ପ୍ରମୂଖ ଖବର
  • ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ସୂର୍ଯ୍ୟମନ୍ଦିର, ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ
  • ||
  • ବ୍ରହ୍ମପୁର : ଏମ୍‌କେସିଜି ମେଡିକାଲ କଲେଜରେ ରାଗିଂ ଅଭିଯୋଗ, ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଡିନ୍‌
  • ||
  • ଝାରପଡ଼ା ଜେଲ୍‌ରେ ଗଣ୍ଡଗୋଳ; ବାଜିଲା ଆଲାରାମ୍‌, ଘଟଣାର ତଦନ୍ତ ପାଇଁ ଜେଲ୍‌ ଡିଜିଙ୍କ ନିର୍ଦ୍ଦେଶ
  • ||
  • ଝାରସୁଗୁଡା : ରେଳଡବାରୁ ମିଳିଲା ମହିଳାଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • କେନ୍ଦ୍ରାପଡା : ବାତ୍ୟା ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଆକଳନ ହେବ ଚାଷର କ୍ଷୟକ୍ଷତି
  • ||
  • ପୁରୀ: ଲଜ୍‌ରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ରେଜିଷ୍ଟର୍‌ ନେଇଗଲା ପୁଲିସ
  • ||
  • ବାଲେଶ୍ୱରରେ ବାତ୍ୟା ପ୍ରଭାବ; ଘର ଉପରେ ଭାଙ୍ଗିଲା ନଡ଼ିଆ ଗଛ, ଜଣେ ଗୁରୁତର
  • ||
  • ଭୁବନେଶ୍ୱର: ୨୮ ରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ସ୍ଥଗିତ
  • ||
  • ଭଦ୍ରକ : ତାଣ୍ଡବ ରଚିଲା ବାତ୍ୟା 'ଦାନା', ୧୬ ନମ୍ୱର ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ
  • ||
  • ଦୁଇ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ, ଭୁବନେଶ୍ୱରରୁ ଅପହରଣ କରି ଭଞ୍ଜନଗର ନେଇଥିଲେ :୨ ଅଭିଯୁକ୍ତ ଗିରଫ, କାର୍‌ ଜବତ
  • ||
  • ରାତି ଅଧରେ ପଶିଲା ‘ଦାନା’, ଆଜି ରାତି ସାଢ଼େ ୧୧ଟା ଯାଏ ବାତ୍ୟା ପ୍ରକୋପ: ହାଟଡିହି, ତେଲକୋଇ ଦେଇ ଯିବ
  • ||
  • ଭଦ୍ରକରେ ମଧ୍ୟ ରାତ୍ରିରେ କରାଳ ରୂପ ଦେଖାଇଲା ‘ଦାନା’, ଭୟଭୀତ ଅବସ୍ଥାରେ ଲୋକେ
  • ||
  • ବାଲେଶ୍ୱରରେ ବାତ୍ୟାର ପ୍ରଭାବ, ଲ୍ୟାଣ୍ଡଫଲ୍‌ ପରେ ସମୁଦ୍ରରେ ଉଚ୍ଚ ଜୁଆର ସହ ଲାଗି ରହିଛି ବର୍ଷା
  • ||
  • ନଭେମ୍ବର ୫ରେ ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ପ୍ରବଳ ବର୍ଷା ଆଶଙ୍କା,୯ ଜିଲ୍ଲାରେ ରେଡ୍‌ ଆଲର୍ଟ, ୨୭ରୁ ପାଗ ଫିଟିବ
  • ||

ଏ ଅଭ୍ୟାସ କମାଏ ଶୁକ୍ରାଣୁ, ତେଣୁ ଏଭଳି କାରଣଠାରୁ ନିଜକୁ ଦୂରେଇ ନେବା ଉଚିତ୍‌...

ନୂଆଦିଲ୍ଲୀ ୨୫/୧୦: ଆମ ନିୟମିତ ଜୀବନରେ ଆମେ ଏମିତି କିଛି ଭୁଲ୍‌  କରିଥାଉ, ଯାହା ପୁରୁଷଙ୍କଠାରେ ଶୁକ୍ରାଣୁ କମ୍‌ କରିବାରେ  ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ଅତ୍ୟଧିକ ଚିନ୍ତା, ଭୁଲ୍‌ ଖାଦ୍ୟପଦାର୍ଥ, ଦିନଚର୍ଯ୍ୟାରେ ବ୍ୟତିକ୍ରମ ଆଦି ହେଉଛି  ପୁରୁଷଙ୍କ ପ୍ରଜନନ କ୍ଷମତା କମାଇବାର ପ୍ରମୁଖ କାରଣ ।  ଯଦି ଆପଣଙ୍କ ସେକ୍ସ ଡ୍ରାଇଭ୍‌ରେ କିଛି ସମସ୍ୟା ଥାଏ,  ତେବେ ଏଥିପାଇଁ ଏସବୁ ଅଭ୍ୟାସ ଦାୟୀ ହୋଇପାରନ୍ତି ।  ତେଣୁ ଏଭଳି କାରଣଠାରୁ ନିଜକୁ ଦୂରେଇ ନେବା ଉଚିତ୍‌  ହେବ । କାରଣଗୁଡିକ ହେଲା.. 

