ନନ୍ଦପୁର,୧୬/୦୮: ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚୋରା ଚାଲାଣ ରାକେଟ। କୋରାପୁଟ ଫରେଷ୍ଟ ଡିଭିଜନ ଓ କୋରାପୁଟ ପୋଲିସ ସହାୟତାରେ ଧରାହେଲା ଜୀବନ୍ତ ବଜ୍ରକାପ୍ତା । ଏକ ମାରୁତି ଅଲ୍ଟୋ କାରରେ ଚୋରା ଚାଲାଣ ବେଳେ ୩ ଜଣଙ୍କୁ କାବୁ କଲା ଏସଟିଏଫ ଟିମ । ଅପରାଧୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ କୋରାପୁଟ ସିମିଳିଗୁଡାର ସିଙ୍ଗା ଦିଶାରୀଙ୍କ ପୁଅ ସଦା ଦିଶାରୀ (୪୮), ପଟାଙ୍ଗିର ଘସିରାମ ଖରାଙ୍କ ପୁଅ ମୋସେସ ଖରା (୪୭), ସିମିଳିଗୁଡାରର ନର୍ସି ତାଡିଙ୍ଗିଙ୍କ ପୁଅ ଲାଣ୍ଡୁ ତାଡିଙ୍ଗି (୩୧)।
ସୂଚନା ଅନୁଯାୟୀ, ବେଆଇନ ବଜ୍ରକାପ୍ତା ଶିକାର ନେଇ ପୂର୍ବରୁ ଖବର ପାଇଥିଲା ବନବିଭାଗ ।ଖବର ପାଇ ସ୍ପେସାଲ ଟାସ୍କ ଫୋର୍ସ କୋରାପୁଟର ବନ ବିଭାଗ ଏବଂ ଜିଲ୍ଲା ପୋଲିସ ସହାୟତାରେ ଏକ ଟିମ୍ ଗଠନ କରିଥିଲେ । ଏହି ଟିମ୍ ବଜ୍ରକାପ୍ତା ଡିଲ୍ ହେଉଥିବା ସମୟରେ ଚଢାଉ କରିଥିଲା । ଏହି ରେଡ୍ରେ ଏକ ଜୀବନ୍ତ ବଜ୍ରକାପ୍ତା ସହ ଏକ ମାରୁତି ଅଲଟୋ କାର୍ ଜବତ କାରାଯାଇଛି । ଏଥି ସହିତ ଅନେକ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି । ବଜ୍ରକାପ୍ତାର ବୋଆଇନ ଶୀକାର ଏବଂ ଚାଲାଣ କରୁଥିବାରୁ ଉକ୍ତ ୩ଜଣଙ୍କ ନାଁରେ ମାମଲା ରୁଜୁ କାରାଯାଇଛି । ଏସଟିଏଫ କେସ ନମ୍ବର ୨୦, ଦଫା ୩୦୩ ( ୨ ) , ୩୦୭ (୨), ୬୧(୨) ଭାରତୀୟ ନ୍ୟାୟ ସଂହିତା ସେକ୍ସନ ୫୧ ,ବନ୍ୟଜନ୍ତୁ ସୁରକ୍ଷା ନିୟମ ଅଧିନରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।