ପ୍ରମୂଖ ଖବର
  • ବାଙ୍କୀ : ଭଗିପୁର ଗ୍ରାମରେ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • HMPV ଭାଇରସ୍ ମାମଲା ମିଳିବା ପରେ ଆସାମରେ ଆତଙ୍କ,୧୦ ମାସର ଶିଶୁ ସଂକ୍ରମିତ
  • ||
  • ବାଲିଗୁଡ଼ା : ବାପା ସାଜିଲା ହତ୍ୟାକାରୀ, ମଦ୍ୟପ ପୁଅକୁ ଛୁରୀ ଭୁସିଦେଲା ବାପା
  • ||
  • ବଲାଙ୍ଗୀର : ଚାଲାଣ ବେଳେ ୨୫ ଶ୍ରମିକ ଉଦ୍ଧାର, ଜଣେ ଦଲାଲ ଅଟକ
  • ||
  • କେନ୍ଦୁଝର : ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରକ୍‌, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ବ୍ରହ୍ମପୁର : ପରିତ୍ୟକ୍ତ ଘରୁ ଏକାଧିକ ବୋମା ଜବତ, ନିଷ୍କ୍ରିୟ କରିବାରୁ ଆସିଲା ସ୍ବତନ୍ତ୍ର ଟିମ୍
  • ||
  • ରହିତାଦେଶ ହଟାଇଲେ ହାଇକୋର୍ଟ: ଭାଙ୍ଗିବ ବୈକୁଣ୍ଠଧାମ ଆଶ୍ରମ, ଜବାବ ରଖିବା ଲାଗି ସମୟ ନେଲେ ଆବେଦନକାରୀ
  • ||
  • ବାଲେଶ୍ୱରରେ ବସ୍ତି ଉଚ୍ଛେଦ ପାଇଁ କର୍ଫ୍ୟୁ ଜାରି, ରବିବାର ରାତି ୧୦ ଯାଏ କଟକଣା ଲାଗୁ
  • ||
  • ଦାରିଙ୍ଗବାଡ଼ିରେ ସର୍ବାଧିକ ତୁଷାରପାତ, ଜମୁଛି ପର୍ଯ୍ୟଟକଙ୍କ ଭିଡ଼
  • ||
  • ରାମ ଲାଲଙ୍କ ପ୍ରାଣ ପ୍ରତିଷ୍ଠାକୁ ପୂରିଲା ବର୍ଷେ, ଅଯୋଧ୍ୟାରେ ଭବ୍ୟ ଆୟୋଜନ
  • ||
  • ଖୋର୍ଦ୍ଧା : ୫୦ କେଜି ଗଞ୍ଜେଇ ସହ କାର୍‌ ଜବତ, ୩ ଗିରଫ
  • ||
  • କଟକ : ବାଉଁଶ ବ୍ୟବସାୟୀଙ୍କ ଘରକୁ ବୋମାମାଡ଼, ପୂର୍ବ ଶତୃତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ରାଜ୍ୟରେ ରବିବାରଠୁ କମିବ ଶୀତ, ୨ରୁ ୪ ଡିଗ୍ରୀ ବଢ଼ିପାରେ ପାରଦ: ୧୦ ଜିଲ୍ଲାକୁ କୁହୁଡ଼ି ଆଲର୍ଟ
  • ||

ସିଟି ଗ୍ରୁପ୍‌ର ଅନୁମାନ, ଏ ବର୍ଷ ୧୮% ବଢ଼ିବ ସେୟାର ବଜାର

Published By : Anindita | January 9, 2025 1:05 PM

ନୂଆଦିଲ୍ଲୀ,୦୯/୦୧:ସେୟାର ବଜାରରେ ଏବେ ଅନେକ ଉତ୍‌ଥାନ ପତନ ଦେଖିବାକୁ ମିଳୁଛି । ତେବେ ଭାରତୀୟ ସେୟାର ବଜାରକୁ ନେଇ ଆଶାବାଦୀ ଅଛି ସିଟି ଗ୍ରୁପ୍‌ । ନିଜ ରିପୋର୍ଟରେ ଆମେରିକାର ଏହି ପ୍ରମୁଖ ବ୍ୟାଙ୍କ ଆକଳନ କରିଛି ଯେ, ଭାରତର ୫ ଟ୍ରିଲିୟନ ଡଲାର ସେୟାର ବଜାରରେ ଲଗାତର ଦଶମ ବର୍ଷ ବୃଦ୍ଧି ଦେଖିବାକୁ ମିଳିବ । ବ୍ୟାଙ୍କ୍‌ର କହିବାନୁସାରେ, ଆର୍ଥିକ ବିକାଶରେ ସୁଧାର ସହ ମଜଭୁତ କର୍ପୋରେଟ୍‌ ଆୟ ଯୋଗୁ ଘରୋଇ ସେୟାର୍‌ ବଜାରରେ ଦ୍ରୁତ ବୃଦ୍ଧି ଅନୁମାନ ରହିଛି । ଏହା ଏ ବର୍ଷ ୧୮% ବଢ଼ିପାରେ । ଚଳିତବର୍ଷ ନ୍ୟାସ୍‌ନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ନିଫ୍‌ଟି ୫୦ ସୂଚକାଙ୍କ ୨୬,୦୦୦ ପଏଣ୍ଟ ଛୁଇଁବ ବୋଲି ଅନୁମାନ କରିଛି ସିଟି ଗ୍ରୁପ୍‌ । ଅର୍ଥାତ୍‌ ଏ ବର୍ଷ ଏଥିରେ ୧୦% ବୃଦ୍ଧି ଦେଖିବାକୁ ମିଳିବ । ଗତବର୍ଷ ସିଟି ବ୍ୟାଙ୍କ ପକ୍ଷରୁ ୨୨,୫୦୦ ପଏଣ୍ଟ ପର୍ଯ୍ୟନ୍ତ ନିଫ୍‌ଟି ଯିବ ବୋଲି ଅନୁମାନ କରାଯାଇଥିବାବେଳେ ଏହାଠାରୁ ୫% ଅଧିକ ବଢ଼ିଛି ନିଫ୍‌ଟି । 

ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ପୁଞ୍ଜି ବଜାରରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ବିବିଧ ବ୍ୟବସାୟକୁ ଦୃଷ୍ଟିରେ ରଖି ଭାରତର ଅଭିବୃଦ୍ଧି ଦୃଶ୍ୟପଟ ମଜଭୁତ ଏବଂ ଅପେକ୍ଷାକୃତ କମ୍‌ ରିସ୍କପୂର୍ଣ୍ଣ ଲାଗୁଛି । କିଛି ନୀତିଗତ ସହାୟତା ସହ ବର୍ଷ ୨୦୨୫ରେ ଅର୍ଥନୀତି ୬.୫% ଅଭିବୃଦ୍ଧିକୁ ଫେରିପାରେ । କିନ୍ତୁ ଘରୋଇ ନିବେଶରେ ମଜଭୁତ ସୁଧାର ଏତେ ଶୀଘ୍ର ଆସି ନ ପାରେ । ସିଟି ଗ୍ରୁପ୍‌ ପୂର୍ବରୁ ମୋର୍ଗାନ ଷ୍ଟେନ୍‌ଲୀ ବି ଭାରତୀୟ ବଜାର ପାଇଁ ଦୁଇ ଅଙ୍କ ରିଟର୍ଣ୍ଣର ଭବିଷ୍ୟବାଣୀ କରିଥିଲା । ବ୍ରୋକରେଜ୍‌ ସଂସ୍ଥାର କହିବାନୁସାରେ, ବିଏସ୍‌ଇ ସେନ୍‌ସେକ୍ସ ୨୦୨୫ରେ ୧୮% ରିଟର୍ଣ୍ଣ ଦେବ । ଏହାର କାରଣ ହେଉଛି ଖୁଚୁରା କ୍ରୟ ନୂଆ ସେୟାର ଯୋଗାଣଠାରୁ ଆଗରେ ରହିବ । ସୂଚନାଯୋଗ୍ୟ, ୨୦୨୪ରେ ବ୍ୟକ୍ତିଗତ ନିବେଶକ ନ୍ୟାସ୍‌ନାଲ ଷ୍ଟକ୍‌ ଏକ୍ସଚେଞ୍ଜ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ରେ ୧.୫ ଲକ୍ଷ କୋଟି ଟଙ୍କାର ସେୟାର କିଣିଛନ୍ତି, ଯାହା ଏକ ରେକର୍ଡ । 

ବଜାର ବିଶେଷଜ୍ଞମାନଙ୍କ କହିବାନୁସାରେ, ମଜଭୁତ ଘରୋଇ ପୁଞ୍ଜି ପ୍ରବାହ ମନ୍ଥର ଚାହିଦା, ନିମ୍ନମୁଖୀ ମୁଦ୍ରା ଭଣ୍ଡାର ଏବଂ ବର୍ଦ୍ଧିତ ବିଶ୍ୱ ଅନିଶ୍ଚିତତା ବିରୋଧରେ ବଫର୍‌ ହୋଇ ରହିବ । ବିଶେଷଜ୍ଞଙ୍କ ଅନୁସାରେ, ଘରୋଇ ବଜାରକୁ ପୁଞ୍ଜି ପ୍ରବାହ ମଜଭୁତ ରହିଛି ଏବଂ ବଜାରରେ ପତନ ସମୟରେ ଖୁଚୁରା ନିବେଶକ ଲଗାତର ସେୟାର କିଣୁଛନ୍ତି । ବୁଧବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ସୂଚକାଙ୍କ ସେନ୍‌ସେକ୍ସ ୫୦.୬୨ ପଏଣ୍ଟ ଅର୍ଥାତ୍‌ ୦.୦୬% ହ୍ରାସ ସହିତ ୭୮,୧୪୮.୪୯ ପଏଣ୍ଟରେ ବନ୍ଦ ହୋଇଛି । ଅନ୍ୟପକ୍ଷରେ, ନିଫ୍‌ଟି ୧୮.୯୫ ପଏଣ୍ଟ ଖସି ୨୩,୬୮୮.୯୫ ପଏଣ୍ଟରେ ବନ୍ଦ ହୋଇଛି ।


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.