ଅତ୍ୟଧିକ ଚିନ୍ତା 

ପୁରୁଷମାନେ ଅତ୍ୟଧିକ ଚିନ୍ତାରେ ରହିବା ଯୋଗୁ  ସେମାନଙ୍କର ଶୁକ୍ରାଣୁ ସଂଖ୍ୟା ହ୍ରାସ ପାଇଥାଏ । ନ୍ୟାସନାଲ  ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହେଲଥ୍‌ ଅନୁସାରେ, ପୁରୁଷମାନେ  ଅଧିକ ଚିନ୍ତା କରିବା ଯୋଗୁଁ ସେମାନଙ୍କ ବୀର୍ଯ୍ୟର ମାତ୍ରା  କମିବା ସହ ଶୁକ୍ରାଣୁର ଗୁଣବତ୍ତା ହ୍ରାସ ପାଇଥାଏ । ତେଣୁ  ସବୁବେଳେ ଯଥାସମ୍ଭବ ଖୁସି ରହିବା ପାଇଁ ପ୍ରୟାସ କରିବା  ଦରକାର ।  

ବ୍ୟାୟାମ ନ କରିବା 

ବ୍ୟାୟାମ ନ କରିବା ଯୋଗୁ ମୋଟାପଣ ବଢିଥାଏ ।  ଫଳରେ ଶୁକ୍ରାଣୁର ଗତିଶୀଳତା ଧୀମା ହୋଇଥାଏ,  ଯାହାର ସିଧାସଳଖ ପ୍ରଭାବ ପ୍ରଜନନ କ୍ଷମତା ଉପରେ ହିଁ  ପଡିଥାଏ । ତେଣୁ ଖାଲି ବସି ରହିବା ଅଭ୍ୟାସ ଯୋଗୁ  ମେଟାବଲିଜିମ୍‌ ଧୀମା ହେବା ସହ ମୋଟାପଣ  ବଢିଥାଏ । ତେଣୁ ପୁରୁଷମାନଙ୍କୁ ଶାରିରୀକ ଭାବେ  ସକ୍ରିୟ ରହିବା ବହୁତ ଜରୁରୀ ।  

ମଦ୍ୟପାନ ଅଭ୍ୟାସ ଛାଡ଼ନ୍ତୁ 

ଡ୍ରଗ୍ସ, ମଦ୍ୟପାନ ଓ ତମାଖୁ ଦୀର୍ଘଦିନ  ଯାଏ ନେବା ପୁରୁଷଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହି  ଅଭ୍ୟାସ ଆପଣଙ୍କୁ ରୋଗାଗ୍ରସ୍ତ କରିପାରେ । ଅଧିକ  ମଦ୍ୟପାନ କରିବା ଦ୍ୱାରା ଟେଷ୍ଟୋଷ୍ଟେରନ୍‌ର ଉତ୍ପାଦନ  କମିଥାଏ । ଏହି ହର୍‌ମୋନ୍‌ ସେକ୍ସ ଡ୍ରାଇଭ୍‌କୁ ବଢାଇବାରେ  ସାହାର୍ଯ୍ୟ କରିଥାଏ । ଦୀର୍ଘଦିନ ମଦ୍ୟପାନ କରିବା ଯୋଗୁ  ଟେଷ୍ଟୋଷ୍ଟେରନ୍‌ ଉତ୍ପାଦନ କମିବା ସହ ଶୁକ୍ରାଣୁ ସଂଖ୍ୟା  ମଧ୍ୟ ହ୍ରାସ ପାଇଥାଏ ।  

ବାହାର ଖାଦ୍ୟପଦାର୍ଥର ଅଭ୍ୟାସ 

ବାରମ୍ବାର ଜଙ୍କ୍‌ ଫୁଡ୍‌ ଖାଇବା ଦ୍ୱାରା ପୁରୁଷଙ୍କଠାରେ ଶୁକ୍ରାଣୁ  ସଂଖ୍ୟା କମିଚାଲେ । ଅଧିକାଂଶ ବାହାର ଖାଦ୍ୟ ଯେମିତି-  ପିଜା, ଚିପ୍ସ, ପ୍ରୋସେସ୍‌ଡ ଏବଂ ରେଡ୍‌ ମିଟ୍‌, ସ୍ନାକ୍ସ, ଏନର୍ଜି  ଡ୍ରିଙ୍କ୍‌, ମିଠା, ଅଧିକ ତେଲ ଓ ମଇଦାଯୁକ୍ତ ଖାଦ୍ୟର ଅଧିକ  ବ୍ୟବହାର ଦ୍ୱାରା ଶୁକ୍ରାଣୁ ପ୍ରଭାବିତ ହୋଇପାରନ୍ତି । ତେଣୁ  ଯଥାସମ୍ଭବ ଘରେ ତିଆରି ଖାଦ୍ୟକୁ ଗୁରୁତ୍ୱ ଦେବା ଜରୁରି ।  

ରାତିରେ ଡେରିରେ ଶୋଇବା 

ରାତିରେ ଡେରିରେ ଶୋଇବା ମଧ୍ୟ ଚିନ୍ତା ଓ ମୋଟାପଣ  ସହ ଶୁକ୍ରାଣୁ ସଂଖ୍ୟା କମିବାର ଅନ୍ୟତମ କାରଣ ।  ସେହିପରି ରାତିରେ ଅଧିକ ସମୟ ଅନିଦ୍ରା ରହିବା ଦ୍ୱାରା  ଏହାର ସିଧା ପ୍ରଭାବ ଆଖି ଓ ମସ୍ତିଷ୍କ ଉପରେ ପଡିଥାଏ,  ଯାହା ଶରୀର ପାଇଁ ଆଦୌ ଖୁବ୍‌ କ୍ଷତିକାରକ । ଡେରିରେ  ଶୋଇବା ଅଭ୍ୟାସ ଧୀରେ ଧୀରେ ଶରୀରର  ରୋଗ ପ୍ରତିରୋଧକ ଶକ୍ତିକୁ  କମ୍‌ କରିଥାଏ, ଯାହା  ଶୁକ୍ରାଣ ସଂଖ୍ୟା ଓ ଗୁଣବତ୍ତାକୁ ହ୍ରାସ  କରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.