତ୍ତଚିତ୍କାର, ମୃତ୍ୟୁକୁ ହେୟଜ୍ଞାନ କରି ପୁନର୍ବାର ଭଣଜାକୁ ମାରିବା ପାଇଁ କୂଟ ଭିଆଇଲେ

Published By : Prameya | January 13, 2025 9:54 AM

ମଥୁରାନଗରୀ,୧୩/୦୧: ଭଣଜାଙ୍କ ମୃତ୍ୟୁର କପଟ ଷଡ଼ଯନ୍ତ୍ର ରଚିଥିବା ମାମୁଁଙ୍କ ଡାକରା ପାଇଁ କୃଷ୍ଣ ବଳରାମ ମଥୁରା ପହଞ୍ଚିବା ଖବରରେ ମହାରାଜା କଂସ ଖୁସିରେ ଆତ୍ମହରା ହୋଇ  ପଡ଼ଥିଲେ । ଅକ୍ରୁରଙ୍କୁ ଧନ୍ୟବାଦ ପ୍ରଦାନ କରି ତାଙ୍କର ଉତ୍ତମ ଆତିଥେୟ ପାଇଁ ମହାମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇ ସସମ୍ମାନେ ବିଦାୟ ଦେଇଥିଲେ । ତାଙ୍କର କପଟ ଗୋଟି ଚାଳନା ନିଶ୍ଚୟ ସାର୍ଥକ ହେବ ବୋଲି ମହାମନ୍ତ୍ରୀଙ୍କୁ ଜଣାଇବା ସହିତ ଦ୍ୱିଗୁଣିତ ଉତ୍ସାହରେ ଦିଗ୍‌ବିଜୟରେ ବାହାରି ପଡ଼ୋଶୀ ରାଜ୍ୟକୁ ଜୟ କରିଥିଲେ । ଏବଂ ଆଖପାଖର  ଅନେକ ରାଜାଙ୍କୁ ବନ୍ଦୀ କରି ରାଜଜେମାକୁ ନିଜ ଅନ୍ତପୁରକୁ ନେଇ ଆସିଥିଲେ । ଯୁଦ୍ଧରେ ଜୟଲାଭ  କରି ମହାରାଜା କଂସ ଅଟ୍ଟହାସ୍ୟ ସହିତ ନିଜର  ସାମର୍ଥ୍ୟ ପ୍ରତିପାଦନ କରି ସୈନ୍ୟ ସାମନ୍ତଙ୍କୁ ବଳ ପ୍ରଦାନ କରିଥିବା ସହିତ ମଥୁରାବାସୀଙ୍କ ମନରେ ଆଶଙ୍କା ଭର୍ତ୍ତି କରିଦେଇଥିଲେ । ଆଉ ନିଜର  ଇଚ୍ଛା ଫଳବତୀ ହୋଇଥିବାରୁ ରାଜ ଦରବାରରେ ସୁରାରେ ମତୁଆଲା ହୋଇ ମହାରାଜା କଂସ  ନିଜର ଖୁସି ଜାହିର କରିଥିଲେ ମଧ୍ୟ ତାହା ଦୀର୍ଘ  ସ୍ଥାୟୀ ହୋଇନଥିଲା । ଦରବାର ଚାଲିଥିଲେ ମଧ୍ୟ  କୃଷ୍ଣ ଭୟ ରହି ରହି ତାଙ୍କୁ ଅସ୍ଥିର କରୁଥିଲା ।  ସ୍ୱପନେ ଜାଗରଣେ କୃଷ୍ଣକୁ ଦେଖୁଥିବା କଂସ କେତେବେଳେ ଅଟ୍ଟହାସ୍ୟ କରୁଥିଲେ ତ ଆଉ  କେତେବେଳେ ଭୟାତୁର ହୋଇ ଉଠୁଥିଲେ ।  ତେବେ ନିଜ ମୃତ୍ୟୁକୁ ନିଜେ ବରିଥିବା କଂସ ହଠାତ ସମ୍ବିଦ ହଜାଇଥିବା କଂସ ସ୍ୱପ୍ନରାଜ୍ୟରେ ଭାସିଯାଇ କୃଷ୍ଣଙ୍କ ସହିତ କଥା ହେଉଥିବାର  ପାଇଥିଲେ । ବାକ୍‌ ଯୁଦ୍ଧ ପରେ ମୁହାଁମୁହିଁ ଲଢ଼େଇରେ ତାଙ୍କୁ ହତ୍ୟା କରିବା ପରେ ନିଜର ମୃତ୍ୟୁ ଜାଣି ନିଜକୁ ଜଗତପାଳଙ୍କ ନିକଟରେ ସମର୍ପଣ କରିଦେଉଥିବା ବେଳେ  ହଠାତ କଂସର ଆଖି ଖୋଲି ଯାଇଥିଲା ଏବଂ  ଆର୍ତ୍ତ ଚିତ୍କାରରେ କଂସଙ୍କ ନିଦ ଉଡିଯାଇଥିଲା ।  କୃଷ୍ଣ ସହିତ ମିଛ କଥା ହେଉଥିବାର ଜାଣି ମଧ୍ୟ ଭୟଭୀତ ହୋଇ ଆର୍ତ୍ତ ଚିତ୍କାର  କରିଥିଲେ । 

