ପ୍ରମୂଖ ଖବର
  • ୨୧ରେ ଛତିଶା ନିଯୋଗ ବୈଠକ, ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ନୀତିକାନ୍ତିରେ ଲାଗିବ ମୋହର
  • ||
  • ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ: ଆସନ୍ତା୨୩ରେ ହୋଇପାରେ ଦଳ ଘୋଷଣା
  • ||
  • ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ ସ୍ଥାନରେ ଚଢାଉ
  • ||
  • ଲକ୍ଷ୍ନୌ: ଚଳନ୍ତା ସ୍ଲିପର୍‌ ବସ୍ ଭୟଙ୍କର ଅଗ୍ନିକାଣ୍ଡ, ୫ ଯାତ୍ରୀଙ୍କ ଚାଲିଗଲା ଜୀବନ,ଏକାଧିକ ଗୁରୁତର, ଦିଲ୍ଳୀରୁ ବିହାରକୁ ୬୦ ଯାତ୍ରୀଙ୍କୁ ନେଇ ଯାଉଥିଲା
  • ||
  • ଘଟଗାଁରେ ବନ ବିଭାଗର ଚଢ଼ାଉ ଜାରି, ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ
  • ||
  • ପ୍ରକାଶ ପାଇଲା ପ୍ରାଥମିକ, ମାଧ୍ୟମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର: ଆଜିଠୁ ଆବେଦନ, ଜୁନ୍‌ରେ ବଦଳି ନିର୍ଦ୍ଦେଶ
  • ||
  • ଜଳେଶ୍ୱର : ଚଢାଉ ବେଳେ ପୋଲିସ ଗାଡ଼ିକୁ ପିଟିଲା ବାଲି ବୋଝେଇ ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ୩ ପୋଲିସ କର୍ମଚାରୀ
  • ||
  • କାଶ୍ମୀର ପୁଲୱାମାରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ
  • ||
  • ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,୧୦ ଉଗ୍ରବାଦୀ ନିପାତ
  • ||
  • ଓୟୋରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ରାସ୍ତାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୁଲିସ
  • ||
  • ଆଜିଠୁ ବଢ଼ିବ କାଳବୈଶାଖୀ, ୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ: ୨୧ରୁ କମିପାରେ ତାତି
  • ||

ଫୁଲବାଣୀ ବିଧାୟକଙ୍କ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ପରିଦର୍ଶନ

Published By : Bijay Swain | May 15, 2025 6:40 PM

ଫିରିଙ୍ଗିଆ, ୧୫/୫: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ବନ୍ଧଗଡ଼ ଆୟୁଷ୍ମାନ ସ୍ୱାସ୍ଥ୍ୟ ମନ୍ଦିରକୁ ଫୁଲବାଣୀ ବିଧାୟକ ଉମାଚାରଣ ମଳିକ ପରିଦର୍ଶନ କରିବା ସହ ନିଜେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେI ତେବେ ବିଧାୟକ ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସକାଳ ଦଶ ଟାରେ ପହଞ୍ଚିବା ସହ ସ୍ୱାସ୍ଥ୍ୟ ଅଧିକାରୀ ଓ କର୍ମଚାରୀ ମାନଙ୍କ ସହ ଆଲୋଚନା କରି ରୋଗୀମାନଙ୍କୁ କିଭଳି ଭାବରେ ଚିକିତ୍ସା ଯୋଗାଇ ଦିଆଯାଉଛି ସେନେଇ ଆଲୋଚନା କରିଥିଲେI 

ଏହାସହ ତୃଣମୂଳ ସ୍ତରରୁ କେନ୍ଦ୍ର ଦ୍ୱାରା ରୋଗୀ ମାନଙ୍କୁ କିଭଳି ଭାବରେ ସଚେତନତା କରାଯାଉଛି ସେନେଇ ସ୍ଥିତି ଅନୁଧ୍ୟାନ କରିଥିଲେI ଅନ୍ୟପଟେ ଆଗାମୀ ଦିନରେ କିଭଳି ଭାବରେ ଏହି କେନ୍ଦ୍ର ତରଫରୁ ଅଞ୍ଚଳର ଜନସାଧାରଣ ମାନଙ୍କୁ ସୁବିଧାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇପାରିବ ସେନେଇ ସ୍ଥାନୀୟ ଲୋକଙ୍କ ସହ କେନ୍ଦ୍ରର କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେI ଅନ୍ୟପଟେ ବିଧାୟକଙ୍କ ଏହି ଗସ୍ତ ପରେ କେନ୍ଦ୍ର ପରିଚାଳକଙ୍କ ସହ ଅନ୍ୟନ୍ୟ କର୍ମଚାରୀମାନଙ୍କ ସହ ସ୍ଥାନୀୟ ଜନସାଧାରଣ ମଧ୍ୟ୍ୟ ଉତ୍ସାହିତ ଥିବା ଦେଖିବାକୁ ମିଳିଛିI

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.