ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ଭିଟାମିନ 'ସି'କୁ ବୃଦ୍ଧି କରି ଓଜନ କମାଇବାରେ ସହାୟକ ହେବ ଅଁଳା , ଜାଣନ୍ତୁ...

ଭୁବନେଶ୍ୱର,୧୯/୧୦: ଆଜିକାଲି ସମସ୍ତେ ସୁସ୍ଥ ରହିବା ସହ ଫିଟ୍‌‌ ଆଣ୍ଡ ଫାଇନ୍‌‌ ରହିବାକୁ ପସନ୍ଦ କରୁଛନ୍ତି । ଟିକେ ମୋଟା ହୋଇଗଲେ ସମସ୍ତେ ଚିନ୍ତାରେ ପଡିଯାଉଛନ୍ତି । ମୋଟାପା କମାଇବାକୁ କେହି କେହି ମେଡିସିନ୍‌‌ ଖାଇଥାନ୍ତି ତ ଆଉ କେହି ଜିମ୍‌‌ ଯାଇ କସରତ କରିଥାନ୍ତି। କିନ୍ତୁ ଏଠାରେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ଯଦି ଆପଣ ମୋଟ ହେଉଛନ୍ତି ତେବେ ଚିନ୍ତାଗ୍ରସ୍ତ ହୁଅନ୍ତୁ ନାହିଁ । କାରଣ ନିଜ ବାଡି ବଗିଚାରେ ଥିବା ଫଳମୂଳ ଖାଇ ଓଜନ କମାଇପାରିବେ । ଯେପରି ଅଁଳା ଫଳ । ଆସନ୍ତୁ ଜାଣିବା ଅଁଳା ଖାଇବା ଦ୍ୱାରା ଓଜନ କିପରି କମିଥାଏ ।

ଅଁଳାରେ ଭିଟାମିନ୍‌‌ ସି ଓ ଆଣ୍ଟି ଅକ୍ସିଡାଣ୍ଟ ରହିଛି । ଯାହାକି ବିଷାକ୍ତ ପଦାର୍ଥକୁ ଶରୀରରେ ବାହାର କରିବାରେ ସାହାଯ୍ୟ କରିଥାଏ । ପେଟ ପାଇଁ ଅଁଳାକୁ ସୁପର ଫୁଡ ବୋଲି କୁହାଯାଏ । ଏଥିରେ ଥିବା ଭିଟାମିନ୍‌‌ ସି ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ଏହା ସହିତ ମେଟାବୋଲିଜିମକୁ ମଜବୁତ କରି ପେଟରେ ଖାଦ୍ୟ ହଜମ ପ୍ରକ୍ରିୟାକୁ ସକ୍ରିୟ କରିଥାଏ। ଏହା ଦ୍ୱାରା ଶୀଘ୍ର ଓଜନ ହ୍ରାସ ପାଇଥାଏ। ଏଥିରେ ଥିବା ଫାଇବର ପାଚନ କ୍ରୀୟାକୁ ଠିକ୍‌‌ ରଖିବା ସହ ପାକସ୍ଥଳୀକୁ ସଂକ୍ରମଣ ଠାରୁ ଦୂରେଇ ରଖେ । 

ଓଜନ ନିୟନ୍ତ୍ରଣ କରିବା ପାଇଁ ପ୍ରତ୍ୟେକ ଦିନ ସକାଳୁ ଅଁଳା ଜୁସ୍‌‌ ଖାଲି ପେଟରେ ପିଅନ୍ତୁ । ଅଁଳାରେ ଥିବା ଆଣ୍ଟି ଅକ୍ସିଡାଣ୍ଟ କ୍ୟାନସର ସୃଷ୍ଟିକାରୀ କାଚିନଜେନିକ୍‌‌ କୋଷର ବୃଦ୍ଧିକୁ ରୋକିଥାଏ । ଯାହା ଆପଣଙ୍କୁ କ୍ୟାନସର ଠାରୁ ରକ୍ଷା କରେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.