ରାଇକିଆ ୧୬/୫: ରାଇକିଆ ବ୍ଲକର ଅପହଞ୍ଚ ଅଂଚଳ ରଣବା ପଞ୍ଚାୟତରୁ ପୁଣି ହାତୀପଲଙ୍କ ଉପଦ୍ରବ ଖବର ମିଳିଛି। କିଛି ଦିନ ହେବ ଏହି ଅଞ୍ଚଳରେ ହାତୀପଲ ଆତଙ୍କ ଖେଳାଇ ଚାଲିଛନ୍ତି । ଏହି ପଲରେ ଏବେ ୨୬ଟି ହାତୀ ଥିବା କୁହାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ମଧ୍ୟ ରାତ୍ରୀରେ ହାତୀପଲ ବାଦଗଡ଼ ଗ୍ରାମରେ ପଶି ଘାସିରାମ ନାୟକଙ୍କ ଘର ସହ ଆସବାବ ପତ୍ର, ବାଡ଼ିରେ ଥିବା କଦଳୀ ଗଛ, ପଣସ ଗଛ, ଲିଚୁ ଗଛ ସବୁ ଭାଙ୍ଗିରୁଜି ନଷ୍ଟ କରି ଦେଇଛନ୍ତି। ଏନେଇ ପରିବାର ଲୋକେ ଓ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ନିକଟସ୍ଥ କିଛି ଅଞ୍ଚଳରେ ହାତୀପଲ ପଶିଥିବା ଜଣାପଡିଛି। ଗ୍ରାମବାସୀ ପ୍ରଶାସନକୁ କ୍ଷତିପୂରଣ ଏବଂ ସହଯୋଗ ପାଇଁ ନିବେଦନ କରିଛନ୍ତି। ତେବେ ବନବିଭାଗ ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।