କୃଷ୍ଣ ଓ ଛାୟାକଂସଙ୍କ ଅଭିନୟ  ବେଶ ଆକର୍ଷଣୀୟ ହୋଇପାରିଥିବା ବେଳେ  ସ୍ୱପ୍ନ ଦୃଶ୍ୟ ଦର୍ଶକମଣ୍ଡଳୀରେ ଶିହରଣ ଖେଳାଇ  ଦେଇଥିଲା। ଯାହାକି ଦର୍ଶକଙ୍କ ନୀରବତାରୁ ବେଶ ପଢ଼ି ହୋଇଥିଲା । ତେବେ ହଠାତ ଭାଙ୍ଗି  ଯାଇଥିବା ନିଦରେ ପ୍ରକୃତିସ୍ଥ ହୋଇ ଦେଖିଥିବା  ସ୍ୱପ୍ନକୁ ନେଇ ବିଚଳିତ ହୋଇ ଯାଇଥିଲେ ମଧ୍ୟ  ପରବର୍ତ୍ତୀ ମୁହୂର୍ତ୍ତରେ ପୁଣି ନିଜର କଂସାସୁର ଆଚରଣକୁ ଫେରିଯାଇ ପୂର୍ବ ଅଭ୍ୟାସ ଅନୁଯାୟୀ ମୃତ୍ୟୁକୁ ହେୟଜ୍ଞାନ କରି ପୁନର୍ବାର ଭଣଜାକୁ  ମାରିବା ପାଇଁ କୂଟ ଭିଆଇ ଥିଲେ । ଏବଂ ନିଜର  ପାତ୍ରମନ୍ତ୍ରୀଗଣଙ୍କୁ ଯୁଦ୍ଧ ପାଇଁ ଅଭ୍ୟାସ କରିବାକୁ  ପରାମର୍ଶ ଦେଇ ତାଙ୍କର ମଲ୍ଲମାନଙ୍କୁ ଆହ୍ୱାନ ଦେଇ ତାଙ୍କର ଯୁଦ୍ଧବିଦ୍ୟାର ପାରଙ୍ଗମତାର ପରୀକ୍ଷା କରିଥିଲେ । ବିଳାଶବ୍ୟସନକୁ ରାଜକୀୟ  ଠାଣୀ ଭାବୁଥିବା କଂସ ଚିରାଚରିତ ଅଟ୍ଟହାସ୍ୟରେ  ମହାମନ୍ତ୍ରୀ ଶକ୍ରାଜିତଙ୍କୁ ନୃତ୍ୟଗୀତର ଆୟୋଜନ  ପାଇଁ ଆଦେଶ ଦେଇଥିଲେ।  

