ପ୍ରମୂଖ ଖବର
  • ୨୧ରେ ଛତିଶା ନିଯୋଗ ବୈଠକ, ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ନୀତିକାନ୍ତିରେ ଲାଗିବ ମୋହର
  • ||
  • ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ: ଆସନ୍ତା୨୩ରେ ହୋଇପାରେ ଦଳ ଘୋଷଣା
  • ||
  • ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ ସ୍ଥାନରେ ଚଢାଉ
  • ||
  • ଲକ୍ଷ୍ନୌ: ଚଳନ୍ତା ସ୍ଲିପର୍‌ ବସ୍ ଭୟଙ୍କର ଅଗ୍ନିକାଣ୍ଡ, ୫ ଯାତ୍ରୀଙ୍କ ଚାଲିଗଲା ଜୀବନ,ଏକାଧିକ ଗୁରୁତର, ଦିଲ୍ଳୀରୁ ବିହାରକୁ ୬୦ ଯାତ୍ରୀଙ୍କୁ ନେଇ ଯାଉଥିଲା
  • ||
  • ଘଟଗାଁରେ ବନ ବିଭାଗର ଚଢ଼ାଉ ଜାରି, ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ
  • ||
  • ପ୍ରକାଶ ପାଇଲା ପ୍ରାଥମିକ, ମାଧ୍ୟମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର: ଆଜିଠୁ ଆବେଦନ, ଜୁନ୍‌ରେ ବଦଳି ନିର୍ଦ୍ଦେଶ
  • ||
  • ଜଳେଶ୍ୱର : ଚଢାଉ ବେଳେ ପୋଲିସ ଗାଡ଼ିକୁ ପିଟିଲା ବାଲି ବୋଝେଇ ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ୩ ପୋଲିସ କର୍ମଚାରୀ
  • ||
  • କାଶ୍ମୀର ପୁଲୱାମାରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ
  • ||
  • ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,୧୦ ଉଗ୍ରବାଦୀ ନିପାତ
  • ||
  • ଓୟୋରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ରାସ୍ତାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୁଲିସ
  • ||
  • ଆଜିଠୁ ବଢ଼ିବ କାଳବୈଶାଖୀ, ୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ: ୨୧ରୁ କମିପାରେ ତାତି
  • ||

ଢିମିରିପଲି ଗ୍ରାମରେ ହାତୀ ଉପଦ୍ରବ; ଭାଙ୍ଗିଲେ ସ୍କୁଲ ପାଚେରୀ, ଫାଟକ

Published By : Bijay Swain | May 13, 2025 8:28 PM

ରାଇକିଆ,୧୩/୫: ରାଇକିଆ ବ୍ଲକ୍ ରଣବା ପଞ୍ଚାୟତରେ ହାତୀଙ୍କ ଉପଦ୍ରବ। ମିଳିଥିବା ସୂଚନା ଅନୁଯାୟୀ, ସୋମବାର ମଧ୍ୟରାତ୍ରିରେ ରଣବା ପଞ୍ଚାୟତର ଡିମିରିପଲି ଗ୍ରାମରେ ହାତୀପଲ ପଶିଥିଲେ। ଗ୍ରାମରେ ଥିବା  ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗୋଟିଏ ପାଚେରୀ ଏବଂ ଫାଟକ ଭାଙ୍ଗି ଦେଇଛନ୍ତି ହାତୀପଲ। ହତା ଭିତରେ ପଶି ଗୋପବନ୍ଧୁ କକ୍ଷର ଲୁହା କବାଟକୁ ମଧ୍ୟ ହାତୀ ଧକ୍କା ମାରି କ୍ଷତିଗ୍ରସ୍ତ କରିଛନ୍ତି।

ସୂଚନା ମୁତାବକ, ଗତ କିଛି ଦିନ ଧରି  ବ୍ଲକର ଏହି ସବୁ ଅପହଞ୍ଚ ଇଲାକାରେ ହାତୀଙ୍କ ଉପଦ୍ରବ ବୃଦ୍ଧି ହେଉଥିବା ଅଭିଯୋଗ ହେଉଛି। ଅନେକ ଲୋକଙ୍କ ଫସଲ, ଘର ଭାଙ୍ଗି ନଷ୍ଟ କରିଛନ୍ତି ହାତୀପଲ। ଫଳରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଫରେଷ୍ଟର ରବୀନ୍ଦ୍ର ନାୟକଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀ, ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କୁ ଘଉଡାଇବା ଉଦ୍ୟମ ଜାରୀ ରଖିଛନ୍ତି। ହାତୀପଲଙ୍କ ଗତିବିଧି ଉପରେ ନଜର ରଖା ଯାଇଥିବା ରଣବା ରେଞ୍ଚର ସବନମ ସାହୁ କହିଛନ୍ତି। ଏହି ହାତୀପଲରେ ୨୬/୨୭ଟି ହାତୀ ରହିଥିବା ବନବିଭାଗ ପକ୍ଷରୁ କୁହାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.