ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

ମୁକୁଳା ଟ୍ରାନ୍ସଫର୍ମରେ ଲାଗି ଚାଲିଗଲା ଜୀବନ, ସରକାରୀ ସହାୟତା ଦାବି କଲେ ଗ୍ରାମବାସୀ

Published By : Prameya | May 16, 2025 5:00 PM

ଦାରିଙ୍ଗବାଡ଼ି,୧୬/୫ : ଛେଳି ଚରାଇବାକୁ ଯାଇଥିବାବେଳେ ମୁକୁଳା ଟ୍ରାନ୍ସଫର୍ମରେ ଲାଗି ଚାଲିଗଲା ଯୁବକଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦାରିଙ୍ଗବାଡ଼ି ଥାନା ମଣିପୁର ଗ୍ରାମରେ। ପେନାପୁସି ଗ୍ରାମର ସମିତି ପ୍ରଧାନ (୩୩) ସକାଳେ ଛେଳି ନେଇ ମଣିପୁର ଗ୍ରାମ ଆଡେ ଚରାଇବାକୁ ଯାଇଥିଲେ । ହେଲେ ମଣିପୁରରେ ଥିବା ପାଚେରୀ ବିହୀନ ଟ୍ରାନ୍ସଫର୍ମରେ ଲାଗି ସମିତିଙ୍କ ଜୀବନ ଚାଲିଯାଇଛି । 

ବିଦ୍ୟୁତ ବିଭାଗର ବେପରୁଆ କାର୍ଯ୍ୟ ଯୋଗୁଁ ସମିତିଙ୍କ ଅକାଳରେ ଜୀବନ ଚାଲିଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଯଦି ଟ୍ରାନ୍ସଫର୍ମରରେ ପାଚେରୀ ଥାନ୍ତା ତା’ହେଲେ ହୁଏତ ଆଜି ଏଭଳି ଦୁର୍ଘଟଣା ଘଟି ନ ଥାନ୍ତା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଣୁ ବିଦ୍ୟୁତ୍ ବିଭାଗ ମୃତକଙ୍କ ପରିବାରକୁ ଯଥାଶୀଘ୍ର ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ। ଦାରିଙ୍ଗବାଡ଼ି ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.