ପ୍ରମୂଖ ଖବର
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ରେ ରାଜ୍ୟ ସରକାରଙ୍କ ସତ୍ୟପାଠ ଦାଖଲ: ଜଙ୍ଗଲ କମୁଛି, ଜବରଦଖଲ ବଢ଼ୁଛି

କଟକ,୧୫/୧୦: ଓଡ଼ିଶାରେ ମୋଟ୍‌  ୫୨ଲକ୍ଷ ୧୫ ହଜାର ୫୯୬ ହେକ୍ଟର ଜଙ୍ଗଲ ଅଞ୍ଚଳ  ରହିଛି । ସେଥିରୁ ୪୦ ହଜାର ୫୦୭ ହେକ୍ଟର ଜଙ୍ଗଲ  ଜମି ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଗଲାଣି ।  ସର୍ବାଧିକ ନବରଙ୍ଗପୁର ଜିଲ୍ଲାର ଜଙ୍ଗଲ ଜମି ରହିଛି  ଜବରଦଖଲକାରୀଙ୍କ କବଳରେ ଅଛି । କେବଳ  ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ନୁହେଁ ଉପକୂଳବର୍ତ୍ତୀ  କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଆଦି ଜିଲ୍ଲାରେ  ବହୁ ପରିମାଣର ଜଙ୍ଗଲ ଜମି ଜବରଦଖଲରେ  ରହିଛି । ଖୋଦ୍‌ ରାଜ୍ୟ ସରକାର ଜାତୀୟ ଗ୍ରୀନ୍‌  ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ଦାଖଲ କରିଥିବା  ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ସରକାର  ସ୍ୱୀକାର କରୁଛନ୍ତି ଯେ, ଜଙ୍ଗଲ କମୁଥିବା ବେଳେ  ଜବରଦଖଲ ବଢିବାରେ ଲାଗିଛି ।  

ରାଜ୍ୟ ସରକାର ଦାଖଲ କରିଥିବା ସତ୍ୟପାଠରେ  ଦର୍ଶାଯାଇଛି ଯେ, ନବରଙ୍ଗପୁରରେ ୨୩ ହଜାର  ୬୬୭ ହେକ୍ଟର ଜଙ୍ଗଲ ଜମି ଜବରଦଖଲ  କରାଯାଇଛି । ସେହିପରି ଶିଳ୍ପ, ଖଣିଖାଦାନର ଜିଲ୍ଲା  ସୁନ୍ଦରଗଡ଼ରେ ୩ ହଜାର ୭୦୭ ହେକ୍ଟର ଜମି,  କଳାହାଣ୍ଡି ଜିଲ୍ଲାରେ ୨୩୨୭ ହେକ୍ଟର ଜଙ୍ଗଲ ଜମି,  ରାୟଗଡ଼ା ଜିଲ୍ଲାରେ ୧୬୦୨ ହେକ୍ଟର, କେନ୍ଦୁଝର  ଜିଲ୍ଲାରେ ୧୭୮୦ ହେକ୍ଟର, କୋରାପୁଟ ଜିଲ୍ଲାରେ ୧୨୮୧ ହେକ୍ଟର ଓ ଗଞ୍ଜାମ ଜିଲ୍ଲାରେ ୧ ହଜାର  ହେକ୍ଟର ଜଙ୍ଗଲ ଜମି ଜବରଦଖଲକାରୀଙ୍କ କବ୍‌ଜାକୁ  ଚାଲିଯାଇଛି । ଅଳ୍ପ ଜଙ୍ଗଲ ଜମି ଥିବା ଉପକୂଳବର୍ତ୍ତୀ  ଜିଲ୍ଲାରେ ମଧ୍ୟ ସ୍ଥିତି ଉଦ୍‌ବେଗଜନକ । କଟକ ଏବଂ  କେନ୍ଦ୍ରାପଡ଼ା ଜିଲ୍ଲାରେ ୧୫୮୧ ହେକ୍ଟର ଜଙ୍ଗଲ ଜମି ଜବରଦଖଲକାରୀଙ୍କ ଦଖଲକୁ ଚାଲିଯାଇଛି । ଏଥିରୁ  ୧୨ଶହ ହେକ୍ଟର ଜମି କେବଳ କେନ୍ଦ୍ରାପଡ଼ା ଜିଲ୍ଲାରେ  ରହିଛି । ଆୟତନ ଦୃଷ୍ଟିରୁ ଅତ୍ୟନ୍ତ ଛୋଟ ଜିଲ୍ଲା ଭାବେ  ପରିଚିତ ଜଗତସିଂହପୁର ଜିଲ୍ଲାର ଜଙ୍ଗଲ ଜମି ମଧ୍ୟ  ଜବରଦଖଲକାରୀଙ୍କ କବ୍‌ଜାରେ । ଏହି ଜିଲ୍ଲାରେ  ୭୫୬ ହେକ୍ଟର ଜଙ୍ଗଲଜମି ହଡ଼ପ ହୋଇଛି ।  

ଏ ସଂକ୍ରାନ୍ତରେ ଆଇନଜୀବୀ ଶଙ୍କର ପ୍ରସାଦ  ପାଣି କହିଛନ୍ତି ଯେ, ୨୦୦୫ ମସିହାରେ ଜଙ୍ଗଲ  ଜମିକୁ ନେଇ ଏକ ଆଇନ ଆସିଥିଲା । ଉକ୍ତ  ଆଇନ ଅନୁଯାୟୀ, ଯଦି ୨୦୦୫ ପୂର୍ବରୁ କେହି  ଜଙ୍ଗଲ ଜମି ଜବରଦଖଲ କରିଥିବାର ଜଣାପଡ଼େ  ତାହେଲେ ସେ ଯଦି ଉପଯୁକ୍ତ ହିତାଧିକାରୀ ବା  ଭୂମିହୀନ ହୋଇଥିବେ ତାହେଲେ ତାଙ୍କ ନାମରେ  ଉକ୍ତ ଜମିକୁ କରି ଦିଆଯିବ । ଇତିମଧ୍ୟରେ ଏହି  ଆଇନ ଆସିବାକୁ ୧୮ବର୍ଷ ବିତିଗଲାଣି । ହେଲେ  ଜମି ଜବରଦଖଲକାରୀଙ୍କ ତାଲିକା ବଢ଼ିବାରେ  ଲାଗିଛି । ଅର୍ଥାତ ଏ ଦିଗରେ ରାଜ୍ୟ ସରକାର  କୌଣସି ଠୋସ୍‌ ପଦକ୍ଷେପ ନେଉନାହାନ୍ତି । କେବଳ  ସେତିକି ନୁହେଁ, ୨୦୧୬ ମସିହାରେ ଏହିଭଳି  ଏକ ମାମଲାରେ ରାଜ୍ୟ ସରକାର ଜଙ୍ଗଲ ଜମି  ଜବରଦଖଲକାରୀଙ୍କ ଏକ ତାଲିକା ଏନ୍‌ଜିଟିରେ  ଦାଖଲ କରିଥିଲେ । ସେତେବେଳେ ଜଙ୍ଗଲଜମି  ଜବରଦଖଲ ପରିମାଣ ଯେତିକି ରହିଥିଲା ଏବେ  ତାହା କମିବା ପରିବର୍ତ୍ତେ ବୃଦ୍ଧି ପାଇଛି । ତେଣୁ  ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନେଇଥାନ୍ତେ  ତେବେ ଜବରଦଖଲକାରୀଙ୍କ ସଂଖ୍ୟା ହ୍ରାସ  ପାଇଥାନ୍ତା ବୋଲି ଶ୍ରୀ ପାଣି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.