ବରଗଡ଼ ଧନୁଯାତ୍ରାର ଦଶମ ଦିବସରେ  ସାଂସ୍କୃତିକ କମିଟି ତରଫରୁ ଆବାହକ  ଗୋପାଳକୃଷ୍ଣ ଦାଶଙ୍କ ସଂଯୋଜନାରେ ଏବଂ  କମିଟିର ସଦସ୍ୟମାନଙ୍କ ସହଯୋଗରେ ଉଭୟ  ରାଜଦରବାର ଓ ରଙ୍ଗମହଲ ଦରବାରରେ  ଭୁବନେଶ୍ୱରର ତ୍ରିବେଣୀ କଳା ନିକେତନର  ଓଡ଼ଶାରୀ, ଟିଟିଲାଗଡ଼ର ଝାରମଲୀ, ବଲାଙ୍ଗିରର  ପଞ୍ଚମ, ସାନବଡ଼ ଓ ଦଳର ଘୁଡ଼କା, ଝାରସୁଗୁଡ଼ାର  ରାଇଁଝାଇଁ, ସମ୍ବଲପୁରର ରଙ୍ଗଫରୁଆ,  ପାଟଣାଗଡ଼ର ସତକୁଆଁରୀ କଳାପରିଷଦ  ଓ ବରଗଡ଼ର ମାଁ ସମଲେଶ୍ୱରୀ ନୁପୁର  କଳାପରିଷଦର କଳାକାରମାନେ ସମ୍ବଲପୁରୀ  ନୃତ୍ୟ ପରିବେଷଣ କରିଥିଲେ । ସେହିଭଳି  ପଞ୍ଜାବ, କଶ୍ମୀର, ହିମାଚଳ ପ୍ରଦେଶ, ହରିୟାଣା,  ଆସାମରୁ ଆସିଥିବା ଜାତୀୟ ଦଳର ନର୍ତ୍ତକ ଓ  ନୃତ୍ୟଙ୍ଗନାମାନେ ଉଭୟ ଦରବାରରେ ନାଚଗୀତ  ପରିବେଷଣ କରି ମହାରାଜା କଂସଙ୍କ ସମେତ  କଳିଙ୍ଗ ନରେଶ ମୋହନ ଚରଣ ମାଝି ଏବଂ  ମଥୁରାର ପ୍ରଜାଙ୍କୁ ଆମୋଦିତ କରିଥିଲେ । 

ରବିବାର  ଦରବାରେ ରାଜ ଅତିଥି ଭାବେ କଳିଙ୍ଗ(ଓଡ଼ଶା) ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉପସ୍ଥିତ ରହି ମହାରାଜା କଂସଙ୍କ ସହିତ ଭାବ ବିନିମୟ କରିଥିଲେ । ସେହିଭଳି ଦରବାରରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବରଗଡ଼  ବିଧାୟକ ଅଶ୍ୱିନୀ ଷଢ଼ଙ୍ଗୀ, ଅତାବିରା ବିଧାୟକ  ନିହାର ରଞ୍ଜନ ମହାନନ୍ଦ, ଭଟଲି ବିଧାୟକ  ଇରାଶିଷ ଆଚାର୍ଯ୍ୟ ଓ ବିଜେପୁର ବିଧାୟକ  ସନତ ଗଡ଼ତୀୟା ପ୍ରମୂଖ ମଞ୍ଚାସୀନ ଥିଲେ । ଧନୁଯାତ୍ରା କମିଟିର ସମ୍ପାଦକ ସୁରେଶ୍ୱର  ଶତପଥୀଙ୍କ ସଂଯୋଜନା କରିଥିବା ବେଳେ  ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ଜିଲ୍ଲାର  ସମସ୍ତ ପ୍ରଶାସନିକ କାର୍ଯ୍ୟକ୍ରମ ପରିଚାଳନାରେ  ସହଯୋଗ କରିଥିଲେ । ସେହିଭଳି ପୁଲିସ ଅଧିତ୍କାରୀମାନେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା  ସମ୍ଭାଳି ଥିଲେ ।

  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.