ପ୍ରମୂଖ ଖବର
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଚା' ସହ ତେଲଛଣା ଖାଦ୍ୟ ଖାଉଥିଲେ ସାବଧାନ, ସ୍ବାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

ଚା' ପ୍ରାୟ ସମସ୍ତ ଭାରତୀୟଙ୍କୁ ବେଶ ପସନ୍ଦ । ଆଉ ଅଧିକାଂଶ ଚା'ପ୍ରେମୀ ଚା' ସହ ବିସ୍କୁଟ,ମିକ୍ସଚର ଓ ତେଲଛଣା ଏବଂ ଅନ୍ୟାନ୍ୟ ଚଟପଟା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଆପଣ ଜାଣନ୍ତି କି ଚା' ସହ ଏସବୁ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ସାଧାରଣତଃ ତେଲ ଛଣା ଖାଦ୍ୟ ପେଟ ପାଇଁ ଭାରି ହୋଇଥିବାରୁ ହଜମ କରିବାରେ କଷ୍ଟକର ହୋଇଥାଏ । ଏହି ଖାଦ୍ୟରେ ଅସ୍ବାସ୍ଥ୍ୟକର ଫ୍ୟାଟ୍ ରହିଥାଏ । ଏହାକୁ ଖାଇବା ଦ୍ବାରା ବେଳେବେଳେ ପେଟ ଭଲ ଲାଗେନି ଓ ଅସହଜ ଅନୁଭବ ହୁଏ । ଚା' ସହ ଏହାକୁ ଖାଇଲେ ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥାଏ ।


ତେବେ କ୍ଷୀର ଚା' ସହ ମସାଲାଦାର ତଥା ଚଟପଟା ଖାଦ୍ୟ ଖାଇବା ଦ୍ବାରା ପାଚନ ତନ୍ତ୍ର ଉପରେ ଖରାପ ପ୍ରଭାବ ପଡିଥାଏ । ଏହାଦ୍ବାରା ପେଟ କାଟିବା, ଫୁଲିବା, ଭୋକ ନଲାଗିବା ଓ ବାନ୍ତି ଲାଗିବା ଭଳି ବଦହଜମୀ ସମସ୍ୟା ହୋଇପାରେ । ସେହପରି  କିଛି ଖାଦ୍ୟ ଏକାଠି ଖାଇଲେ ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ ଏବଂ ଆଉ କିଛି ଖାଦ୍ୟ ବିଷ ସଦୃଶ କାମ କରେ । ଠିକ୍ ସେହିପରି ଏକ ଖାଦ୍ୟ ସଂଯୋଜନ ହେଲା ଚା' ସହ ଚଟପଟା ନମକିନ । କ୍ଷୀର ଚା'ରେ ରହିଥିବା ଟାନିନ୍ ଓ ଲୁଣର ମିଶ୍ରଣ ପେଟ ଖରାପ କରିଥାଏ । ଯାହାଫଳରେ ପେଟ ଫୁଲିବା,ଯନ୍ତ୍ରଣା, ଡାଇରିଆ ଏବଂ ଅନ୍ୟାନ୍ୟ ପାଚନ ସମ୍ବନ୍ଧୀୟ ସମସ୍ୟା ଦେଖାଯିବାର ସମ୍ଭାବନା ଥାଏ ।

ଖାଦ୍ୟପଦାର୍ଥରେ ରହୁଥିବା ରିଫାଇନ୍ଡ କାର୍ବସ୍ ଖାଦ୍ୟ ହଜମରେ ଅଧିକ ସମୟ ଲଗାଏ, ଯାହା ଆପଣଙ୍କ ଅନ୍ତଃନଳୀ ସ୍ବାସ୍ଥ୍ୟକୁ ପ୍ରଭାବିତ କରିପାରେ । ଚା' ଓ ଲୁଣର ମିଶ୍ରଣ ଆଭ୍ୟନ୍ତରୀଣ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇପାରେ । ଏହାଦ୍ବାରା ଅନେକ ଦିନ ଧରି ହଜମ ସମସ୍ୟା ରହିପାରେ ।  କ୍ଷୀର ଚା' ମଧ୍ୟ ସ୍ବାସ୍ଥ୍ୟ ପ୍ରତି ହାନିକାରକ । ଏହି କାରଣରୁ ନମକିନ ଖାଦ୍ୟପଦାର୍ଥ ସହ ଚା' ପିଇବା ଦ୍ବାରା ଅନ୍ତଃନଳୀ ସ୍ବାସ୍ଥ୍ୟକୁ ଗମ୍ଭୀର ହାନି ପହଞ୍ଚିପାରେ । ତେଣୁ ନିଜକୁ ସୁସ୍ଥ ରଖିବା ପାଇଁ ଏଭଳି ଭୁଲ୍ ଖାଦ୍ୟ ପାନୀୟ ସଂଯୋଜନରୁ ଦୂରେଇ ରହିବା ଉଚିତ୍ । ଏହା ବଦଳରେ ଆପଣ ଓଭେନ ଫ୍ରାଇଂ, ଏୟାର ଫ୍ରାଇଂ, ଗ୍ରୀଲଡ ଓ ସିଝା ଖାଦ୍ୟ ଖାଇପାରିବେ ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.