ନୂଆଦିଲ୍ଲୀ,୧୩/୧୦: ପ୍ରତିବର୍ଷ ଅକ୍ଟୋବର ୧୩ ତାରିଖକୁ ଅନ୍ତର୍ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଦିବସ ଭାବରେ ଆମେ ପାଳନ କରିଥାଉ । ବିପର୍ଯ୍ୟୟ, ଜୀବଜନ୍ତୁଙ୍କ ଉପରେ ଏହାର ପ୍ରଭାବ ଏବଂ ପ୍ରତିଷେଧକ ବ୍ୟବସ୍ଥା ବିଷୟରେ ସଚେତନତା ସୃଷ୍ଟି କରିବାକୁ ଏହି ଦିନଟିକୁ ଉତ୍ସର୍ଗ କରାଯାଇଛି । ଏହି ଦିନ ପାଳନ କରିବା ପଛରେ ଏକ ନିଆରା ଉଦ୍ଦେଶ୍ୟ ରହିଛି । ତାହା ହେଉଛି ସମାଜକୁ ବିପର୍ଯ୍ୟୟ ଦ୍ୱାରା ହେଉଥିବା ବିପଦ ବିଷୟରେ ଶିକ୍ଷା ଦେବା । ଏଥିସହିତ ଉଭୟ ପ୍ରାକୃତିକ ଓ କୁତ୍ରିମ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କୁ ବିପଦର ସାମ୍ନା କରିବା ପାଇଁ ପ୍ରସ୍ତୁତ କରିବା।
ତେବେ ବିପର୍ଯ୍ୟୟ ସଚେତନତା ଏବଂ ବିପର୍ଯ୍ୟୟ ହ୍ରାସର ସମ୍ପର୍କରେ ଅବଗତ କରିବା ପାଇଁ ମିଳିତ ଜାତିସଂଘ ଦ୍ୱାରା ବିପର୍ଯ୍ୟୟ ହ୍ରାସ ପାଇଁ ଆନ୍ତର୍ଜାତୀୟ ଦିବସ ପ୍ରଥମେ ଆରମ୍ଭ କରାଯାଇଥିଲା। ଏହି ଦିନ ବିପର୍ଯ୍ୟୟ ପ୍ରସ୍ତୁତିର ମହତ୍ତ୍ୱ ଏବଂ ଜୀବଜନ୍ତୁଙ୍କ ଉପରେ ବିପର୍ଯ୍ୟୟର ପ୍ରଭାବକୁ ହ୍ରାସ କରିବା ପାଇଁ ପଦକ୍ଷେପ, କର୍ମଶାଳା, ଏବଂ ସମ୍ମିଳନୀ ପରି ଅନେକ କାର୍ଯ୍ୟକ୍ରମ ସମଗ୍ର ବିଶ୍ୱରେ ଆୟୋଜିତ ହୋଇଥାଏ । ଜାତିସଂଘ ଆନ୍ତର୍ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ୨୦୨୪ର ବିଷୟବସ୍ତୁ ରଖାଯାଇଛି "ପିଲାମାନଙ୍କୁ ଏକ ସୁରକ୍ଷିତ ଭବିଷ୍ୟତ ପାଇଁ ଶିକ୍ଷା ଦେବା।"
ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଚଳିତ ବର୍ଷର ଆନ୍ତର୍ଜାତୀୟ ଦିବସ ବିପର୍ଯ୍ୟୟ ଏବଂ ଅସମାନତା ମଧ୍ୟରେ ଥିବା ସମ୍ପର୍କକୁ ସମାଧାନର ସୁତ୍ର ଦେବ । ବିପର୍ଯ୍ୟୟ ଏବଂ ଅସମାନତା ସମାନ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି କୁହାଯାଏ । ପ୍ରତ୍ୟେକ ପ୍ରତିକୂଳ ପରିସ୍ଥିତି ଅନ୍ୟକୁ ଦୃଢ କରିଥାଏ । ଯେତେବେଳେ ବିପର୍ଯ୍ୟୟ ହୁଏ ସେହି ସମୟରେ ଅନେକ ପ୍ରଭାବ ପଡିଥାଏ । ଏପରିକି ବିପର୍ଯ୍ୟୟ ଅନେକ ଲୋକଙ୍କୁ ଦାରିଦ୍ର ଆଡକୁ ଠେଲି ଦେଇଥାଏ । ବିପର୍ଯ୍ୟୟ ହ୍ରାସ ପାଇଁ ସଚେତନତାର ବାର୍ତ୍ତା ପହଞ୍ଚାଇବା ପାଇଁ ୧୯୮୯ ମସିହାରେ ଆନ୍ତର୍ଜାତୀୟ ଦିବସର ଆରମ୍ଭ ହେଇଥିଲା । ଯେତେବେଳେ ମିଳିତ ଜାତିସଂଘର ସାଧାରଣ ସଭା ସମଗ୍ର ବିଶ୍ୱରେ ବିପଦ-ସଚେତନତା ଏବଂ ବିପର୍ଯ୍ୟୟ ହ୍ରାସ ସମ୍ପର୍କରେ ଲୋକଙ୍କୁ ଜଣାଇବା ପାଇଁ ଏହି ଦିନଟି ପ୍ରତିଷ୍ଠା କରିଥିଲା । ସେହି ଦିନଠାରୁ ଏହି ଦିବସରେ ସଚେତନତା ସହ ଅନ୍ୟାନ୍ୟ ଉପାୟ ମାଧ୍ୟମରେ ବିପର୍ଯ୍ୟୟ ବିପଦକୁ ହ୍ରାସ କରିବା ପାଇଁ ଏବଂ ସଚେତନତା ପାଇଁ ପ୍ରତିବର୍ଷ ୧୩ ଅକ୍ଟୋବରରେ ଏହି ଦିନଟଚିକୁ ପାଳନ କରାଯାଏ ।
୨୦୧୫ରେ ଜାପାନର ସେଣ୍ଡାଇରେ ହୋଇଥିବା ବିପର୍ଯ୍ୟୟ ବିପଦ ହ୍ରାସ ଉପରେ ଜାତିସଂଘର ତୃତୀୟ ବିଶ୍ୱ ସମ୍ମିଳନୀରେ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନା ହୋଇଥିଲା ଯେ, ବିପର୍ଯ୍ୟୟ ସ୍ଥାନୀୟ ସ୍ତରରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ଏବଂ ଜୀବନ ହରାଇବା ତଥା ସାମାଜିକ ତଥା ଅର୍ଥନୈତିକ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି। ହଠାତ୍ ଆରମ୍ଭ ହେଉଥିବା ବିପର୍ଯ୍ୟୟ କାରଣରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥାଏ । ଜାତିସଂଘ କହିଛି ଯେ, ଜଳବାୟୁ ପରିବର୍ତ୍ତନ କାରଣରୁ ବିପର୍ଯ୍ୟୟ ବଢିଚାଲିଛି । ସ୍ଥାୟୀ ବିକାଶରେ ପୁଞ୍ଜି ବିନିଯୋଗ ଏବଂ ଏହାର ଫଳାଫଳ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ।