ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଚାମ୍ପିଅନ୍ସ ଟ୍ରଫିରୁ ଓହରିଲେ ମିଚେଲ ଷ୍ଟାର୍କ, ସ୍ମିଥ୍‌ ନେବେ କଙ୍ଗାରୁ ବାହିନୀର ନେତୃତ୍ୱ

Published By : Prameya | February 13, 2025 10:49 AM

ମେଲବର୍ଣ୍ଣ,୧୩/୦୨: ଆଗାମୀ ଆଇସିସି ଚାମ୍ପିଅନ୍ସ ଟ୍ରଫିରୁ ଅଷ୍ଟ୍ରେଲିଆର ପ୍ରମୁଖ ପେସ୍‌ ବୋଲର ମିଚେଲ ଷ୍ଟାର୍କ ଓହରି ଯାଇଛନ୍ତି । ସେ ସମ୍ପୂର୍ଣ୍ଣ ଫିଟ୍‌ ରହିଥିଲେ ହେଁ ଚାମ୍ପିଅନ୍ସ ଟ୍ରଫି ଛାଡ଼ିବା ପଛର କାରଣ ଜଣାଇ ନାହାନ୍ତି । ପୂର୍ବରୁ ପ୍ୟାଟ୍‌ କମିନ୍ସ,  ଜୋସ ହାଜେଲଉଡ୍‌, ମିଚେଲ ମାର୍ଶ ଓ  ମାର୍କସ ଷ୍ଟଇନିସ୍‌ ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡ଼ିସାରିଛନ୍ତି । କମିନ୍ସ, ହାଜେଲଉଡ୍‌ ଓ ମାର୍ଶ  ଆହତ ଅଛନ୍ତି । ଷ୍ଟଇନିସ ଅପ୍ରତ୍ୟାଶିତ ଭାବେ ଦିନିକିଆରୁ  ଅବସର ନେଇଥିଲେ । ବର୍ତ୍ତମାନ ଷ୍ଟାର୍କ ବ୍ୟକ୍ତିଗତ କାରଣ  ଦର୍ଶାଇ ଓହରି ଯାଇଛନ୍ତି । ଏମାନଙ୍କ ଅନୁପସ୍ଥିତିରେ ଷ୍ଟିଭେନ ସ୍ମିଥ୍‌ ଅଷ୍ଟ୍ରେଲିଆ ଦଳର ନେତୃତ୍ୱ ନେବେ । ବାଦ ପଡ଼ିଥିବା  ୫ ଖେଳାଳିଙ୍କ ସ୍ଥାନରେ ସିନ ଆବୋଟ୍‌, ବେନ  ଡର୍ସ୍ରିସ, ଜେକ ଫ୍ରେଜର-ମ୍ୟାକଗର୍କ, ସ୍ପେନସର  ଜନସନ ଓ ତନବୀର ସାଙ୍ଘାଙ୍କୁ ଡ଼ାକରା ମିଳିଛି ।  ଏମାନଙ୍କ ବ୍ୟତୀତ କୁପର କନଲି ଟ୍ରାଭେଲ ରିଜର୍ଭ  ଭାବେ ସ୍ଥାନ ପାଇଛନ୍ତି । ଅଷ୍ଟ୍ରେଲିଆ ୨୨ତାରିଖରେ  ଇଂଲଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।  ଏହାପରେ ୨୫ତାରିଖରେ ଦକ୍ଷିଣ ଆଫ୍ରିକା ଓ ୨୮ତାରିଖରେ ଆଫଗାନିସ୍ତାନକୁ ଭେଟିବ । 

ଦଳ: ଷ୍ଟିଭେନ ସ୍ମିଥ୍‌(ଅଧିନାୟକ), ସିନ ଆବୋଟ,  ଆଲେକ୍ସ କ୍ୟାରୀ, ବେନ ଡାର୍ସିୟସ, ନାଥାନ ଏଲିସ୍‌, ଜେକ  ଫ୍ରେଜର-ମ୍ୟାକଗର୍କ, ଆରନ ହାର୍ଡି, ଟ୍ରେଭିସ ହେଡ୍‌, ଜୋସ  ଇଂଲିଶ, ସ୍ପେନସର ଜନସନ, ମାର୍ନସ ଲାବୁସାନ, ଗ୍ଲେନ  ମ୍ୟାକ୍ସୱେଲ୍‌, ତନବୀର ସାଙ୍ଘା, ମାଥ୍ୟୁ ସର୍ଟ, ଆଡାମ ଜାମ୍ପା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.