ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଅଣସରରେ ଦାରୁବ୍ରହ୍ମ: ଧାରଣ କରିଛନ୍ତି ଶୁକ୍ଳ ବସ୍ତ୍ର ଏବଂ ପୁଷ୍ପ, ଲାଗି ହେଉନି ତୁଳସୀ, ଶୂନ୍ୟକୁ ପଣା ଭୋଗ

ପୁରୀ ୨୪/୦୬: ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଦାରୁବ୍ରହ୍ମଙ୍କ ଅଣସର ସେବା । ସ୍ନାନମଣ୍ଡପରୁ ବାହୁଡ଼ା ପହଣ୍ଡି ହୋଇ ଅଣସର ପିଣ୍ଡିରେ ବିଜେ ହୋଇଛନ୍ତି ଠାକୁରେ । ସେଠାରେ ଶ୍ରୀବିଗ୍ରହଙ୍କ  ଅନବସରକାଳୀନ ଗୋପନ ସେବା  ଚାଲିଛି । ଦଇତାପତି ସେବକମାନେ  ଠାକୁରଙ୍କ ସ୍ୱତନ୍ତ୍ର ଉପଚାରରେ  ଲାଗିଛନ୍ତି । ଠାକୁରେ ଶୁକ୍ଳ ବସ୍ତ୍ର  ଓ ଶୁକ୍ଳ ପୁଷ୍ପ ଧାରଣ କରିଛନ୍ତି ।  ଏବେ ମହାପ୍ରଭୁଙ୍କୁ ତୁଳସୀ ଲାଗି  କରାଯାଉ ନାହିଁ । ମହାପ୍ରଭୁଙ୍କ  ଉଦ୍ଦେଶ୍ୟରେ ଶୂନ୍ୟକୁ ପଣା ଭୋଗ  ସମର୍ପଣ କରାଯାଉଛି । ଠାକୁରେ  ନିରାକାର ଓ ସର୍ବତ୍ର ବିଦ୍ୟମାନ । ଏଣୁ  ପତିମହାପାତ୍ରେ ଶୂନ୍ୟକୁ ଚାହିଁ ପଣା  ଭୋଗ ସମର୍ପଣ କରୁଛନ୍ତି । 

ଦେବସ୍ନାନ ପୂର୍ଣ୍ଣିମାରେ ୧୦୮  ଗରା ସୁନା କୂଅ ଜଳ ସ୍ନାନ ପରେ  ଠାକୁରଙ୍କୁ ଜ୍ୱର । ଏଣୁ ଏକବସ୍ତ୍ର  ହୋଇ ଅତି ନିଷ୍ଠା ଓ ଶୁଦ୍ଧପୂତ ଭାବେ ଦଇତାପତିମାନେ ଠାକୁରଙ୍କ ସେବା  ଆରମ୍ଭ କରିଛନ୍ତି । ଠାକୁରଙ୍କ ଏସବୁ  ମାନବୀୟ ଲୀଳାଖେଳା । ଜଣେ  ବ୍ୟକ୍ତି ଜ୍ୱରରେ ପୀଡ଼ିତ ହେଲେ ଯେପରି ପଥି, ପାଚନ ଏବଂ ଔଷଧର  ଆବଶ୍ୟକତା ପଡ଼ିଥାଏ, ସେହିଭଳି  ଠାକୁରଙ୍କ ସେବା ପୂଜା ଚାଲିଛି । ଏହି ସମୟରେ ବନ୍ଦ ହୋଇଯାଉଛି  ଜୟବିଜୟ ଦ୍ୱାର । ପତିମହାପାତ୍ରେ  ପଞ୍ଚୋପଚାରରେ ନିରାକାରଙ୍କୁ  ପୂଜା କରୁଛନ୍ତି । ଶୁଦ୍ଧସୁଆରମାନେ  ଠାକୁରଙ୍କ ଶ୍ରୀଅଙ୍ଗ ସେବା ପାଇଁ ବ୍ୟସ୍ତ ରହିଛନ୍ତି । ଦୁଇଥର ଅଣସର ପଣା ଓ  ଚକଟା ଭୋଗ ଅର୍ପଣ କରାଯାଉଛି ।  ସ୍ୱତନ୍ତ୍ର ପଣା "ପାଚନ ପାଣି' ପ୍ରସ୍ତୁତ  କରି ମହାପ୍ରଭୁଙ୍କୁ ଅର୍ପଣ କରାଯାଉଛି ।  ଠାକୁରମାନଙ୍କୁ କେବଳ ଫଳମୂଳ  ଲାଗି କରାଯାଉଛି । ସୁସ୍ଥ ହେଲା ପରେ  ଠାକୁରଙ୍କୁ ତୁଳସୀ ଲାଗି କରାଯିବ ।  ଏହି ସମୟରେ ଶ୍ରୀମନ୍ଦିରରେ ଉଚ୍ଚ  ଧ୍ୱନି ମନା ବୋଲି ସେବକ କୁହନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.