ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

କୋରାପୁଟ ମେଡିକାଲ କଲେଜରେ ଡାକ୍ତରୀ ଛାତ୍ର ଏବଂ ହାଉସ ସର୍ଜନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ, ରୋଗୀ ସେବା ବ୍ୟାହତ

କୋରାପୁଟ,୧୭/୦୮: କାର୍ଯ୍ୟରତ ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣା ପ୍ରତିବାଦରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ । କୋରାପୁଟର ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଡାକ୍ତରୀ ଛାତ୍ର ଓ ହସ୍ପିଟାଲରେ ହାଉସ ସର୍ଜନ ଡାକ୍ତରମାନେ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନ କରିଛନ୍ତି । କେବଳ ଜରୁରୀ କାଳୀନ ସେବାକୁ ଛାଡ଼ି ଅନ୍ୟ ସମସ୍ତ ମେଡିକାଲ ସେବା ବନ୍ଦ ରହିଛି । 

ସୂଚନା ଅନୁଯାୟୀ, କୋଲକାତାରେ କାର୍ଯ୍ୟରତ ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଉତ୍ୟକ୍ତ ହୋଇଉଠିଛି ସାରା ଦେଶ । ଏଭଳି ସ୍ଥିତିରେ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଡାକ୍ତରୀ ଛାତ୍ର ଓ ହସ୍ପିଟାଲରେ ହାଉସ ସର୍ଜନ ଡାକ୍ତରମାନେ ଆନ୍ଦୋଳନର ସ୍ୱର ଉତ୍ତୋଳନ କରିଛନ୍ତି । ନିଜର କାମ ବନ୍ଦ କରି ଦେଶବ୍ୟପି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏହି ଆନ୍ଦୋଳନରେ କେବଳ ଜରୁରୀ କାଳୀନ ସେବାକୁ ଛାଡ଼ି ଅନ୍ୟ ସମସ୍ତ ମେଡିକାଲ ସେବା କୋରାପୁଟ ମେଡିକାଲ କଲେଜରେ ବନ୍ଦ ରହିଛି । ଫଳରେ ରୋଗୀ ସେବା ବ୍ୟାହତ ହୋଇଥିବା ଦେଖିବାକୁ ମିଳୁଛି । ମହିଳା ଡ଼ାକ୍ତରଙ୍କ ସୁରକ୍ଷା ବିନା କାର୍ଯ୍ୟ କରିବେ ନାହିଁ ବୋଲି ଡାକ୍ତରମାନେ କହିଛନ୍ତି । ଏଥି ସହିତ ମହିଳା ଡ଼ାକ୍ତରଙ୍କ ସୁରକ୍ଷା ଉପରେ ଦୃଷ୍ଟି ଦେବାକୁ ମଧ୍ୟ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।  ଜଣେ ଡ଼ାକ୍ତର ୩୬ ଘଣ୍ଟା କାର୍ଯ୍ୟରତ ରହିଥାନ୍ତି । ତେବେ ନିଜେ ସୁରକ୍ଷିତ ନରହିଲେ ରୋଗୀ ସେବା କିଭଳି ହେବ ବୋଲି ପ୍ରଶ୍ନ କରିଛନ୍ତି ଡ଼ାକ୍ତରୀ ଛାତ୍ର । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.