ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

ରାଜ୍ୟ ସ୍ତରୀୟ ସିନିୟର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ; ଭାଗ ନେଇଛନ୍ତି ୧୨୫ରୁ ଅଧିକ ଖେଳାଳି

Published By : Bijay Swain | May 16, 2025 5:39 PM

ଫୁଲବାଣୀ, ୧୬।୫: ସ୍ଥାନୀୟ ଇନଡୋର ଷ୍ଟାଡିୟମଠାରେ ସନରାଇଜ ସିନିୟର ରାଙ୍କିଙ୍ଗ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି। ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏସନ ଆନୁକୂଲ୍ୟରେ  କନ୍ଧମାଳ ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର  ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ହରିଶ୍ ବି ସି ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା ଯୋଗ ଦେଇ କନ୍ଧମାଳ ଜିଲ୍ଲାରେ ପ୍ରଥମ ଥର ପାଇଁ ଏହି ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିଥିବାରୁ କେଡିବିଏର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ। ଏହା ଜିଲ୍ଲାର ଖେଳାଳିଙ୍କ ପାଇଁ ପ୍ରେରଣା ଓ ଉତ୍ସାହର ସ୍ରୋତ ହେବ ବୋଲି କହିଥିଲେ ଅତିଥି।  

ଅନ୍ୟମାନଙ୍କ ମଧ୍ୟରେ ଓସବାର ପର୍ଯ୍ୟବେକ୍ଷକ ପ୍ରଦୀପ କୁମାର ମହାନ୍ତି ଓ ଶୈଳେନ୍ଦ୍ର ଚୌଧୁରୀ, କେବିଡିଏ  ସଭାପତି ଅଶୋକ କୁମାର ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ର ପାତ୍ର,ସମ୍ପାଦକ ଦୀପକ ରଞ୍ଜନ ମହାନ୍ତି ଓ ବରିଷ୍ଠ ଖେଳାଳି ମାନସ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ପ୍ରଶାନ୍ତ କୁମାର ବେହେରା ପରିଚାଳନା କରିଥିଲେ। ଏହି ତିନି ଦିନିଆ ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ଅଧିକାଂଶ ଜିଲ୍ଲାରୁ ୧୨୫ରୁ ଅଧିକ ଖେଳାଳି ଭାଗ ନେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.